ETV Bharat / city

ଲିଙ୍ଗରାଜଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ

author img

By

Published : Sep 6, 2021, 5:43 PM IST

ଲିଙ୍ଗରାଜଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ
ଲିଙ୍ଗରାଜଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ

ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ। ଦର୍ଶନ ପରେ ନିଜର ଗୁରୁ ଦାୟିତ୍ୱକୁ ସୁଚାରୁ ରୂପେ ପାଳନ ପାଇଁ ମହାପ୍ରଭୁଙ୍କ ଆଶୀର୍ବାଦ କାମନା ସହ ମନ୍ତ୍ରୀ ପଦ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଅଧିକ ପଢନ୍ତୁ...

ଭୁବନେଶ୍ବର: ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ। ଦର୍ଶନ ପରେ ନିଜର ଗୁରୁ ଦାୟିତ୍ୱକୁ ସୁଚାରୁ ରୂପେ ପାଳନ ପାଇଁ ମହାପ୍ରଭୁଙ୍କ ଠାରୁ ଆଶୀର୍ବାଦ କାମନା ସହ ମନ୍ତ୍ରୀ ପଦ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଦର୍ଶନ ବେଳ ରାଜ୍ୟ ବିଜେପି ସଭାପତି ସମିର ମହାନ୍ତି, ଜିଲ୍ଲା ସଭାପତି ବାବୁ ସିଂଙ୍କ ସମେତ ଅନ୍ୟ ନେତା ଓ କର୍ମୀ ଉପସ୍ଥିତ ଥିଲେ ।

ଲିଙ୍ଗରାଜଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ

ଏହାସହ ରାଜ୍ୟରେ ଲାଗି ରହିଥିବା ଜଳ ବିବାଦ ଉପରେ ମନ୍ତବ୍ୟ ଦେଇ କହିଥିଲେ ଏ ସମ୍ପର୍କରେ କ’ଣ ସବୁ ସମସ୍ୟା ରହିଛି ମୁଁ ସେ ସମ୍ପର୍କରେ ତଥ୍ୟ ନେଉଛି । ସବିଶେଷ ବିଶ୍ଳେଷଣ ପରେ ଏହାର ସମାଧାନ କରିବାକୁ ଚେଷ୍ଟା କରିବି ବୋଲି ମନ୍ତ୍ରୀ କହିଛନ୍ତି । ବିଶେଷ କରି ରାଜ୍ୟ ମାନଙ୍କ ଭିତରେ ଆପୋଷ ବୁଝାମଣାଙ୍କୁ ଗୁରୁତ୍ତ୍ବ ଦେବାକୁ କହିଛନ୍ତି ।

ସେହିପରି ନଦୀର ସଂଯୋଗୀକରଣକୁ ନେଇ କହିଛନ୍ତି ଯେ, ରାଜ୍ୟ ଭିତରେ ଥିବା ବିବାଦର ସମାଧାନ ହୋଇଗଲେ ଏହାର ସମଧାନ ହୋଇଯିବ। ଅନ୍ୟପଟେ ଆଦିବାସୀ ମାନଙ୍କର ବିକାଶକୁ ନେଇ କଂଗ୍ରେସ ସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ମନ୍ତ୍ରୀ। ଏହାକୁ ନେଇ ସଂଘୀୟ ବ୍ୟବସ୍ଥାରେ ବ୍ଯତିକ୍ରମକୁ ନଦେଖି ଆଦିବାସୀ ମାନଙ୍କ ବିକାଶ ପାଇଁ ଉଭୟ ଅର୍ଥାତ ରାଜ୍ୟ ଓ କେନ୍ଦ୍ର ସରକାର ନିଜର ଗୁରୁ ଦାୟିତ୍ୱ ବହନ କଲେ ବିକାଶ ଅବଶ୍ୟମ୍ଭାବୀ ବୋଲି ପ୍ରତିକ୍ରୀୟା ରଖିଥିଲେ ମନ୍ତ୍ରୀ ବିଶେଶ୍ବର ଟୁଡୁ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.