ETV Bharat / city

ନିର୍ବାଚନରେ ସଂରକ୍ଷଣ ଦାବି କରି ଉଦବେଗ ପ୍ରକାଶ କଲା କିନ୍ନର ସଂଘ

author img

By

Published : Jan 17, 2022, 8:16 PM IST

ନିର୍ବାଚନରେ ସଂରକ୍ଷଣ ଦାବି କରି ଉଦବେଗ ପ୍ରକାଶ କଲା କିନ୍ନର ସଂଘ
ନିର୍ବାଚନରେ ସଂରକ୍ଷଣ ଦାବି କରି ଉଦବେଗ ପ୍ରକାଶ କଲା କିନ୍ନର ସଂଘ

ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣକୁ ନେଇ ଉଦବେଗ ପ୍ରକାଶ କରିଛି କିନ୍ନର ସଂଘ । ଅଧିକ ପଢନ୍ତୁ

ଭୁବନେଶ୍ବର : ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣକୁ ନେଇ ଉଦବେଗ ପ୍ରକାଶ କରିଛି କିନ୍ନର ସଂଘ। ଅନ୍ୟବର୍ଗ ପରି ତୃତୀୟ ଲିଙ୍ଗଙ୍କ ସଂରକ୍ଷଣ ଦାବି କରିଛି ସଂଘ । ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ କିନ୍ନରଙ୍କୁ ତୃତୀୟ ଲିଙ୍ଗର ମାନ୍ୟତା ପ୍ରଦାନ କରିବା ପରେ କିନ୍ନରମାନେ ପୁରୁଷ ଓ ମହିଳାଙ୍କ ଭଳି ସଂରକ୍ଷଣ ଦାବି କରିଛନ୍ତି ।

ନିର୍ବାଚନରେ ସଂରକ୍ଷଣ ଦାବି କରି ଉଦବେଗ ପ୍ରକାଶ କଲା କିନ୍ନର ସଂଘ

ରାଜ୍ୟରେ ୫୦ହଜାରରୁ ଅଧିକ କିନ୍ନର ଥିବାବେଳେ ସେମାନଙ୍କ ପାଇଁ ସଂରକ୍ଷଣ ଜରୁରୀ ବୋଲି କହିଛି କିନ୍ନର ସଂଘ। ତେଣୁ ୫ ପ୍ରତିଶତ ସଂରକ୍ଷଣ ସେମାନଙ୍କ ପାଇଁ କରାଯାଉ ବୋଲି ଦାବି କରିଥିବାବେଳେ ରାଜନୈତିକ ଦାୟିତ୍ୱବୋଧ ପାଇଁ ସେମାନଙ୍କୁ ପ୍ରାଧାନ୍ୟ ଦିଆଯାଉ ବୋଲି କହିଛନ୍ତି। ଏହାସହ ସହରାଞ୍ଚଳ ଗୁଡିକରେ ବି ମହିଳାଙ୍କ ପରି ସେମାନଙ୍କୁ ସଂରକ୍ଷଣରେ ସାମିଲ କରାଯାଉ ବୋଲି କହିଛନ୍ତି ।

ଏହାବି ପଢନ୍ତୁ : 80 ପ୍ରତିଶତରୁ ଅଧିକ ଜିଲ୍ଲା ପରିଷଦ ଦଖଲ କରିବୁ: ବିଜେଡି

ଆଉ ଏଭଳି ଏକ ପଦକ୍ଷେପ ନେଇ କିନ୍ନର ଜାତିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଚିନ୍ତା କରିବା ସହ ବ୍ୟବସ୍ଥା କରନ୍ତୁ ବୋଲି ପ୍ରସ୍ତାବ ଦେଇଛି ସଂଘ । କାରଣ ଜୀବନଜୀବିକାକୁ ନେଇ ଅନେକ କିନ୍ନର ବିଶେଷତଃ ସହର ଆସିଥାନ୍ତି। ତେଣୁ ରାଜ୍ୟ ସରକାର ଏହି ଦିଗରେ ନିଷ୍ପତ୍ତି ନେଇ ପ୍ରଥମ ରାଜ୍ୟ ଭାବେ ପରିଗଣିତ ହୁଅନ୍ତ । ସେହିପରି ଯେଉଁଠି ପ୍ରାର୍ଥୀଙ୍କୁ ସିଟ ଅଣ ସରଂଣକ୍ଷିତ ରହିଛି ।

ସେଠାରେ ରାଜ୍ୟ କିନ୍ନର ସଂଘ ପ୍ରାର୍ଥୀ ଦେବ । ଯେଉଁଠି ବି କିନ୍ନରଙ୍କୁ ଯେ କୌଣସି ଦଳ ପକ୍ଷରୁ ଟିକେଟ ମିଳିବ ସମ୍ପୂର୍ଣ୍ଣ କମ୍ୟୁନିଟି ଏହାକୁ ସମର୍ଥ କରିବା ବୋଲି କହିଛନ୍ତି ମେଘନା ସାହୁ ।


ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.