ETV Bharat / city

Odisha Weather Report : ୪ ଡ଼ିଗ୍ରୀ ତାପମାତ୍ରା ସହ ଦାରିଙ୍ଗବାଡି ଓଡ଼ିଶାର ଥଣ୍ଡା ସହର

author img

By

Published : Dec 20, 2021, 6:24 PM IST

Odisha Weather Report : ୪ଡ଼ିଗ୍ରୀ ତାପମାତ୍ରା ସହ ଦାରିଙ୍ଗବାଡି ଓଡ଼ିଶାର ଥଣ୍ଡା ସହର
Odisha Weather Report : ୪ଡ଼ିଗ୍ରୀ ତାପମାତ୍ରା ସହ ଦାରିଙ୍ଗବାଡି ଓଡ଼ିଶାର ଥଣ୍ଡା ସହର

ରାଜ୍ୟରେ ଗତ କିଛି ଦିନ ହେବ ଅଧିକ ଶୀତର ପ୍ରକୋପ ଅନୁଭବ ହେଉଛି । ୪ଡ଼ିଗ୍ରୀ ରାତ୍ରି ତାପମାତ୍ରା ସହ ଦାରିଙ୍ଗବାଡି ଓଡ଼ିଶାର ଥଣ୍ଡା ସହର ଭାବେ ପରିଗଣିତ ହୋଇଛି । ଅଧିକ ପଢନ୍ତୁ

ଭୁବନେଶ୍ବର : ରାଜ୍ୟରେ ଗତ କିଛି ଦିନ ହେବ ଅଧିକ ଶୀତର ପ୍ରକୋପ ଅନୁଭୂତ ହେଉଛି । ଫଳରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ୪ଡ଼ିଗ୍ରୀ ରାତ୍ରି ତାପମାତ୍ରା ସହ ଦାରିଙ୍ଗବାଡି ଓଡ଼ିଶାର ଥଣ୍ଡା ସହର ଭାବେ ପରିଗଣିତ ହୋଇଛି । ୧୩ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରେକର୍ଡ କରାଯାଇଛି । ରାଜ୍ୟରେ ଗତ ଏକ ସପ୍ତାହ ଧରି ଶୀତ ପ୍ରକୋପ ଜାରି ରହିଥିବାବେଳେ ଆଗାମୀ ୪ ରୁ ୫ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ ।

ଦାରିଙ୍ଗବାଡି ୪.୦ ,ଝାରସୁଗୁଡା ୫.୬, ଫୁଲବାଣୀ ୬.୫ , ସୋନପୁର ୬.୯ ଓ କେନ୍ଦୁଝର ୭.୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ବାଲେଶ୍ବରରେ ୧୦.୬, କଟକରେ ୧୨.୪, ପୁରୀରେ ୧୬.୪ ଓ ଅନୁଗୋଳରେ ୧୧ ଡିଗ୍ରୀ ତାପମାତ୍ରା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.