ETV Bharat / city

ସଙ୍ଗରୋଧ ଗୃହର ପୁନଃ କାର୍ଯ୍ୟକ୍ଷମ ନେଇ ସହାୟତା ଦାବି କଲା ଓଡିଶା ପ୍ରଗତି ଦଳ

author img

By

Published : Jun 5, 2021, 8:21 AM IST

ସଙ୍ଗରୋଧ ଗୃହର ପୁନଃ କାର୍ଯ୍ୟକ୍ଷମ ନେଇ ସହାୟତା ଦାବି କଲା ଓଡିଶା ପ୍ରଗତି ଦଳ
ସଙ୍ଗରୋଧ ଗୃହର ପୁନଃ କାର୍ଯ୍ୟକ୍ଷମ ନେଇ ସହାୟତା ଦାବି କଲା ଓଡିଶା ପ୍ରଗତି ଦଳ

ରାଜ୍ୟରେ କୋରୋନାର ଦ୍ବିତୀୟ ଲହର ଜାରି ରହିଥିବା ବେଳେ କୋରୋନା ସଂକ୍ରମିତଙ୍କ ସଂଖ୍ୟାରେ ରୋକ୍ ଲାଗୁନଥିବାରୁ ସଙ୍ଗରୋଧ ଗୃହର ପୁନଃ କାର୍ଯ୍ୟକ୍ଷମ ଦାବି କଲା ଓଡିଶା ପ୍ରଗତି ଦଳ । ଅଧିକ ପଢନ୍ତୁ...

ଭୁବନେଶ୍ବର: ଗତବର୍ଷ ୨୦୨୧ ମସିହାରେ କୋରୋନା ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ସରକାର ରାଜ୍ୟର ପ୍ରତି ପଞ୍ଚାୟତରେ ଗୋଟିଏ ଲେଖାଏଁ ସଙ୍ଗରୋଧ କେନ୍ଦ୍ର ପ୍ରତି ସ୍କୁଲରେ ଖୋଲିଥିଲା । ଯେଉଁ ବ୍ୟକ୍ତିମାନେ ବିଦେଶ କିମ୍ବା ଅନ୍ୟ ରାଜ୍ୟରୁ ଆସୁଥିଲେ ସେମାନଙ୍କ ପାଇଁ ସଙ୍ଗରୋଧ ବାଧ୍ୟତାମୂଳକ କରାଯାଇଥିଲା ।

ସଙ୍ଗରୋଧ ଗୃହର ପୁନଃ କାର୍ଯ୍ୟକ୍ଷମ ନେଇ ସହାୟତା ଦାବି କଲା ଓଡିଶା ପ୍ରଗତି ଦଳ

କୋରୋନା ପରୀକ୍ଷଣ ପରେ ଯେଉଁ ବ୍ୟକ୍ତି ଆରୋଗ୍ୟ ଲାଭ କରୁଥିଲେ ସେ ନିଜ ଘରକୁ ଯାଇ ପାରୁଥିଲେ ଓ ଅନ୍ୟ ଯେଉଁମାନେ ସଂକ୍ରମିତ ହେବାର ଜଣାପଡୁଥିଲା ସେମାନଙ୍କୁ ଚିକିତ୍ସା ପାଇଁ କୋଭିଡ ହସ୍ପିଟାଲକୁ ପଠାଯାଉଥିଲା । ଗୋଟିଏ ସଙ୍ଗରୋଧ ଗୃହ ଖୋଲିବା ପାଇଁ ପ୍ରତି ପଞ୍ଚାୟତ କାର୍ଯ୍ୟାଳୟକୁ ୫ଲକ୍ଷ ଟଙ୍କା ଲେଖାଏଁ ବ୍ୟୟ ବରାଦ ହୋଇଥିଲା । ଏ ବାବଦରେ ରାଜ୍ୟ ସରକାର ପ୍ରାୟ ୩୪୦ କୋଟି ଟଙ୍କା ଖର୍ଚ୍ଚ କରିଥିଲେ ଆଉ ଏହାଦ୍ବାରା ମଧ୍ୟ କୋରୋନା ମହାମାରୀକୁ ଗ୍ରାମାଞ୍ଚଳରେ ରୋକା ଯାଇପାରିଥିଲା ।

