ETV Bharat / city

Odisha Assembly: ରାଜ୍ୟର 2098 ସ୍କୁଲର 5874ଟି ଶ୍ରେଣୀଗୃହ ଜରାଜୀର୍ଣ୍ଣ

author img

By

Published : Jul 13, 2022, 4:11 PM IST

Odisha Assembly
Odisha Assembly

ରାଜ୍ୟର 2098 ସ୍କୁଲର 5874 ଟି ଶ୍ରେଣୀ ଗୃହ ଜରାଜୀର୍ଣ୍ଣ ଅବସ୍ଥାରେ ଅଛି । 377 ଟି ବିଦ୍ୟାଳୟରେ ପାଚେରୀ ନାହିଁ । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜ୍ୟର 2098 ସ୍କୁଲର 5874 ଟି ଶ୍ରେଣୀଗୃହ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । 377 ଟି ବିଦ୍ୟାଳୟରେ ପାଚେରୀ ନାହିଁ । ବିଜେପି ବିଧାୟକ ନାଉରୀ ନାୟକ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ଯେ, "2020-21 ତଥ୍ୟ ଅନୁଯାୟୀ ରାଜ୍ୟରେ ସମୁଦାୟ 5080ଟି ସରକାରୀ ଉଚ୍ଚ ବିଦ୍ୟାଳୟରେ 37067 ଟି ଶ୍ରେଣୀ ରହିଛି । ତନ୍ମଧ୍ୟରୁ 2098 ଟି ବିଦ୍ୟାଳୟର 5874 ଟି ଶ୍ରେଣୀଗୃହ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । 377 ଟି ବିଦ୍ୟାଳୟରେ ପାଚେରୀ (Boundary Wall) ନାହିଁ । ଜରାଜୀର୍ଣ୍ଣ ପୁରୁଣା ଶ୍ରେଣୀ ଗୃହଗୁଡିକର ଆବଶ୍ୟକୀୟ ମରାମତି କାର୍ଯ୍ୟ ବିଦ୍ୟାଳୟର ବାସ୍ତବ ସ୍ଥିତି ଅନୁଧ୍ୟାନ କରି ଆକଳନ କରାଯାଏ । ଆବଶ୍ୟକତା ଅନୁସାରେ ନୂତନ ଶ୍ରେଣୀଗୃହ ନିର୍ମାଣ ଏବଂ ପାଚେରୀ ନିର୍ମାଣ ନିମନ୍ତେ ହାରାହାରି 1005.7884 କୋଟି ଅର୍ଥର ଆବଶ୍ୟକତା ରହିଛି ।"

ସମଗ୍ର ଶିକ୍ଷା ଯୋଜନାରେ ସମ୍ପୃକ୍ତ ଶ୍ରେଣୀଗୃହର ମରାମତି ଓ ନୂତନ ଶ୍ରେଣୀଗୃହ ନିର୍ମାଣ ନିମନ୍ତେ ଆବଶ୍ୟକୀୟ ହେଉଥିବା ଅର୍ଥ ଆକଳନ କରି ଆସନ୍ତା ଆର୍ଥିକ ବର୍ଷ 2023-24ରେ Annual Work Plan & Budget (AWP & B) ରେ କେନ୍ଦ୍ର ସରକାରଙ୍କ ନିକଟରେ ପ୍ରସ୍ତାବ ଉପସ୍ଥାପନ କରାଯିବ । ଉକ୍ତ ପ୍ରସ୍ତାବ ଅନୁମୋଦନ ହେବା ପରେ ତଦନୁଯାୟୀ ବିହିତ ପଦକ୍ଷେପ ଗ୍ରହଣ କରାଯିବ । ବିଦ୍ୟାଳୟଗୁଡିକର ମରାମତି ଓ ରକ୍ଷଣାବେକ୍ଷଣ ତଥା କାର୍ଯ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ହସ୍ତାନ୍ତର କରାଯାଇଛି । ସମଗ୍ର ଶିକ୍ଷା ଯୋଜନାରେ 2022/23ରୁ 2025/26 ଆର୍ଥିକ ବର୍ଷ ମଧ୍ୟରେ 5306ଟି ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ପ୍ରସ୍ତାବ ଦିଆଯାଇଛି । ଚଳିତ ବର୍ଷ 2022/23 ରେ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ପାଇଁ କୌଣସି ଅନୁମୋଦନ ମିଳିନାହିଁ । ଉକ୍ତ ପ୍ରସ୍ତାବ ଅନୁମୋଦିତ ହେବା ପରେ ଶ୍ରେଣୀଗୃହ ନିର୍ମାଣ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.