ETV Bharat / city

ଭାରତ ବନ୍ଦ ନେଇ ରାଜ୍ୟରେ ଆଲର୍ଟ; ଗଡିବନି ମୋ ବସ, ସତର୍କ ପାଇଁ ଜିଲ୍ଲାପାଳଙ୍କୁ ଗୃହ ବିଭାଗର ଚିଠି

author img

By

Published : Dec 8, 2020, 6:19 AM IST

ସତର୍କ ରହିବା ପାଇଁ ସବୁ ଜିଲ୍ଲାପାଳଙ୍କୁ ଗୃହ ବିଭାଗର ଚିଠି
ସତର୍କ ରହିବା ପାଇଁ ସବୁ ଜିଲ୍ଲାପାଳଙ୍କୁ ଗୃହ ବିଭାଗର ଚିଠି

ଆଜି ଭାରତ ବନ୍ଦକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଲର୍ଟ ଜାରି କରିଛି ଗୃହ ବିଭାଗ । ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖଲେ ଗୃହ ସଚିବ । ପଢନ୍ତୁ ଅଧିକ.....

ଭୁବନେଶ୍ବର: ଆଜି ଭାରତ ବନ୍ଦ ଡାକରା ଦେଇଛନ୍ତି ବିଭିନ୍ନ କୃଷକ ସଂଗଠନ । ଏହାକୁ ଦୃଷ୍ଟିରେ ରଖି ଯେକୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛି ଗୃହ ବିଭାଗ । ଆଇନ ଶୃଙ୍ଖଳା ବଜାୟ ରଖିବା ସହିତ ଅତ୍ୟାବଶ୍ୟକ ସେବା ଯେପରି ବାଧାପ୍ରାପ୍ତ ନହୁଏ ସେଥିପାଇଁ ଦୃଷ୍ଟି ଦେବାକୁ କୁହାଯାଇଛି। ଗୃହ ବିଭାଗ ସ୍ବତନ୍ତ୍ର ସଚିବ ସନ୍ତୋଷ ବାଳ ଏନେଇ ଚିଠି ଲେଖିଛନ୍ତି । ସେହିପରି ବନ୍ଦକୁ ନଜରରେ ରଖି ରାଜଧାନୀରେ ଗଡିବନି ମୋ ବସ । ଏନେଇ କୃଟ ପକ୍ଷରୁ ସୂଚନା ଦିଆଯାଇଛି।

ସତର୍କ ରହିବା ପାଇଁ ସବୁ ଜିଲ୍ଲାପାଳଙ୍କୁ ଗୃହ ବିଭାଗର ଚିଠି
ସତର୍କ ରହିବା ପାଇଁ ସବୁ ଜିଲ୍ଲାପାଳଙ୍କୁ ଗୃହ ବିଭାଗର ଚିଠି

କୃଷି ଆଇନକୁ ବିରୋଧ କରି ସାରା ଦେଶରେ କୃଷକ ଆନ୍ଦୋଳନ ତେଜୁଛି,ଏପରିକି ପଞ୍ଜାବ,ହରିୟାନା ,ଉତ୍ତରପ୍ରଦେଶ,ମଧ୍ୟ ପ୍ରଦେଶ,ଓଡିଶା ଏବଂ ବିଭିନ୍ନ ରାଜ୍ୟର ଚାଷୀ ଏବେ ରାଜଧାନୀ ଦିଲ୍ଲୀରେ ଡେରା ପକାଇଛନ୍ତି । କେନ୍ଦ୍ର ସରକାର କୃଷି ବିଲକୁ ପ୍ରତ୍ୟାହାର କରନ୍ତୁ ଦାବିରେ ଚାଷୀ ଅଡ଼ି ବସିଥିବାବେଳେ କଂଗ୍ରେସ ,ବାମ ଦଳ,ବିଭିନ୍ନ ରାଜ୍ୟର ଆଞ୍ଚଳିକ ଦଳ ଏହି ଆନ୍ଦୋଳନରେ ସାମିଲ ହେଉଛନ୍ତି । ରାଜ୍ୟ କଂଗ୍ରେସ ଏହାକୁ ସିଧା ସଳଖ ସମର୍ଥନ ଦେଇସାରିଥିବା ବେଳେ ପ୍ରତ୍ୟକ୍ଷ ଭାବେ ସମର୍ଥନ ଦେଇନାହିଁ ବିଜେଡି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ ଓ ସଂଞ୍ଜୀବ ରାୟଙ୍କ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.