ETV Bharat / city

କେବେ ମିଳିବ ସପ୍ତମ ବେତନ କମିଶନ ବକେୟା ? ସରକାର କହିଲେ ନିଷ୍ପତ୍ତି ହୋଇନି

author img

By

Published : Nov 13, 2019, 9:33 PM IST

କେବେ ମିଳିବ ସପ୍ତମ ବେତନ କମିଶନ ବକେୟା । ତାକୁ ଅପେକ୍ଷା କରିଛନ୍ତି ହଜାର ହଜାର କର୍ମଚାରୀ । ହେଲେ ସରକାର କହୁଛନ୍ତି ନିଷ୍ପତ୍ତି ହୋଇନି ।

ଡିଜାଇନ ଫଟୋ

ଭୁବନେଶ୍ବର: ସପ୍ତମ ବେତନ କମିଶନ ବକେୟା ଅର୍ଥ କେବେ ମିଳିବ ? ତାକୁ ଅପେକ୍ଷା କରିଛନ୍ତି ହଜାର ହଜାର କର୍ମଚାରୀ । ହେଲେ ରାଜ୍ୟ ସରକାର ଏନେଇ କିଛି ସ୍ପଷ୍ଟ କରୁ ନାହାନ୍ତି । କେବେ ମିଳିବ ସେନେଇ ଅର୍ଥ ବିଭାଗ ପାଖରେ ଉତ୍ତର ନାହିଁ ।

କେବେ ମିଳିବ ସପ୍ତମ ବେତନ କମିଶନ ବକେୟା, ସରକାର କହିଲେ ନିଷ୍ପତ୍ତି ହୋଇନି

କର୍ମଚାରୀ 40 ପ୍ରତିଶତ ଅର୍ଥ ପାଇଥିବାବେଳେ 60 ପ୍ରତିଶତ ନେଇ ସ୍ପଷ୍ଟ କରୁନାହାଁନ୍ତି ସରକାର । ଆଜି(ବୁଧବାର) ଏନେଇ ସାମ୍ବାଦିକଙ୍କ ପ୍ରଶ୍ନରେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ବିଭାଗୀୟ ସଚିବ ଅଶୋକ ମୀନା ।

ତେବେ ଅତିରିକ୍ତ ବଜେଟରେ ଏନେଇ କୌଣସି ବ୍ୟବସ୍ଥା ନଥିବାବେଳେ ସରକାର ଏଯାଏ ଏଥିପ୍ରତି କୌଣସି ନିଷ୍ପତ୍ତି ନେଇ ନାହାଁନ୍ତି ବୋଲି ଜଣାପଡିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ସପ୍ତମ ବେତନ କମିଶନ ବକେୟା ଅର୍ଥ କେବେ ମିଳିବ ? ତାକୁ ଅପେକ୍ଷା କରିଛନ୍ତି ହଜାର ହାଜର କର୍ମଚାରୀ। ହେଲେ ରାଜ୍ୟ ସରକାର କିଛି ସ୍ପଷ୍ଟ କରୁ ନାହାନ୍ତି। କେବେ ମିଳିବ ସେନେଇ ଅର୍ଥ ବିଭାଗ ପାଖରେ ଉତ୍ତର ନାହିଁ। କର୍ମଚାରୀ 40 ପ୍ରତିଶତ ଅର୍ଥ ପାଇଥିବା ବେଳେ 60 ପ୍ରତିଶତ ନେଇ ସ୍ପଷ୍ଟ କରୁ ନାହାଁନ୍ତି ସରକାର। ଆଜି ଏନେଇ ସାମ୍ବାଦିକଙ୍କ ପ୍ରଶ୍ନରେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ ବିଭାଗୀୟ ସଚିବ ଅଶୋକ ମୀନା। ଅତିରିକ୍ତ ବଜେଟରେ ଏନେଇ ବ୍ୟବସ୍ଥା ବି ନାହିଁ। ସରକାର ଏଯାଏ ନିଷ୍ପତ୍ତି ନେଇ ନାହାଁନ୍ତି।
Body:ବାଇଟ ଅଶୋକ ମୀନା, ଅର୍ଥ ସଚିବConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.