ETV Bharat / city

ଦିଲ୍ଲୀ AIIMSରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ; ଆଶୁ ଆରୋଗ୍ୟ କାମନା କଲେ ନବୀନ

author img

By

Published : Jul 22, 2021, 11:20 AM IST

ଆଦିବାସୀ ରାଷ୍ଟ୍ର ଓ ଜଳଶକ୍ତି ମନ୍ତ୍ରୀ ବିଶେଶ୍ବର ଟୁଡୁ ଅସୁସ୍ଥ
ଆଦିବାସୀ ରାଷ୍ଟ୍ର ଓ ଜଳଶକ୍ତି ମନ୍ତ୍ରୀ ବିଶେଶ୍ବର ଟୁଡୁ ଅସୁସ୍ଥ

ଆଦିବାସୀ ରାଷ୍ଟ୍ର ଓ ଜଳଶକ୍ତି ମନ୍ତ୍ରୀ ବିଶେଶ୍ବର ଟୁଡୁ ଅସୁସ୍ଥ । କୋଭିଡ଼ ପରବର୍ତ୍ତୀ ଜଟିଳତା ପାଇଁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ...

ଭୁବନେଶ୍ବର: ଆଦିବାସୀ ରାଷ୍ଟ୍ର ଓ ଜଳଶକ୍ତି ମନ୍ତ୍ରୀ ବିଶେଶ୍ବର ଟୁଡୁ ଅସୁସ୍ଥ । କିଛି ଦିନ ପୂର୍ବରୁ କୋରୋନାରେ ସଂକ୍ରମିତ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ । ମାତ୍ର କୋଭିଡ଼ ପରବର୍ତ୍ତୀ ଜଟିଳତା ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି ବିଶେଶ୍ବର ଟୁ଼ଡୁ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ବିଶେଶ୍ବରଙ୍କ ଅସୁସ୍ଥତା ବିଷୟରେ ଅବଗତ ହେବା ସହ ତାଙ୍କର ଆଶୁ ଆରୋଗ୍ୟ ଓ ଉତ୍ତମ ସ୍ବାସ୍ଥ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

  • କେନ୍ଦ୍ରମନ୍ତ୍ରୀ ଶ୍ରୀ ବିଶ୍ୱେଶ୍ୱର ଟୁଡୁ କୋଭିଡ ପରବର୍ତ୍ତୀ ଅସୁସ୍ଥତା କାରଣରୁ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା ବିଷୟରେ ଅବଗତ ହେଲି। ତାଙ୍କର ଆଶୁ ଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି।

    — Naveen Patnaik (@Naveen_Odisha) July 22, 2021 " class="align-text-top noRightClick twitterSection" data=" ">

ତେବେ କେନ୍ଦ୍ରମନ୍ତ୍ରୀ ଟୁଡୁଙ୍କ ସ୍ବାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ଥିବା କୁହାଯାଉଛି । ନିକଟରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଭାବେ ମୋଦି ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି ମୟୂରଭଞ୍ଜର ସାଂସଦ ବିଶେଶ୍ବର ଟୁଡୁ । କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ବ ନେବାର କିଛିଦିନ ମଧ୍ୟରେ ବିଶେଶ୍ବର କୋଭିଡ଼ରେ ଆକ୍ରାନ୍ତ ହୋଇଥିଲେ । ଏହା ପରେ ସେ କୋଭିଡ଼ ସଂକ୍ରମଣରୁ ମୁକ୍ତ ହୋଇଥିଲେ ମଧ୍ୟ ତାଙ୍କ ଶରୀରରେ କୋଭିଡ଼ ପରବର୍ତ୍ତୀ ଜଟିଳତା ଦେଖିବାକୁ ମିଳିଛି । ତେଣୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.