ETV Bharat / city

STATE CORONA: ଦିନକରେ ୪୫୩ ପଜିଟିଭ ଚିହ୍ନଟ, ୫୩ ଶିଶୁ ଆକ୍ରାନ୍ତ

author img

By

Published : Oct 5, 2021, 10:17 AM IST

STATE CORONA: ଦିନକରେ ୪୫୩ ପଜିଟିଭ ଚିହ୍ନଟ, ୫୩ ଶିଶୁ ଆକ୍ରାନ୍ତ
STATE CORONA: ଦିନକରେ ୪୫୩ ପଜିଟିଭ ଚିହ୍ନଟ, ୫୩ ଶିଶୁ ଆକ୍ରାନ୍ତSTATE CORONA: ଦିନକରେ ୪୫୩ ପଜିଟିଭ ଚିହ୍ନଟ, ୫୩ ଶିଶୁ ଆକ୍ରାନ୍ତ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୫୩ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୫୩ ଜଣ ପିଲା ୧୮ ବର୍ଷରୁ କମ୍ ସଂକ୍ରମିତ ହୋଇଛନ୍ତି । ଅଧିକ ପଢନ୍ତୁ...

ଭୁବନେଶ୍ବର: ରାଜ୍ୟରେ ତଳମୁହାଁ ହେଉଛି କୋରୋନା ସଂକ୍ରମଣ । ଲଗାତର ତୃତୀୟ ଦିନରେ ବି ସଂକ୍ରମିତଙ୍କ ସଂଖ୍ୟା ୫୦୦ ତଳକୁ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୫୩ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୫୩ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ ସେଣ୍ଟରରୁ ୨୬୫ ଜଣ ଥିବାବେଳେ ୧୮୮ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୨୦୧ ଜଣ ଥିବାବେଳେ ଅନୁଗୋଳରୁ ୧, ବାଲେଶ୍ବରରୁ ୧୭, ବରଗଡରୁ ୧, ଭଦ୍ରକରୁ ୪, ବଲାଙ୍ଗୀରରୁ ୧, ବୌଦ୍ଧରୁ ୧, କଟକରୁ ୫୯, ଦେଓଗଡରୁ ୩, ଢେଙ୍କାନାଳରୁ ୧, ଗଞ୍ଜାମରୁ ୨, ଜଗତସିଂହପୁରରୁ ୨୪, ଯାଜପୁରରୁ ୧୩, ଝାରସୁଗୁଡାରୁ ୧, କେନ୍ଦ୍ରାପଡ଼ାରୁ ୪, କେନ୍ଦୁଝରରୁ ୧, କୋରାପୁଟରୁ ୩, ମୟୂରଭଞ୍ଜରୁ ୨୨, ନୟାଗଡରୁ ୩, ପୁରୀ ୧୯, ରାୟଗଡାରୁ ୩ , ସମ୍ବଲପୁରରୁ ୧୮, ସୁନ୍ଦରଗଡରୁ ୬ ଏବଂ ଷ୍ଟେଟ ପୁଲ୍‌ରୁ ୪୫ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୨୮ ହଜାର ୮୧୯ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.