ETV Bharat / city

ଡିସେମ୍ବର ଯାଏଁ ସମ୍ଭାବ୍ୟ ବନ୍ଯା ବାତ୍ୟା ମୁକାବିଲା ପାଇଁ ସରକାର ପ୍ରସ୍ତୁତ: SRC

author img

By

Published : Aug 10, 2022, 3:11 PM IST

Updated : Aug 10, 2022, 5:07 PM IST

ଡିସେମ୍ବର ଯାଏଁ ସମ୍ଭାବ୍ୟ ବନ୍ଯାବାତ୍ୟା ପାଇଁ ପ୍ରସ୍ତୁତ:SRC
ଡିସେମ୍ବର ଯାଏଁ ସମ୍ଭାବ୍ୟ ବନ୍ଯାବାତ୍ୟା ପାଇଁ ପ୍ରସ୍ତୁତ:SRC

ନାଗାବଳୀ ଓ ବଂଶଧରାରେ ବଢୁଛି ଜଳସ୍ତର । ହେଲେ ବର୍ତ୍ତମାନ ସ୍ଥିତି ସ୍ବାଭାବିକ ରହିଛି । ବର୍ତ୍ତମାନ ଠାରୁ ଡିସେମ୍ବର ଯାଏଁ ସମ୍ଭାବ୍ୟ ବନ୍ୟାବାତ୍ୟା ମୁକାବିଲା ପାଇଁ ସରକାର ପାଇଁ ପ୍ରସ୍ତୁତ ରହିଛି ଏନଡିଆରଏଫ ,ଓଡ୍ରାଫ ଓ ଅଗ୍ନିଶମ ବିଭାଗ । ସୂଚନା ଦେଲେ ଏସଆରସି । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି । ବିଶେଷ କରି ଦକ୍ଷିଣ ଓ ପଶ୍ଚିମ ଓଡିଶାରେ ବର୍ଷାର ପରିମାଣ ଟିକେ ଅଧିକ ରହିଛି । ମାଲକାନଗିରିରେ ବନ୍ୟା ପରିସ୍ଥିତି ଉପୁଜିଥିଲା । ହେଲେ ବର୍ତ୍ତମାନ ସ୍ଥିତି ସ୍ବାଭାବିକ ରହିଛି । ନାଗାବଳି ଓ ବଂଶଧାରା ନଦୀରେ ଜଳସ୍ତର ରାଇଜିଂ ଟ୍ରେଣ୍ଡରେ ଅଛି । ସ୍ଥିତି ନିୟନ୍ତ୍ରଣାଧିନ ରହିଛି ।

ଡିସେମ୍ବର ଯାଏଁ ସମ୍ଭାବ୍ୟ ବନ୍ଯାବାତ୍ୟା ପାଇଁ ପ୍ରସ୍ତୁତ:SRC

‘‘ସେହିପରି ପ୍ରବଳ ବର୍ଷା ଯୋଗୁଁ ନୂଆପଡା ଜିଲ୍ଲାର ସାରାବଙ୍ଗ ନିକଟସ୍ଥ ଜୋକ ବ୍ରିଜର ଗୋଟିଏ ପାର୍ଶ୍ବ ଧୋଇ ହୋଇଯାଇଛି । ବର୍ଷା ଛାଡିବା ପରେ ତୁରନ୍ତ ମରାମତି କରାଯିବା ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇଛି । ଏହା ସହ ଆରଡି ବିଭାଗକୁ ମଧ୍ୟ କୁହାଯାଇଛି । ବିଶେଷ ଭାବରେ ସେଭଳି କିଛି କ୍ଷୟକ୍ଷତି ହୋଇନି । ବର୍ତ୍ତମାନ ଏସଆରସି ପକ୍ଷରୁ କମ୍ପାଏଲ କରାଯାଉଛି । ଯେହେତୁ ଅକ୍ଟୋବର ବନ୍ୟା ବାତ୍ୟାର ମାସ ସେଥିପାଇଁ ପ୍ରସ୍ତୁତ ଅଛୁ । ବର୍ତ୍ତମାନ ଠାରୁ ଡିସେମ୍ବର ଯାଏଁ ବନ୍ୟା ଓ ବାତ୍ୟା ପାଇଁ ପ୍ରସ୍ତୁତ ରହିବା କଥା । ଯେଉଁଥିପାଇଁ ଏନଡିଆରଏଫ ,ଓଡ୍ରାଫ ଓ ଅଗ୍ନିଶମ ବିଭାଗ ପ୍ରସ୍ତୁତ ରହିଛନ୍ତି । ଏନେଇ ରାଜ୍ୟ ସରକାର ସଜାଗ ଥିବା ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।’’

ଇଟିଭି ଭାରତ, ଭୁବନେଶ୍ବର

Last Updated :Aug 10, 2022, 5:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.