ସହରକୁ ନୂଆକରି ଆସିଥିବା ଏହି ମହାମାରୀକୁ ସମ୍ମୁଖୀନ ହେବା ସମୟରେ କିଛି ନିରାକରଣର ଉପାୟ ନଥିଲା ତେଣୁ ସତର୍କତା ହିଁ ଏକମାତ୍ର ବାଟ ଥିଲା । ହେଲେ ଦ୍ବିତୀୟ ଲହର ବେଳକୁ ସହରବାସୀଙ୍କ ପାଖରେ ଯଥେଷ୍ଟ, ଔଷଧ, ଅଭିଜ୍ଞ ସ୍ବାସ୍ଥ୍ୟକର୍ମୀ ଓ ପ୍ରତିଷେଧକ ଟୀକା ଉପଲବ୍ଧ ହୋଇଥିଲା । କିନ୍ତୁ କୋରୋନାର କରାଳ ରୂପକୁ ସାମ୍ନା କରିବାକୁ ରାଜ୍ୟ ସରକାରଙ୍କର ସେଭଳି ତପ୍ତରତା ଦେଖିବାକୁ ମିଳିନଥିଲା ଯାହା ଫଳରେ ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଥିଲା । ଆଉ ଅନେକ ନିରୀହ ଜୀବନ ମୃତ୍ୟୁ ମୁଖକୁ ଠେଲି ହୋଇ ଯାଇଥିଲା ।

ସହରାଞ୍ଚଳରେ ସଚେତନତା ଓ ସ୍ବାସ୍ଥ୍ୟସେବାର ଉପଲବ୍ଧ ହେବାଯୋଗୁଁ ଅନେକ ଜୀବନ ବଞ୍ଚିଯାଇଛି ସତ କିନ୍ତୁ ଗାଁ ମାନଙ୍କରେ ସଚେତନତା ଅଭାବରୁ ସଂକ୍ରମଣ ଦିନକୁ ଦିନ ବ୍ୟାପକ ହେବାରେ ଲାଗିଥିଲା । ଯେହେତୁ କୋରୋନାର ଦ୍ଵିତୀୟ ସହର ଅତ୍ୟନ୍ତ ଘାତକ ସାବ୍ୟସ୍ତ ହୋଇଥିଲା ଆଉ ଏହାକୁ ରୋକିବାକୁ ଘରକୁ ଘର ବୁଲି ରୋଗୀ ଚିହ୍ନଟ କରି ସଙ୍ଗରୋଧରେ ରହିବାକୁ ସରକାରଙ୍କ ତରଫରୁ ପରାମର୍ଶ ଦିଆଯାଇଥିଲା ।

ଏହାସହ ଦୀର୍ଘ ଦେଢ ବର୍ଷର ମହାମାରୀ ଜନିତ କ୍ଷତିଗ୍ରସ୍ତ ବଜାର ଅର୍ଥନୀତି ଯୋଗୁଁ ଅନେକ ପରିବାର ରୋଜଗାର ହରାଇଛନ୍ତି । ଯାହାକୁ ନେଇ ଦେଶର ଅର୍ଥନୀତି ଭୁଶୁଡି ପଡିଥିବା ବେଳେ ନିମ୍ନ ମଧ୍ୟବିତ୍ତ ଆଦି ଅନେକ ପରିବାର ଚଳାଇବାକୁ ଅସମର୍ଥ ହୋଇପଡିଛନ୍ତି । ତେଣୁ ଓଡିଶା ପ୍ରଗତି ଦଳ ଓଡ଼ିଶାବାସୀଙ୍କ ତରଫରୁ ରାଜ୍ୟ ସରକାରଙ୍କୁ ଅନୁରେଧ କରିଛନ୍ତି କି ଗ୍ରାମାଞ୍ଚଳରେ ଯୁଦ୍ଧକାଳୀନ ଭିତ୍ତିରେ ସଙ୍ଗରୋଧ ଗୃହଗୁଡିକୁ ପୁନଃ କାର୍ଯ୍ୟକ୍ଷମ କରନ୍ତୁ ଓ ରାଜ୍ୟର ପ୍ରତି ପରିବାରକୁ ୬ ମାସ ପର୍ଯ୍ୟନ୍ତ ମାସିକ ୨୦୦୦ ଟଙ୍କା ଲେଖାଁଏ ଆର୍ଥିକ ସହାୟତା ପ୍ରଦାନ କରନ୍ତୁ ବୋଲି ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଅନୁରୋଧ କରିଛି ଦଳ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.