ETV Bharat / city

ଶୀତ ଅଧିବେଶନରେ ଆସିପାରେ ସପ୍ଲିମେଣ୍ଟାରୀ ବଜେଟ, ପଞ୍ଚାୟତ ନିର୍ବାଚନ ପାଇଁ ନୂଆ ଯୋଜନା ଚର୍ଚ୍ଚା

author img

By

Published : Oct 7, 2021, 9:15 PM IST

ଶୀତ ଅଧିବେଶନରେ ଆସିପାରେ ସପ୍ଲିମେଣ୍ଟାରୀ ବଜେଟ, ପଞ୍ଚାୟତ ନିର୍ବାଚନ ପାଇଁ ନୂଆ ଯୋଜନା ଚର୍ଚ୍ଚା
ଶୀତ ଅଧିବେଶନରେ ଆସିପାରେ ସପ୍ଲିମେଣ୍ଟାରୀ ବଜେଟ, ପଞ୍ଚାୟତ ନିର୍ବାଚନ ପାଇଁ ନୂଆ ଯୋଜନା ଚର୍ଚ୍ଚା

ଆସନ୍ତା ଶୀତକାଳୀନ ଅଧିବେଶନରେ ଆସିପାରେ ସପ୍ଲିମେଣ୍ଟାରୀ ବଜେଟ। ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି କିଛି ନୂଆ ଯୋଜନା ଘୋଷଣା କରିପାରନ୍ତି ସରକାର । ବିରୋଧୀ କହିଲେ ଧୂଆଁବାଣ । ଅଧିକ ପଢନ୍ତୁ...

ଭୁବନେଶ୍ବର: ଆସନ୍ତା ଶୀତକାଳୀନ ଅଧିବେଶନରେ ଆସିପାରେ ସପ୍ଲିମେଣ୍ଟାରୀ ବଜେଟ। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଏହି ସପ୍ଲିମେଣ୍ଟାରୀ ବଜେଟ ସରକାରଙ୍କ ପାଇଁ ନିର୍ବାଚନୀ ଭିଟାମିନ ଭଳି କାମ କରିବ । ନଭେମ୍ବର ଶେଷ ଏବଂ ଡିସେମ୍ବର ପ୍ରଥମ ସପ୍ତାହବେଳକୁ ବସିବାକୁ ଥିବା ଶୀତକାଳୀନ ଅଧିବେଶନରେ ପଞ୍ଚାୟତ ନିର୍ବାଚନକୁ ଦୄଷ୍ଟିରେ ରଖି ସରକାର କିଛି ନୂଆ ସ୍କିମ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ ପାଇଁ ଅର୍ଥ ବିଭାଗ ସବୁ ବିଭାଗର ମତାମତ ଲୋଡିଛି। ପଞ୍ଚାୟତ ଭୋଟରଙ୍କୁ ଆକୄଷ୍ଟ କରିବା ପାଇଁ ଅତିରିକ୍ତ ବଜେଟରେ ସରକାର କିଛି ଯୋଜନା ଘୋଷଣା କରିପାରନ୍ତି ବୋଲି ଅନୁମାନ କରାଯାଉଛି ।

ଶୀତ ଅଧିବେଶନରେ ଆସିପାରେ ସପ୍ଲିମେଣ୍ଟାରୀ ବଜେଟ, ପଞ୍ଚାୟତ ନିର୍ବାଚନ ପାଇଁ ନୂଆ ଯୋଜନା ଚର୍ଚ୍ଚା

ଶୀତକାଳୀନ ଅଧିବେଶନରେ ଏହି ନୂଆ ସ୍କିମ ଘୋଷଣା ହେବ । ଫେବୃଆରୀ ଦ୍ୱିତୀୟ ସପ୍ତାହରେ ପଞ୍ଚାୟତ ନିର୍ବାଚନ ହେବାକୁଥିବାବେଳେ ନଭେମ୍ବର ଶେଷ ସପ୍ତାହ କିମ୍ବା ଡିସେମ୍ବର ପ୍ରଥମ ସପ୍ତାହରେ ବସିବ ଶୀତକାଳୀନ ଅଧିବେଶନ। ଯାହାକୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ।

ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ କହିଛନ୍ତି ଅନ୍ୟ ବିଭାଗରୁ କାଣ୍ଟଛାଟ କରି ନୂଆ ସ୍କିମ ଘୋଷଣା କରି ପଞ୍ଚାୟତ ନିର୍ବାଚନ ପାଇଁ ବାଟ ଦେଖିବେ ସରକାର। ଖାଲି ଧୂଆଁବାଣ କରୁଛନ୍ତି ସରକାର। ସେପଟେ ଅର୍ଥ ବିଭାଗ ପକ୍ଷରୁ ସମସ୍ତ ବିଭାଗକୁ ଡିସେମ୍ବର ୧୫ତାରିଖ ସୁଦ୍ଧା ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ପାଇଁ ପ୍ରସ୍ତାବ ପଠାଇବାକୁ ପରାମର୍ଶ ଦିଆଯାଇଛି । ଅର୍ଥ ସଚିବ ବିଶାଳ କୁମାର ଦେବ ସମସ୍ତ ବିଭାଗର ସଚିବଙ୍କୁ ଚିଠି ଲେଖି ୨୦୨୧-୨୨ ଆର୍ଥିକ ବର୍ଷର ସଂଶୋଧିତ ଅଟକଳ (ରିଭାଇଜଡ୍ ଏଷ୍ଟିମେଟ) ଏବଂ ୨୦୨୨-୨୩ର ବଜେଟ୍ ପ୍ରସ୍ତାବ ପଠାଇବାକୁ କହିଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.