ହାଇସିକ୍ୟୁରିଟି ନମ୍ବରପ୍ଲେଟ ନଥିଲେ ସାବଧାନ, ଅକ୍ଟୋବର ପହିଲାରୁ କଟିପାରେ ଚାଲାଣ

author img

By

Published : Sep 16, 2022, 4:48 PM IST

ହାଇସିକ୍ୟୁରିଟି ନମ୍ବରପ୍ଲେଟ ନଥିଲେ ସାବଧାନ, ଅକ୍ଟୋବର ପହିଲାରୁ କଟିପାରେ ଚାଲାଣ
ହାଇସିକ୍ୟୁରିଟି ନମ୍ବରପ୍ଲେଟ ନଥିଲେ ସାବଧାନ, ଅକ୍ଟୋବର ପହିଲାରୁ କଟିପାରେ ଚାଲାଣ ()

୨୦୧୯ ପୂର୍ବରୁ ଗାଡି କିଣିଥିଲେ ହୋଇଯାଆନ୍ତୁ ସାବଧାନ । ଆପଣଙ୍କ ଗାଡି଼ରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ନଥିଲେ କଟିପାରେ ଚାଲାଣ । ତେବେ ଏଭଳି ନୂଆ ନିୟମ ଆସନ୍ତା ଅକ୍ଟୋବର ପହିଲାରୁ ଲାଗୁ ହେବାକୁ ଯାଉଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ୨୦୧୯ ପୂର୍ବରୁ ଗାଡି କିଣିଥିଲେ ସାବଧାନ । ଆପଣଙ୍କର ଗାଡିର ନମ୍ବର ପ୍ଲେଟକୁ ବଦଳାଇ କରନ୍ତୁ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ (HSRP Registration) । ନଚେତ ଅକ୍ଟୋବର ପହିଲାରୁ କଟିପାରେ ଚାଲାଣ । ଏନେଇ ସୂଚିତ କରିଛି ରାଜ୍ୟ ପରିବହନ ବିଭାଗ । ରାଜ୍ୟ ପରିବହନ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୀପ୍ତି ରଞ୍ଜନ ପାତ୍ର ଏ ନେଇ ରାଜ୍ୟବାସୀଙ୍କୁ ସଚେତନ କରାଇଛନ୍ତି ।

ରାଜ୍ୟ ପରିବହନ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୀପ୍ତି ରଞ୍ଜନ ପାତ୍ର
ରାଜ୍ୟ ପରିବହନ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୀପ୍ତି ରଞ୍ଜନ ପାତ୍ର

ଗାଡିର ନମ୍ବର ଶେଷ ଅଙ୍କ ଅନୁସାରେ ଆରମ୍ଭ ହୋଇଛି ନମ୍ବର ପ୍ଲେଟ ପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟା । ଏଥିପାଇଁ ୨୦୧୯ ଏପ୍ରିଲ ପହିଲା ପୂର୍ବରୁ ପଞ୍ଜୀକୃତ ହୋଇଥିବା ପୁରୁଣା ଗାଡିର ନମ୍ବର ଯାହାକି ୧, ୨, ୩ ଏବଂ ୪ ସହିତ ଶେଷ ହୋଇଥିବ, ସେମାନଙ୍କର ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍‌ର (HSRP) ସମୟସୀମା ସେପ୍ଟେମ୍ବର ୩୦ରେ ଶେଷ ହେବ । ଆଇନ ପ୍ରଣୟନକାରୀ ସଂସ୍ଥା ଗୁଡିକ HSRP ଫିଟମେଣ୍ଟ ହୋଇଛି କି ନାହିଁ ଆସନ୍ତା ଅକ୍ଟୋବର ୧ ତାରିଖରୁ ତଦାରଖ କରିବା ଆରମ୍ଭ କରିବେ‌ ।

