ETV Bharat / city

ଗଣଶିକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ଶିକ୍ଷକ ସଂଘ

author img

By

Published : Sep 21, 2022, 10:35 PM IST

ଗଣଶିକ୍ଷା ମନ୍ତ୍ରୀଙ୍କୁ ଭେଟିଲା ବିଭିନ୍ନ ଶିକ୍ଷକ ସଂଘ
ଗଣଶିକ୍ଷା ମନ୍ତ୍ରୀଙ୍କୁ ଭେଟିଲା ବିଭିନ୍ନ ଶିକ୍ଷକ ସଂଘ

ଗଣଶିକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ବିଭିନ୍ନ ଶିକ୍ଷକ ସଂଘ । ବିଭିନ୍ନ ଦାବିକୁ ନେଇ ହେଲା ଆଲୋଚନା । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଲୋକସଭା ଭବନ ଠାରେ ହୋଇଥିଲା ବୈଠକ । ଅଧିକ ପଢ଼ନ୍ତୁ

ଭୁବନେଶ୍ବର : ଗଣଶିକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ବିଭିନ୍ନ ଶିକ୍ଷକ ସଂଘ । ବିଭିନ୍ନ ଦାବିକୁ ନେଇ ହେଲା ଆଲୋଚନା । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଲୋକସଭା ଭବନ ଠାରେ ହୋଇଥିଲା ବୈଠକ । ଏହି ବୈଠକରେ ଓଷ୍ଟା, ନିଖିଳ ଉତ୍କଳ ପ୍ରାଥମିକ ସ୍କୁଲ ଶିକ୍ଷକ, ଉତ୍କଳ ସଂସ୍କୃତି ମହାସଂଘ, ନିଖିଳ ଓଡିଶା ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ, ନୂତନ ପେନସନ ଧାରି ଶିକ୍ଷକ ସଂଘ, ଓଡିଶା ଊର୍ଦ୍ଦୁ ଶିକ୍ଷକ ସଂଘ ଏବଂ ଓଡିଶା ଅଭିଭାବକ ମହାସଂଘ ଉପସ୍ଥିତି ରହିଥିଲେ ।

ଗଣଶିକ୍ଷା ମନ୍ତ୍ରୀଙ୍କୁ ଭେଟିଲା ବିଭିନ୍ନ ଶିକ୍ଷକ ସଂଘ

ଏନେଇ ଓଷ୍ଟା ସଭାପତି ପ୍ରକାଶ ମହାନ୍ତି କହିଛନ୍ତି ଯେ, " ସ୍କୁଲରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଙ୍କର ସମସ୍ୟା ଉପରେ ହୋଇଛି ଆଲୋଚନା । ସେଗୁଡିକ ହେଲା ସମସ୍ତ ସ୍କୁଲକୁ ପୂର୍ଣ୍ଣ ଅନୁଦାନ ଦେବା । ଯେଉଁମାନେ ଦରମା ପାଇନାହାଁନ୍ତି ସେମାନଙ୍କୁ ଅଧିକ ଦରମା ଦେବା । ସ୍କୁଲରେ ମଧ୍ୟାହ୍ନ ଭୋଜନ ଦେଉଛନ୍ତି ତାହା ମଧ୍ୟ ଗୁଣାବତ୍ତା ରହୁନାହିଁ । ତେଣୁ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ । ଏପଟେ ଅଭିଭାବକ ମହାସଂଘ କହିଛନ୍ତି ଯେ, ଗତ 12 ତରିଖ ଦିନ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ୟୁନିଟ-୧ ସ୍ଥିତ ବାସଭବନ ସମ୍ମୁଖରେ ଓଡିଶା ଅଭିଭାବକ ମହାସଂଘ ତରଫରୁ ସାତ ଦଫା ଦାବି ନେଇ ଆମରଣ ଅନଶନ କରାଯାଇଥିଲା । ସେଦିନ ସବୁ ଦାବି ଗୁଡିକ ସମ୍ପର୍କରେ 20 ତାରିଖରେ ଆଲୋଚନା ପାଇଁ ନିଷ୍ପତ୍ତି ହୋଇଥିଲା ।

ଓଡିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟଙ୍କ ନେତୃତ୍ୱରେ ଏକ ତିନି ଜଣିଆ ପ୍ରତିନିଧି ଦଳ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିଥିଲେ । ଘରୋଇ ସ୍କୁଲରେ ଯେଉଁ ସୁବିଧା ଯୋଗାଉଛନ୍ତି ସେହି ଅନୁସାରେ ଫି ନିର୍ଦ୍ଧାରଣ କରିବା ପାଇଁ ଯାହାକି 23 ସେପ୍ଟେମ୍ବର 1996ରେ ବିଭାଗର ରିଜଲ୍ୟୁସନ ପାସ ହୋଇ ଧାରା 4.1 ଲିଖିତ ରହିଛି । ତେଣୁ ଘରୋଇ ସ୍କୁଲକୁ ସ୍ୱୀକୃତି ପ୍ରଦାନ ବେଳେ ନିର୍ଦ୍ଧାରିତ ଫି ମଧ୍ୟ ଉଲ୍ଲେଖ ରହିବା ଉଚିତ ବୋଲି ମହାସଂଘ ଦାବି କରିଛି । କରୋନା ପାଇଁ ମାନ୍ୟବର ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ରାୟ ଉପରେ ବିଭାଗର ସ୍କୁଲ ଫି ଛାଡ଼ ନିର୍ଦ୍ଦେଶର କାର୍ଯ୍ୟକାରୀ ନେଇ ସ୍କୁଲ ଅନୁଯାୟୀ ରିପୋର୍ଟ ଦାଖଲ କରିବାକୁ ବିଭାଗ ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ତେଣୁ ତୁରନ୍ତ ଏ ସଂକ୍ରାନ୍ତରେ ତଥ୍ୟ ଦାଖଲ ପାଇଁ ମାନ୍ୟବର ମନ୍ତ୍ରୀ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଆଇନତଃ ସ୍କୁଲ ବ୍ୟାଗ ଓଜନ 1.5 କେଜିରୁ 5 କେଜି ପର୍ଯ୍ୟନ୍ତ ରହିବା ନେଇ ନିୟମ ରହିଛି । ଏହାସତ୍ତ୍ବେ ପ୍ରାଇଭେଟ ସ୍କୁଲ ମାନଙ୍କରେ ପିଲାଙ୍କ ସ୍କୁଲ ବ୍ୟାଗ ଓଜନ ଅଧିକ ରହୁଛି । ସବୁ ସ୍କୁଲ ମାନଙ୍କୁ NCERT ବହିରେ ପାଠ ପଢାଇବାକୁ ସୁପ୍ରିମ କୋର୍ଟ, ହାଇକୋର୍ଟ, ଏନସପିସିଆର, ମାନବାଧିକାର କମିଶନ ତଥା ବିଭାଗର ସବୁ ନିର୍ଦ୍ଦେଶର ଦସ୍ତାବିଜ ଦିଆଯାଇଛି । ତେଣୁ ମାନ୍ୟବର ମନ୍ତ୍ରୀ ଏହି ସମସ୍ୟାକୁ ମିଶନ ମୋଡ଼ରେ ନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସଚିବ ଓ ନିର୍ଦ୍ଦେଶକ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ସେହିପରି ଶିକ୍ଷା ଅଧିକାର ଆଇନ ଅନୁଯାୟୀ ୨୫% ମାଗଣା ସିଟରେ ଆଡ଼ମିଶନ ପାଇଁ ମାନ୍ୟବର ମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା । ପୁଣିଥରେ ପାରଦର୍ଶୀ ପୋର୍ଟାଲ ଖୋଲିବାକୁ ଦାବି ହୋଇଛି । ଏଥିସହ ଖାଲି ପଡିଥିବା 21000 ସିଟରେ ଆଡ଼ମିଶନ ପାଇଁ ଅପେକ୍ଷା କରିଥିବା ପିଲାଙ୍କୁ ଆଡ଼ମିଶନ ଦେବା ପାଇଁ ଦାବି ଜଣାଇଥିଲେ । ଏହି ସ୍କିମରେ ଦିଲ୍ଲୀ ଓ ଛତିଶଗଡ଼ ରାଜ୍ୟ ଭଳି ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ସାମିଲ କରିବାକୁ ମହାସଂଘ ଦାବି ଜଣାଇଥିଲା ।

ମନ୍ତ୍ରୀଙ୍କ ସହ ଆଲୋଚନା ସମୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଅଶ୍ୱଥୀ ଏସ୍‌, ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ (ଓସେପା) ଅନୁପମ ସାହା, ବିଭାଗୀୟ ସ୍ୱତନ୍ତ୍ର ସଚିବ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ଉଚ୍ଚ ମାଧ୍ୟମିକ ଶିକ୍ଷାର ପରିଷଦର ଅଧ୍ୟକ୍ଷ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.