ETV Bharat / city

ଜଗନ୍ନାଥଙ୍କ ନାଁକୁ କଦର୍ଥ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

author img

By

Published : Jul 21, 2021, 9:24 PM IST

ଜଗନ୍ନାଥଙ୍କ ନାଁକୁ କଦର୍ଥ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ରାନୀଙ୍କ ଦାବି
ଜଗନ୍ନାଥଙ୍କ ନାଁକୁ କଦର୍ଥ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ରାନୀଙ୍କ ଦାବି

ଆରାଧ୍ଯ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାଁରେ ଅଶ୍ଲୀଳତା ନେଇ ଯୁବକଙ୍କୁ କଠୋର କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି ରାନୀ ପଣ୍ଡା । ୪୮ ଘଣ୍ଟା ଭିତରେ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଆମରଣ ଅନଶନରେ ବସିବେ ଅଭିନେତ୍ରୀ ରାନୀ । ଅଧିକ ପଢନ୍ତୁ...

ଭୁବନେଶ୍ବର: ଓଡିଶାର ଆରାଧ୍ଯ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାଁରେ ଅଶ୍ଳୀଳ ଭାଷା ପ୍ରୟୋଗ କରିବା ଏବଂ ତାହାକୁ ସୋସିଆଲ ମିଡିଆରେ ଭାଇରାଲ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଅଭିନେତ୍ରୀ ରାନୀ ପଣ୍ଡା । ସଂପୃକ୍ତ ବ୍ୟକ୍ତି କେନ୍ଦ୍ରାପଡା ରାଜକନିକାର ଦିଲ୍ଲୀପ ବିନ୍ଧାଣିଙ୍କ ନାଁରେ ଆଣିଛନ୍ତି ଅଭିଯୋଗ ।

ଜଗନ୍ନାଥଙ୍କ ନାଁକୁ କଦର୍ଥ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ରାନୀଙ୍କ ଦାବି

ଦିଲ୍ଲୀପ କୋଟି କୋଟି ଭକ୍ତଙ୍କ ଭାବାବେଗକୁ କୁଠାରଘାତ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ରାନୀ । ଓଡିଆଙ୍କ ପ୍ରାଣ କେନ୍ଦ୍ର ପ୍ରଭୁ ଜଗନ୍ନାଥଙ୍କ ନାମରେ ସେ ଯେଉଁ ଭାଷା ପ୍ରୟୋଗ କରିଛନ୍ତି ତାହା ସମସ୍ତ ଭକ୍ତ ମାନଙ୍କ ପାଇଁ ନିନ୍ଦନୀୟ ଘଟଣା ।

ଏଭଳି ଅଭିଯୁକ୍ତକୁ ୪୮ ଘଣ୍ଟା ଭିତରେ ଗିରଫ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ରାନୀ ପଣ୍ଡା। ଏହାସହ ଆଇନଜୀବୀ ତଥା ଜଗନାଥ ସଂସ୍କୃତିର ପ୍ରଚାରକ ଶ୍ରୀନିବାସ ଆଚାର୍ଯ୍ୟ କହିଛନ୍ତି କି ଏଥିପାଇଁ ପୋଲିସ ଡିଜି, ପୁରୀ ଜିଲ୍ଲା ପ୍ରଶାସନ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ପତ୍ର ପଠାଇଥିବା ନେଇ ସେ ସୂଚନା ଦେଇଛନ୍ତି ।

ତେବେ ଯଦି ଅଭିଯୁକ୍ତକୁ ୪୮ ଘଣ୍ଟା ଭିତରେ ଗିରଫ କରା ନ ଯାଏ ତେବେ ବଡ଼ଦାଣ୍ଡରେ ଆମରଣ ଅନଶନ କରିବେ ବୋଲି କହିଛନ୍ତି ରାନୀ ପଣ୍ଡା । ଏହାସହ ଏଭଳି ଅଭିଯୁକ୍ତଙ୍କ ବିରୋଧରେ ପୁରୀ ମନ୍ଦିର ସେବାୟତ, ପୁରୀର ଜନସାଧାରଣ ଏବଂ ଜଗନ୍ନାଥଙ୍କୁ ଭଲପାଉଥିବା ହଜାର ହଜାର ଭକ୍ତ ସମସ୍ତେ ସ୍ବର ଉଠାଇବାକୁ ସମସ୍ତଙ୍କୁ ନିବେଦନ କରିଛନ୍ତି ରାନୀ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.