ETV Bharat / city

ବହୁବିଧ ରୋଗୀଙ୍କ କୋଭିଡ ମୃତ୍ୟୁ ଅଧିକ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

author img

By

Published : Feb 17, 2022, 6:11 PM IST

ବହୁବିଧ ରୋଗୀଙ୍କ କୋଭିଡ ମୃତ୍ୟୁ ଅଧିକ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ
ବହୁବିଧ ରୋଗୀଙ୍କ କୋଭିଡ ମୃତ୍ୟୁ ଅଧିକ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ରାଜ୍ୟରେ ବହୁବିଧ ରୋଗୀଙ୍କ କ୍ଷେତ୍ରରେ କୋଭିଡ ମୃତ୍ୟୁ ଅଧିକ ହେଉଛି ବୋଲି କହିଛି ସ୍ବାସ୍ଥ୍ୟ ବିଭାଗ । ତେବେ ରାଜ୍ୟରେ ଦୈନିକ ସଂକ୍ରମଣ ହାର ହ୍ରାସ ପାଉଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟାରେ ଲାଗି ପାରୁନି ବ୍ରେକ୍ । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜ୍ୟରେ ବହୁବିଧ ରୋଗୀଙ୍କ କ୍ଷେତ୍ରରେ କୋଭିଡ ମୃତ୍ୟୁ ଅଧିକ ହେଉଛି ବୋଲି କହିଛି ସ୍ବାସ୍ଥ୍ୟ ବିଭାଗ । ତେବେ ରାଜ୍ୟରେ ଦୈନିକ ସଂକ୍ରମଣ ହାର ହ୍ରାସ ପାଉଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟାରେ ଲାଗି ପାରୁନି ବ୍ରେକ୍ । ବହୁବିଧ ରୋଗୀଙ୍କ କ୍ଷେତ୍ରରେ ଅଧିକ ମୃତ୍ୟୁ ହେଉଥିବା ବେଳେ ମୋଟ ମୃତ୍ୟୁର ପ୍ରାୟ 60 ଭାଗ ରହିଛି ।

ବହୁବିଧ ରୋଗୀଙ୍କ କୋଭିଡ ମୃତ୍ୟୁ ଅଧିକ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଅନ୍ୟପଟେ ସଂକ୍ରମଣ କମୁଥିବା ବେଳେ ମୃତ୍ୟୁରେ ଲାଗୁନି ବିରାମ । ସ୍ବାସ୍ଥ୍ୟ ବିଭାଗ ସୂଚନା ଅନୁସାରେ ଗତ କିଛି ଦିନ ଧରି ମୃତ୍ୟୁ କ୍ଷେତ୍ରରେ ଏଭଳି ସଂଖ୍ୟା ଦେଖିବାକୁ ମିଳୁଛି । ରାଜ୍ୟରେ ବହୁବିଧ ରୋଗୀଙ୍କ କ୍ଷେତ୍ରରେ ଅଧିକ ମୃତ୍ୟୁ ହେଉଛି ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି ।

ଦେଖନ୍ତୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଫେବୃଆରୀ ମାସର ଦିଆଯାଇଥିବା ମୃତ୍ୟୁ ସଂଖ୍ୟାର ତଥ୍ୟ
ଫେବୃୟାରୀ ୧ - ୧୭
ଫେବୃୟାରୀ ୨ - ୧୯
ଫେବୃୟାରୀ ୩ - ୦
ଫେବୃୟାରୀ ୪ - ୦
ଫେବୃୟାରୀ ୫ - ୨୨
ଫେବୃୟାରୀ ୬ - ୨୩
ଫେବୃୟାରୀ ୭- ୨୦
ଫେବୃୟାରୀ ୮- ୨୧
ଫେବୃୟାରୀ ୯- ୨୨
ଫେବୃୟାରୀ ୧୦ - ୨୨
ଫେବୃୟାରୀ ୧୧ - ୨୧
ଫେବୃୟାରୀ ୧୨- ୨୦
ଫେବୃୟାରୀ ୧୩- ୨୪
ଫେବୃୟାରୀ ୧୪- ୨୨
ଫେବୃୟାରୀ ୧୫ -୨୨
ଫେବୃୟାରୀ ୧୬- ୧୯
ଫେବୃୟାରୀ ୧୭- ୧୬
ହେଲେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 8 ହଜାର 961 ଜଣ କରୋନା ଜନିତ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ 1726ଜଣ ସର୍ବାଧିକ କରୋନାରେ ମୃତ୍ୟୁ ହୋଇଥିବା ବେଳେ କଟକରେ 897 ଜଣଙ୍କର ମୃତ୍ୟୁ ହୋଇଛି । ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 12 ଲକ୍ଷ 80 ହଜାର 784 ଜଣ ହୋଇଥିବା ବେଳେ 12 ଲକ୍ଷ 63 ହଜାର 106 ଜଣ ସୁସ୍ଥ ହୋଇଛନ୍ତି । ସେହିପରି ବର୍ତ୍ତମାନ ଆକ୍ଟିଭ କେସ 8 ହଜାର 6ଶହ 64 ରହିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.