ETV Bharat / city

'ତୃତୀୟ ଲହର ଛୋଟ ହେଉ ଅବା ବଡ, ନିଶ୍ଚିତ ଆସିବ'

author img

By

Published : Jul 16, 2021, 9:33 PM IST

'ତୃତୀୟ ଲହର ଛୋଟ ହେଉ ଅବା ବଡ ହେଉ ନିଶ୍ଚିତ ଆସିବ'
'ତୃତୀୟ ଲହର ଛୋଟ ହେଉ ଅବା ବଡ ହେଉ ନିଶ୍ଚିତ ଆସିବ'

ତୃତୀୟ ଲହର ଛୋଟ ହେଉ ବା ବଡ ହେଉ ନିଶ୍ଚିତ ଆସିବ ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ । ଅଧିକ ପଢନ୍ତୁ...

ଭୁବନେଶ୍ବର: ବଶ୍ବ ସମେତ ଦେଶର ଅନେକ ସ୍ଥାନରେ ମହାମାରୀର ତୃତୀୟ ଲହର ଦେଖା ଦେଲାଣି । ତେବେ ୩ୟ ଲହର ବଡ ହେଉ ବା ଛୋଟ, ନିଶ୍ଚିତ ଆସିବ ବୋଲି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି । ୩ୟ ଲହରର ସାଘାଂତିକ ଅବସ୍ଥାରୁ ରକ୍ଷା ପାଇବାକୁ ହେଲେ ସରକାରଙ୍କ ସମସ୍ତ ନିୟମାବଳୀକୁ ମାନିବାକୁ ସେ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ।

'ତୃତୀୟ ଲହର ଛୋଟ ହେଉ ଅବା ବଡ ହେଉ ନିଶ୍ଚିତ ଆସିବ'

ତୃତୀୟ ଲହର ଛୋଟ ହେଉ ଅବା ବଡ, ନିଶ୍ଚିତ ଆସିବ । ଏବେ ସଂକ୍ରମଣ କମିଛି । ତେବେ ଏବେଠୁ ସରକାରଙ୍କର ନିୟମାବଳୀକୁ ମାନିବାକୁ ପଡିବ । ବିଦେଶରେ ଅନେକ ସ୍ଥାନରେ ତୃତୀୟ ଲହର ଆରମ୍ଭ ହେଲାଣି । ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକା ଭଳି ଦେଶମାନଙ୍କରେ ଆରମ୍ଭ ହୋଇଥିବା କହିଛନ୍ତି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ । ଅନ୍ୟପଟେ ରାଜ୍ୟରେ କୋଭିଡ କଟକଣା କମ କୋହଳ କରାଯାଇଛି । ଯାହା ଜିମ୍‌ ଓ ପାର୍ଲର ଖୋଲିବା ଭଳି ଅନେକ କିଛି ନିୟମରେ କୋହଳ କରାଯାଇଛି । ଅନ୍ୟପଟେ ମଧ୍ୟ ଓଡ଼ିଶାର ସୀମାବର୍ତ୍ତି ଅଞ୍ଚଳର ଜିଲ୍ଲାଗୁଡିକ ଉପରେ ନଜର ରଖାଯାଇଛି ।

ତୃତୀୟ ଲହରକୁ ନେଇ ରାଜ୍ୟ ସରକାର ପ୍ରସ୍ତୁତ ରହିଛନ୍ତି । ସରକାର ସବୁ ଦୃଷ୍ଟିରୁ ଚିନ୍ତା କରି ଲକଡାଉନକୁ କୋହଳ କରିଛନ୍ତି । ରାଜ୍ୟରେ ସର୍ଭେଲାନ୍ସ ଟୀକାକରଣ ଜାରି ରହିଛି । ଯେକୌଣସି ସମୟରେ ସମସ୍ତେ କୋରୋନା ନିୟମକୁ ମାନନ୍ତୁ । ସରକାର ଓ କମ୍ୟୁନିଟିର ମିଳିତ ଉଦ୍ୟମରେ ହିଁ ଏହି ମହାମାରୀକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର । କଟକ ଭୁବନେଶ୍ୱରରେ କୋରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏହାର ମୁଖ୍ୟକାରଣ ହେଉଛି ଯେ ଲୋକମାନେ ଅଧିକ ଯାତାୟାତ କରୁଛନ୍ତି ।

ବାହାରୁ ଆସୁଥିବା ଲୋକ ଲକ୍ଷଣବିହୀନ ହୋଇଥିବାରୁ ସଂକ୍ରମିତ ହୋଇଥିବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ । ଦ୍ୱିତୀୟରେ ପ୍ରଶାସନ ଦୋକାନ ବଜାର ବନ୍ଦ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲୋକଙ୍କର କୋରୋନା ନିୟମର ଉଲ୍ଲଂଘନ । ତୃତୀୟରେ ଯେଉଁ ଅଞ୍ଚଳରେ କ୍ଲଷ୍ଟର ସଂକ୍ରମଣ ହେଉଛି ସେଠାରେ କଣ୍ଟେନମେଣ୍ଟ ଜୋନ କରାଯାଉଛି । ତେବେ ରାଜ୍ୟରେ ସଂକ୍ରମଣ କମୁଥିବା ବେଳେ ନିୟମରେ କୋହଳ ହେଲେ ବିଭାଗ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଟ୍ବିନସିଟିରେ ସଂକ୍ରମଣ ସବୁ ଦିନ ପ୍ଲାଟୋ ଷ୍ଟେଜରେ ରହୁଛି । ତାକୁ କିଭଳି ମାତ୍ରାରେ କମ କରାଯିବ ସେ ଦିଗରେ କାମ କରାଯାଉଛି ବୋଲି ସେ କହିଛନ୍ତି ।

ଆନ୍ତର୍ଜାତିକ ରିପୋର୍ଟ କହୁଛି 0.3% ଲୋକଙ୍କୁ ଟିକା ନେବା ପରେ ସଂକ୍ରମଣ ହେଉଛି । ଯେଉଁମାନେ ଦ୍ୱିତୀୟ ଡୋଜ ନେଉଛନ୍ତି ସେମାନେ ଗୁରୁତର ହେଉନାହାନ୍ତି । ଟିକା ନେଲା ପରେ ରୋଗ ପ୍ରତିରୋଧକ ଶକ୍ତି ବଢୁଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.