ETV Bharat / city

ସରିଲା ଫୁଲ ଡ୍ରେସ ପରେଡ ଅଭ୍ୟାସ, ଗ୍ରାଉଣ୍ଡ ପରଖିଲେ ପୋଲିସ ଡିଜି

author img

By

Published : Jan 24, 2022, 10:06 AM IST

Updated : Jan 24, 2022, 2:01 PM IST

ସରିଲା ଫୁଲ ଡ୍ରେସ ପରେଡ ଅଭ୍ୟାସ,  ଗ୍ରାଉଣ୍ଡ ପରଖିଲେ ପୋଲିସ ଡିଜି
ସରିଲା ଫୁଲ ଡ୍ରେସ ପରେଡ ଅଭ୍ୟାସ, ଗ୍ରାଉଣ୍ଡ ପରଖିଲେ ପୋଲିସ ଡିଜି

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ପରେଡ ଗ୍ରାଉଣ୍ଡ ପରଖିଲେ ପୋଲିସ ଡିଜି । ସୁରକ୍ଷା ବ୍ୟବସ୍ଥା ସହ ପରେଡ ପରିଚାଳନା ‌ସମ୍ପର୍କରେ ତଦାରଖ କରିଛନ୍ତି । ଅଧିକ ପଢନ୍ତୁ

ଭୁବନେଶ୍ବର: ଆଉ ଗୋଟିଏ ଦିନ ପରେ ସାଧାରଣତନ୍ତ୍ର ଦିବସ । ଏନେଇ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି । କୋଭିଡ଼ କଟକଣାରେ ଗାନ୍ଧୀ ମାର୍ଗରେ ସରିଛି ଫୁଲ ଡ୍ରେସ ପରେଡ଼ ଅଭ୍ୟାସ । ପୋଲିସ ଡିଜି ସୁନିଲ୍ ବଂଶଲ ରିହରସଲ ତଦାରଖ କରିଛନ୍ତି । ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ସହ ପରେଡ ପରିଚାଳନା ‌ସମ୍ପର୍କରେ ତଦାରଖ କରିଛନ୍ତି ।

ସରିଲା ଫୁଲ ଡ୍ରେସ ପରେଡ ଅଭ୍ୟାସ, ଗ୍ରାଉଣ୍ଡ ପରଖିଲେ ପୋଲିସ ଡିଜି

ଚଳିତ ବର୍ଷ ପରେଡ ସମାରୋହରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ଯୋଗ ଦେବାକୁ ଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏଥିପାଇଁ ୫ମ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ୨୫ ପ୍ଲାଟୁନ ଫୋର୍ସ, ୭୦ ଜଣ ବରିଷ୍ଠ ପୋଲିସ ଅଧିକାରୀ ନିୟୋଜିତ ରହିବେ। ଟ୍ରାଫିକ ବ୍ୟବସ୍ଥା ଉପରେ ଫୋକସ ଦିଆଯିବା ସହ ସମ୍ପୂର୍ଣ୍ଣ ଗାନ୍ଧୀମାର୍ଗକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ସିଲ କରାଯିବ ।

ସରିଲା ଫୁଲ ଡ୍ରେସ ପରେଡ ଅଭ୍ୟାସ, ଗ୍ରାଉଣ୍ଡ ପରଖିଲେ ପୋଲିସ ଡିଜି

ସିସିଟିଭି ନଜରରେ ରହିବ ପୁରା ଗାନ୍ଧିମାର୍ଗ । ବନ୍ଧୁକ ଧାରି ପୋଲିସ କର୍ମଚାରୀ ମଧ୍ୟ ନିଯୋଜିତ ରହିବେ । ଏଥର ପରେଡ଼ରେ ୩ଟି ବ୍ରାସବ୍ୟାଣ୍ଡ ସହ ମୋଟ ୧୦ଟି କଣ୍ଟିଜେନ ଅଂଶଗ୍ରହଣ କରିବେ । ପ୍ରଥମ ଥର ପାଇଁ BSF ପରେଡରେ ଭାଗନେବେ । କୋଭିଡ଼ କଟକଣା ପାଇଁ ପ୍ରଜ୍ଞାପନ ମେଢ ଏବଂ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ରାଜ୍ୟ ସ୍ତରୀୟ ପରେଡ଼ରୁ ବାଦ କରାଯାଇଛି । ଅନ୍ୟପଟେ ପରେଡ଼ରେ ଭାଗ ନେଉଥିବା ସମସ୍ତଙ୍କର ଆରଟିପିସିଆର ଟେଷ୍ଟ କରାଯିବ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated :Jan 24, 2022, 2:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.