ETV Bharat / city

Panchayat Poll: ପୁଣି ଥରେ ନିର୍ବାଚନ ଆୟୋଗଙ୍କୁ ଭେଟିଲା ବିଜେପି

author img

By

Published : Feb 24, 2022, 5:49 PM IST

ପୁଣି ଥରେ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟିଲା ବିଜେପି। ମାହାଙ୍ଗା ବିଡିଓ ପ୍ରାର୍ଥୀମାନଙ୍କୁ ଭ୍ରମାତ୍ମକ ତଥ୍ୟ ଦେଉଥିବାର ଅଭିଯୋଗ ଆଣିଲା ବିଜେପି । ଭୋଟ ଗଣନା ଉପରେ ବିଭ୍ରାନ୍ତି କର ତଥ୍ୟ ଦେଉଥିବାରୁ ବିଡିଓଙ୍କୁ ଗଣନା ପ୍ରକ୍ରିୟାରୁ ଦୂରେଇ ରଖିବା ପାଇଁ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜେପି । ଅଧିକ ପଢନ୍ତୁ

ଆଜି ପୁଣି ଥରେ ନିର୍ବାଚନ ଆୟୋଗଙ୍କୁ  ଭେଟିଲା ବିଜେପି
ଆଜି ପୁଣି ଥରେ ନିର୍ବାଚନ ଆୟୋଗଙ୍କୁ ଭେଟିଲା ବିଜେପି

ଭୁବନେଶ୍ବର: ପୁଣି ଥରେ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟିଲା ବିଜେପି। ମାହାଙ୍ଗା ବିଡିଓ ପ୍ରାର୍ଥୀମାନଙ୍କୁ ଭ୍ରମାତ୍ମକ ତଥ୍ୟ ଦେଉଥିବାର ଅଭିଯୋଗ ଆଣିଲା ବିଜେପି । ଭୋଟ ଗଣନା ଉପରେ ବିଭ୍ରାନ୍ତିକର ତଥ୍ୟ ଦେଉଥିବାରୁ ବିଡିଓଙ୍କୁ ଗଣନା ପ୍ରକ୍ରିୟାରୁ ଦୂରେଇ ରଖିବା ପାଇଁ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜେପି । ବିଡିଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ କାର୍ଯ୍ୟ କରୁଛନ୍ତି ।

Panchayat Poll: ଆଜି ପୁଣି ଥରେ ନିର୍ବାଚନ ଆୟୋଗଙ୍କୁ ଭେଟିଲା ବିଜେପି

ସେହିପରି କେନ୍ଦୁଝରର ଗୋଟିଏ ବୁଥରେ ବୁଥ ରିଗିଂ ହେଉଛି ସେଠାରେ ରି ପୋଲିଂ ପାଇଁ ବି ଦାବି କଲା ଦଳ । ଏହାବାଦ ଗଞ୍ଜାମ କବିସୂର୍ଯ୍ୟନଗର ସୁନାରୀଝୋଲା ବୁଥ ନଂ 5ରେ ନିର୍ଦ୍ଦିଷ୍ଟ ଦୁଇ ପ୍ରାର୍ଥୀଙ୍କ ଚିହ୍ନକୁ ଛାଡି ଅନ୍ୟ ପ୍ରାର୍ଥୀମାନଙ୍କର ଚିହ୍ନ ଫୋଲଡ କରି ଦିଆଯାଇଛି ବୋଲି ଦଳ ଆୟୋଗଙ୍କ ନିକଟରେ ଫେରାଦ ହୋଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.