ETV Bharat / city

3ୟ ଲହରର କାରଣ ହୋଇପାରେ ଲାମ୍ବାଡା ଓ ଡେଲଟା ପ୍ଲସ ଭାରିଆଣ୍ଟ !

author img

By

Published : Jul 11, 2021, 5:07 PM IST

କୋରୋନା ମହାମାରୀ ପରେ ଏବେ ଚିନ୍ତା ବଢାଇଛି ଲାମ୍ବାଡା ଓ ଡେଲଟା ପ୍ଲସ ଭାରିଆଣ୍ଟ ସଂକ୍ରମଣ । ଅଧିକ ପଢନ୍ତୁ...

3ୟ ଲହରର କାରଣ ହୋଇପାରେ ଲାମ୍ବାଡା ଓ ଡେଲଟା ପ୍ଲସ ଭାରିଆଣ୍ଟ
3ୟ ଲହରର କାରଣ ହୋଇପାରେ ଲାମ୍ବାଡା ଓ ଡେଲଟା ପ୍ଲସ ଭାରିଆଣ୍ଟ

ଭୁବନେଶ୍ବର: ଲାମ୍ବାଡା ଭାରିଆଣ୍ଟ ଦକ୍ଷିଣ ଆମେରିକାର ଚିଲିରେ ବହୁଳ ଭାବରେ ଚିହ୍ନଟ ହୋଇଛି । ମାତ୍ର ଏହି ଭାରିଆଣ୍ଟ ଦ୍ବାରା ପେରୁରେ ଅଧିକ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି । ଗତବର୍ଷ ସେପ୍ଟେମ୍ବରରେ ଏହା ଦେଖାଯାଇଥିଲା। ଏହା ଉପରେ ବର୍ତ୍ତମାନ ବିସ୍ତୃତ ଅନୁଧ୍ୟାନ ହୋଇନାହିଁ । ଯେହେତୁ UKରେ ଏହା ଅଧିକ ମାତ୍ରାରେ ଦେଖାଗଲାଣି ଆଉ UKରୁ ଭାରତକୁ ଅଧିକ ଲୋକ ଯାତାୟାତ କରୁଛନ୍ତି ।

3ୟ ଲହରର କାରଣ ହୋଇପାରେ ଲାମ୍ବାଡା ଓ ଡେଲଟା ପ୍ଲସ ଭାରିଆଣ୍ଟ

ସେପଟେ ଏହା ଉପରେ ସତର୍କ ଦୃଷ୍ଟି ରଖିବାକୁ ଆହ୍ବାନ ଦିଆଯାଇଛି । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଏହାକୁ ଭାରିଆଣ୍ଟ ଅଫ ଇଣ୍ଟରେଷ୍ଟ କହିଛି ମାତ୍ର ଭାରିଆଣ୍ଟ ଅଫ କନସନ କହିନାହିଁ । 3ୟ ଲହରର କାରଣ ହୋଇପାରେ ଲାମ୍ବାଡା ଓ ଡେଲଟା ପ୍ଲସ ଭାରିଆଣ୍ଟ । ଏହା ଉପରେ ସରକାରଙ୍କୁ ସତର୍କ ଦୃଷ୍ଟି ରଖିବା ଆବଶ୍ୟକ । ତ୍ରିପୁରାରେ 90 ପ୍ରତିଶତ ଡେଲଟା ପ୍ଲସ ଭାରିଆଣ୍ଟ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସେଠାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗୁଛି ।

ଯେହେତୁ ଗୋଟିଏ ରାଜ୍ୟରେ ବଢୁଛି, ତେଣୁ ଅନ୍ୟ ରାଜ୍ୟକୁ ଏହା ବ୍ୟାପିବାରେ ଯଥେଷ୍ଟ ସମ୍ଭାବନା ରହିଛି । ସେଥିପାଇଁ କୋଭିଡ ଗାଇଡ଼ ଲାଇନ କଡ଼ାକଡ଼ି ଭାବରେ ପାଳନ କରିବା ଆବଶ୍ୟକତା ରହିଛି । କଟକ ଖୋର୍ଦ୍ଧା ଯାଜପୁର, ମୟୂରଭଞ୍ଜ, ପୁରୀ ଭଳି ରାଜ୍ୟରେ ସଂକ୍ରମଣ କମୁନାହିଁ । ଏଠାରେ ଅନଲକ ପକ୍ରିୟା ଜାରି ରହିବା ସହ କୋଭିଡ ନିୟମକୁ କଡ଼ାକଡ଼ି ଲାଗୁ କରାଯିବା ଆବଶ୍ୟକ ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.