ETV Bharat / city

ଓଡିଆ ଫିଲ୍ମ ‘ତୁ ମୋ କମଜୋରି’ର ଶୁଭମହୁରତ

author img

By

Published : Nov 13, 2020, 6:29 AM IST

ଲକଡାଉନ କଟକଣା କିଛିଟା ଏହି କ୍ଷେତ୍ର ପାଇଁ କୋହଳ ହୋଇଥିବା ବେଳେ ଓଡିଶା ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଭଲ ଖବର ଆଣିଦେବାକୁ ଯାଉଛି ଶ୍ରଦ୍ଧାସବୁରୀ ପ୍ରଡକ୍ସନ । ସୁପ୍ରିମ ଏଣ୍ଟରଟେନମେଣ୍ଟର ସହ ପ୍ରଯୋଜନାରେ ନିର୍ମାଣ କରିବାକୁ ଯାଉଛନ୍ତି ଏକ ସଙ୍ଗୀତ ଭିତ୍ତିକ ଲଭ ଷ୍ଟୋରି "ତୁ ମୋ କମଜୋରି" । ଅଧିକ ପଢନ୍ତୁ...

subha-mahurat-of-odia-film-tu mo kamjori-in-bhubanewsar
ଓଡିଆ ଫିଲ୍ମ "ତୁ ମୋ କମଜୋରି"ର ଶୁଭମହୁରତ

ଭୁବନେଶ୍ୱର: କୋରୋନା ମହାମାରୀ ସମୟରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଫିଲ୍ମ ଇଣ୍ଡଷ୍ଟ୍ରି । ଲକଡାଉନ କଟକଣା କିଛିଟା ଏହି କ୍ଷେତ୍ର ପାଇଁ କୋହଳ ହୋଇଥିବା ବେଳେ ଆମ ରାଜ୍ୟରେ କିନ୍ତୁ ଏପର୍ଯ୍ୟନ୍ତ ସିନେମା ହଲ ଖୋଲିବା ପାଇଁ ନିର୍ଦ୍ଦେଶ ଆସିନାହିଁ ।

ଓଡିଆ ଫିଲ୍ମ "ତୁ ମୋ କମଜୋରି"ର ଶୁଭମହୁରତ
ତେବେ ଏହି ଖରାପ ପରିସ୍ଥିତିକୁ ଅତିକ୍ରମ କରି ଓଡିଶା ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଭଲ ଖବର ଆଣିଦେବାକୁ ଯାଉଛି ଶ୍ରଦ୍ଧାସବୁରୀ ପ୍ରଡକ୍ସନ । ସୁପ୍ରିମ ଏଣ୍ଟରଟେନମେଣ୍ଟର ସହ ପ୍ରଯୋଜନାରେ ନିର୍ମାଣ କରିବାକୁ ଯାଉଛନ୍ତି ଏକ ସଙ୍ଗୀତ ଭିତ୍ତିକ ଲଭ ଷ୍ଟୋରି "ତୁ ମୋ କମଜୋରି" ।

ଗୁରୁବାର ଏହାର ଶୁଭ ମହୁରତ ପଟିଆ ସ୍ଥିତ ସାଇ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ଯାହାର ସୁଟିଂ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଥିବା କହିଛନ୍ତି ଏହାର ନିର୍ଦ୍ଦେଶକ ସନ୍ତୋଷ ବିଶ୍ୱାଳ ।

ସେହିଭଳି ଏହି ଫିଲ୍ମଟି ଅନ୍ୟ ରେଗୁଲାର ଫିଲ୍ମ ତୁଳନାରେ ଭିନ୍ନ ଓ ଏହା ଦର୍ଶକଙ୍କୁ ବେଶ ମନୋରଞ୍ଜନ କରିବ ବୋଲି ଏହାର ଅନ୍ୟତମ ପ୍ରଯୋଜକ ଟିକି ପଟ୍ଟନାୟକ ପ୍ରକାଶ କରିଛନ୍ତି ।

ଏହି ଫିଲ୍ମରେ ମୁଖ୍ୟ ନାୟକ ଓ ନାୟିକା ଭାବେ ରାକେଶ ଦେଓ ଓ ଅନୁଭା ସୌରୟା ନଜର ଆସିବେ । ସେମାନେ ମଧ୍ୟ ଏହି ଫିଲ୍ମଟିର କାହାଣୀରେ ପ୍ରଭାବିତ ଅଛନ୍ତି ଓ ଏହା ଦର୍ଶକଙ୍କୁ ନିଶ୍ଚୟ ଭଲ ଲାଗିବ ବୋଲି କହିଛନ୍ତି ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.