IMVର ଧାରା ୧୯୨ ଆକ୍ଟ ୧୯୮୮ ଅଧୀନରେ, ଯଦି ଉପରୋକ୍ତ ନିର୍ଦ୍ଧାରିତ ତାରିଖ ମଧ୍ୟରେ ଗାଡିଟି HSRP ସହିତ ପଞ୍ଜିକରଣ ନହୁଏ, ତେବେ ଅପରାଧୀ ଗାଡି ବିରୋଧରେ ଇ-ଚାଲାଣ ଜାରି କରାଯିବ ଏବଂ ୫ ହଜାର କିମ୍ବା ୧୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯିବ । କାରଣ କେନ୍ଦ୍ର ସରକାର ସଂଶୋଧିତ CMVRର ନିୟମ ୫୦ ଏବଂ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ବିଜ୍ଞପ୍ତି ଆଦେଶ ଅନୁଯାୟୀ ପରିବହନ ବିଭାଗ ଚଳିତ ବର୍ଷ ଜୁନ ୧ରୁ ସମସ୍ତ ଶ୍ରେଣୀର ପୁରୁଣା ଯାନ ପାଇଁ HSRP ବାଧ୍ୟତାମୂଳକ କରିଛି । ଏହା ୨୦୧୯ ଏପ୍ରିଲ ୧ ତାରିଖ ପୂର୍ବରୁ ପଞ୍ଜୀକୃତ ହୋଇଥିବା ଗାଡି ପାଇଁ ମଧ୍ୟ ବାଧ୍ୟତାମୂଳକ ।

ଏହା ବି ପଢନ୍ତୁ- ଦିନକ ପୂର୍ବରୁ ପୁରୀରେ ହେବ ଏୟାର ସୋ

ଏହି ପ୍ରକ୍ରିୟାରେ ଏଯାବତ ସମୁଦାୟ ୧,୦୬୫,୩୧୨ ଯାନ ମାଲିକ ସ୍ଲଟବୁକ୍ କରିଛନ୍ତି, ଯେଉଁଥିରୁ ୫୯୩,୭୧୭ ଗାଡିରେ HSRP ନମ୍ବର‌ପ୍ଲେଟ ଲଗାଯାଇ ସାରିଲାଣି । ତେଣୁ ଅକ୍ଟୋବର ସୁଧା ୧, ୨, ୩ ଓ ୪ ନମ୍ବର ଥିବା ଗାଡିର ସ୍ଲଟ ବୁକିଂ ପାଇଁ ଅନଲାଇନରେ ସୁବିଧା ‌ରହିଥିବାବେଳେ, ଅକ୍ଟୋବର ୩୧ରୁ ପରବର୍ତ୍ତୀ ଶେଷ ନମ୍ବର ଥିବା ଗାଡି ମାନଙ୍କ ପାଇଁ ସ୍ଲଟ୍‌ ବୁକିଂ ଆରମ୍ଭ ହେବ । ଏଣୁ ଗାଡିର ନମ୍ବର ପ୍ଲେଟକୁ ଅପଗ୍ରେଡ କରାଇ ହାଇସିକ୍ୟୁରିଟି ନମ୍ବର‌ପ୍ଲେଟ ଲଗାଇବାକୁ ନିର୍ଦ୍ଦେଶ ରହିଛି ।

ପୂର୍ବ ନମ୍ବର ପ୍ଲେଟ୍‌ ଲଗାଇବା ଦ୍ବରା ଚୋରମାନେ ପୁରୁଣା ନମ୍ବର ପ୍ଲେଟଗୁଡିକୁ ସହଜରେ ଅପବ୍ୟବହାର କରିପାରିବେ । ହେଲେ HSRP ପ୍ଲେଟଗୁଡିକ ଏକ ଅପସାରଣ ଯୋଗ୍ୟ ସ୍ନାପଲକ୍ ସହିତ ଆସିଥାଏ, ଯାହାକୁ ବଦଳାଇବା କଷ୍ଟକର । ଏହା ଚୋରଙ୍କୁ ଅଡୁଆରେ ପକାଇପାରେ । ଏହି ପ୍ଲେଟଗୁଡିକ ଟାମ୍ପର-ପ୍ରୁଫ୍ ଏବଂ ୨ଟି ପୁନଃ-ବ୍ୟବହାରଯୋଗ୍ୟ ଲକ୍ ସହିତ ଆସିଥାଏ ।

"IND’ ଲେଖା ସହିତ HSRP ର ବାମପାର୍ଶ୍ବରେ କ୍ରୋମିୟମ ଆଧାରିତ ଅଶୋକ ଚକ୍ର ରହିଛି । ଯାନର ପରିଚୟ ନମ୍ବର ଲେଜର ଏନକୋଡେଡ୍ ହେବ, ଯାହା ସ୍କାନ କରିବା ସହଜ ଏବଂ ଟ୍ୟାମ୍ପରିଂ କରିବା କଷ୍ଟକର ହୋଇଥାଏ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.