ETV Bharat / city

ରାଜଧାନୀରେ ଚାଞ୍ଚଲ୍ୟ, 15 ମାସର ଶିଶୁକୁ ମାରି ବାପା ମା’ଙ୍କ ଆତ୍ମହତ୍ୟା

author img

By

Published : Apr 28, 2022, 12:46 PM IST

Updated : Apr 28, 2022, 1:18 PM IST

ରାଜଧାନୀରେ ଚାଞ୍ଚଲ୍ୟ । ୧୫ମାସର ଶିଶୁ କନ୍ୟାକୁ ହତ୍ୟା କରିବା ପରେ ରଶି ଲଗାଇ ଝୁଲିପଡିଲେ ବାପା ମାଆ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ବରରେ । ଅଧିକ ପଢନ୍ତୁ

ରାଜଧାନୀରେ ଚାଞ୍ଚଲ୍ୟ, ଶିଶୁକୁ ହତ୍ୟାକରି ବାପା ମାଆଙ୍କ ଆତ୍ମହତ୍ୟା
ରାଜଧାନୀରେ ଚାଞ୍ଚଲ୍ୟ, ଶିଶୁକୁ ହତ୍ୟାକରି ବାପା ମାଆଙ୍କ ଆତ୍ମହତ୍ୟା

ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ । ୧୫ ମାସର ଶିଶୁ କନ୍ୟାକୁ ହତ୍ୟା କରିବା ପରେ ରଶି ଲଗାଇ ଝୁଲିପଡିଲେ ବାପା ମାଆ । ଏଭଳି ଏକ ଲୋମଟାଙ୍କୁରା ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ବରରେ । ଚିନ୍ତାମଣିଶ୍ବରର ଏକ ଭଡା ଘରୁ ବେଡରୁମର ସ୍କାଏଲାଇଟରେ ଝୁଲନ୍ତା ଅବସ୍ଥାରେ ଗୋଟିଏ ପରିବାରର ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ମାନେ ହେଲେ ତୁଷାର ରାଜେନ୍ଦ୍ର ଜଗତପ, ପତ୍ନୀ ନେହା ତୂଷାର‌ ଜଗତପ, ଶିଶୁ କନ୍ୟା ଶିବନ୍ୟା । ତେବେ ମୃତ ଦମ୍ପତିଙ୍କ ଘର ମହାରାଷ୍ଟ୍ରରେ ବୋଲି ଜଣାପଡ଼ିଛି ।

ରାଜଧାନୀରେ ଚାଞ୍ଚଲ୍ୟ, 15 ମାସର ଶିଶୁକୁ ମାରି ବାପା ମା’ଙ୍କ ଆତ୍ମହତ୍ୟା

ଭଡା ଘର ମାଲିକାଣି ସୁରେକ୍ଷା ଉତମ ପାଓ୍ବାରଙ୍କ ସୁଚନା ଅନୁସାରେ, କିଛି ଦିନ ଧରି ତୁଶାର ରାଜେନ୍ଦ୍ର ଜଗତପ ନିଜ ପରିବାର ସହ ଲଜରେ ରହୁଥିଲେ । ତେବେ ମାନସିକ ଅଶାନ୍ତି ଯୋଗୁଁ ସେ ରାଜେନ୍ଦ୍ରଙ୍କ ପରିବାରକୁ ଚିନ୍ତାମଣିଶ୍ବର ଘରକୁ ତିନିଦିନ ତଳେ ଆଣିଥିଲେ । ତେବେ ଗତକାଲି ରାତି ୯ଟାରେ ତାଙ୍କୁ ଖାଇବା ଦେବାକୁ ଫୋନ କରିଥିଲେ ସୁଦ୍ଧା ଫୋନ ଉଠାଇନଥିଲେ ପରିବାରଲୋକେ । ଫୋନ ନଉଠାଇବାରୁ ମାଲିକ ଆସି ଝୁଲନ୍ତା ଅବସ୍ଥାରେ ଦୁଇ ଦମ୍ପତିଙ୍କ ମୃତଦେହ ସ୍କାଏଲାଇଟରେ ଦେଖିବାକୁ ପାଇଥିଲେ । ଏନେଇ ମାଲିକ ପୋଲିସକୁ ଖବର ଦେବା ପରେ ପୋଲିସ ଘରର କବାଟ ଭାଙ୍ଗି ମା ଓ ବାପାଙ୍କ ସହ ଶିଶୁ କନ୍ୟା ମୃତଦେହ ଜବତ କରିଛି ।

ତୁଷାର ରହୁଥିବା ଘର ମାଲିକଙ୍କ ସୂଚନା ଅନୁଯାୟୀ, ତୁଷାରଙ୍କ ଘରେ ବିବାଦ ଲାଗି ରହିଥିଲା । ତୁଷାରଙ୍କ ବାପା ୨ଟି ବିବାହ କରିଥିବା ବେଳେ ତାଙ୍କ ମା’ଙ୍କର ମୃତ୍ୟୁ ହୋଇ ଯାଇଥିଲା । ଏହାପରେ ତାଙ୍କ ସାବତ ମା’ଙ୍କ ପୁଅ ନାମରେ ବାପା ସବୁ ସମ୍ପତ୍ତି କରି ଦେଇଥିବା ତୁଷାର ଜାଣିବାକୁ ପାଇଥିଲେ । ଏହାକୁ ନେଇ ସର୍ବଦା ଚିନ୍ତାରେ ରହୁଥିଲେ ତୁଷାର । ତେବେ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ମହାରାଷ୍ଟରେ ରହୁଥିବା ପରିବାର ଲୋକଙ୍କ ସହ ଯୋଗାଯୋଗ କରିଛି ।


ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated :Apr 28, 2022, 1:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.