ETV Bharat / city

ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ: କଟକଣାରେ ଗାନ୍ଧୀମାର୍ଗରେ ଉଡିଲା ତ୍ରିରଙ୍ଗା

author img

By

Published : Jan 26, 2022, 9:28 AM IST

Updated : Jan 26, 2022, 10:27 PM IST

ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ: କଟକଣାରେ ଗାନ୍ଧୀମାର୍ଗରେ ଉଡିଲା ତ୍ରିରଙ୍ଗା
ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ: କଟକଣାରେ ଗାନ୍ଧୀମାର୍ଗରେ ଉଡିଲା ତ୍ରିରଙ୍ଗା

ଭୁବନେଶ୍ବର ସ୍ଥିତ ଗାନ୍ଧୀମାର୍ଗରେ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ସମାରୋହ ଅନୁଷ୍ଠିତ । ପତାକା ଉତ୍ତୋଳନ କରି ପରେଡ ଅଭିବାଦନ ଗ୍ରହଣ କଲେ ରାଜ୍ୟପାଳ । ଅଧିକ ପଢନ୍ତୁ

ଭୁବନେଶ୍ବର: ଆଜି ସମଗ୍ର ଦେଶ ପାଳୁଛି ୭୩ତମ ସାଧାରଣତନ୍ତ୍ର ଦିବସ । ଚାରିଆଡେ ଆନନ୍ଦ ଓ ଉତ୍ସାହର ମାହୋଲ ଥିବାବେଳେ ରାଜଧାନୀ ଭୁବନେଶ୍ବରରେ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ଅନୁଷ୍ଠିତ ହୋଇଛି । ଭୁବନେଶ୍ବର ସ୍ଥିତ ଗାନ୍ଧୀମାର୍ଗରେ ଅନୁଷ୍ଠିତ ଏହି ରାଜ୍ୟସ୍ତରୀୟ ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଯୋଗ ଦେଇଛନ୍ତି । ରାଜ୍ୟପାଳ ପତାକା ଉତ୍ତୋଳନ କରି ପରେଡ ଅଭିବାଦନ ଗ୍ରହଣ କରିଛନ୍ତି ।

ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ: କଟକଣାରେ ଗାନ୍ଧୀମାର୍ଗରେ ଉଡିଲା ତ୍ରିରଙ୍ଗା

ସମ୍ମାନିତ ଅଥିତି ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଛନ୍ତି । ମୁଖ୍ୟ ଶାସନ ସଚିବଙ୍କ ସହ ପୋଲିସ ଡିଜି ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ଆମନ୍ତ୍ରିତ ଅତିଥିବୃନ୍ଦ ଓ ରାଜ୍ୟପାଳଙ୍କ‌ ପରିବାର ଲୋକ ମଧ୍ୟ କୋଭିଡ କଟକଣାରେ ସମାରୋହରେ ଯୋଗ ଦେଇଛନ୍ତି । କୋଭିଡ କଟକଣା ଭିତରେ ୨୦୨୨ ପରେଡ୍ ପରିବେଷଣ ହୋଇଛି ।

ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ: କଟକଣାରେ ଗାନ୍ଧୀମାର୍ଗରେ ଉଡିଲା ତ୍ରିରଙ୍ଗା

ଚଳିତ ବର୍ଷ ପରେଡ୍‌ରେ ମାତ୍ର ୧୦ଟି ୟୁନିଫର୍ମଡ ଗ୍ରୁପ ଅଂଶଗ୍ରହଣ କରିଛନ୍ତି । ସିଆରପିଏଫ, ବିଏସଏଫ, ଏସଓଜି, ଅଗ୍ନିଶମ ଗ୍ରୁପ, ରାଜ୍ୟ ବ୍ରାସ ବ୍ୟାଣ୍ଡର ଦୁଇଟି ଟିମ୍, ଅଗ୍ନିଶମ ଏବଂ ଓଡ୍ରାଫର ଗୋଟିଏ ଲେଖାଏଁ ବ୍ୟାଣ୍ଡ, ଏସଏସ ବାଟାଲିୟନ, ଓଏସଏପି, ସ୍ପେଶାଲ ଇଣ୍ଡିଆନ୍ ରିଜର୍ଭ ବାଟାଲିୟନର ଗ୍ରୁପ ଏହି ରାଜ୍ୟସ୍ତରୀୟ ପରେଡ୍‌ରେ ପରେଡ ପରିବେଷଣ କରିଛନ୍ତି ।

ଏଥର ସର୍ବସାଧାରଣଙ୍କୁ ପରେଡ୍‌ରେ ଅଂଶଗ୍ରହଣ କରିବାକୁ ଅନୁମତି ନାହିଁ । କଲେଜ ଛାତ୍ରଛାତ୍ରୀ ଓ ସିଭିଲିଆନ ଗ୍ରୁପ ଭାଗ ନେଇନାହାନ୍ତି । ଚଳିତ ବର୍ଷ ପରେଡ଼ର କମାଣ୍ଡିଂ କରିଛନ୍ତି ଅନୁଗୋଳର ଅତିରିକ୍ତ ଏସପି ରୋହିତ ବର୍ମା । ସେ ତାଙ୍କ କ୍ୟାରିଅରରେ ପ୍ରଥମ ଥର ପାଇଁ ପରେଡ଼ କମାଣ୍ଡିଂ କରି ବେଶ୍ ପ୍ରଶଂସା ସାଉଣ୍ଟିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated :Jan 26, 2022, 10:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.