ETV Bharat / city

ସ୍ପେଶାଲ ପାରୋଲରେ ୬୦୮ କଏଦୀ, ଫେରିବାକୁ ନେଇ ବଢିଲା ଚିନ୍ତା

author img

By

Published : Jul 19, 2022, 7:46 PM IST

ସ୍ପେଶାଲ ପାରୋଲରେ ୬୦୮ କଏଦୀ, ଫେରିବାକୁ ନେଇ ବଢିଲା ଚିନ୍ତା
ସ୍ପେଶାଲ ପାରୋଲରେ ୬୦୮ କଏଦୀ, ଫେରିବାକୁ ନେଇ ବଢିଲା ଚିନ୍ତା

ସରି ଆସୁଛି କଏଦୀଙ୍କ ସ୍ପେଶାଲ ପାରୋଲ । ଆଉ ହାତରେ ୩୦ ଦିନ ରହିଥିବା ବେଳେ କଏଦୀ ଫେରିବେ ନା ନାହିଁ ସେ ନେଇ ବଢିଛି ଚିନ୍ତା । ସେପଟେ ନିର୍ଦ୍ଧାରିତ ସମୟ ମଧ୍ୟରେ କଏଦୀ ଫେରିବେ ବୋଲି କହିଛନ୍ତି ଜେଲ ଡିଜି । ଅଧିକ ପଢନ୍ତୁ

ଭୁବନେଶ୍ବର: କୋଭିଡ଼ ପାଇଁ ପାରୋଲରେ ଅଛନ୍ତି କଏଦୀ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଯୋଗୁଁ ମିଳିଛି ଲଙ୍ଗ୍‌ ଛୁଟି । ୪୫୦ ଦିନିଆ ପାରୋଲରେ ଅଛନ୍ତି ରାଜ୍ୟର ୬୦୮ ଜଣ କଏଦୀ । ଏବେ ପାରୋଲ ସମୟ ସରି ଆସୁଥିବା ବେଳେ ଆଉ ମାତ୍ର ରହିଛି ୩୦ ଦିନର ଅବଧି । ତେବେ କଏଦୀମାନେ ଫେରିବେ କି ନିଖୋଜ ରହିବେ ତାକୁ ନେଇ ଚିନ୍ତା ବଢିଛି ।

ସ୍ପେଶାଲ ପାରୋଲରେ ୬୦୮ କଏଦୀ, ଫେରିବାକୁ ନେଇ ବଢିଲା ଚିନ୍ତା

ହାତରେ ଆଉ ଅଳ୍ପ ଦିନ ରହିଥିବା ବେଳେ ଏପଟେ କୋଭିଡ଼ ସଂକ୍ରମଣ ପୁଣିଥରେ ବଢିଲାଣି । ହେଲେ କଏଦୀ ଫେରିବେ ନା ନିଖୋଜ ରହିବେ ତାହା ଏବେ ଚିନ୍ତାଜନକ । କାରଣ ଜେଲ ବିଭାଗର ତଥ୍ୟ କହୁଛି କୋଭିଡ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୬୦୮ ଜଣଙ୍କୁ ସ୍ପେଶାଲ ପାରୋଲ ଦିଆଯାଇଛି । ରାଜ୍ୟର ଥିବା ମୋଟ ୮୭ଟି ଜେଲର ସଜ୍ଜା କାଟୁଥିଵା କଏଦୀଙ୍କ ମଧ୍ୟରୁ ୫ଟି ଜୋନରେ ପାରୋଲ ଦିଆଯାଇଛି ।

ଚୌଦ୍ବାର ସର୍କଲର ୧୮୫ଜଣ, ବାରିପଦା ସର୍କଲର ୯୧ଜଣ, ସମ୍ବଲପୁରର ସର୍କଲର ୧୦୫ଜଣ, ବ୍ରହ୍ମପୁରର ସର୍କଲର ୧୬୦ଜଣ, କୋରାପୁଟ ସର୍କଲର ୬୭ ଜଣଙ୍କୁ ଗତ ଜୁନ ସୁଧା ପାରୋଲ ଦିଆଯାଇଥିଲା ବୋଲି କାରାଗାର ନିର୍ଦ୍ଦେଶାଳୟ କହିଛି । "ନିୟମ ଅନୁଯାୟୀ ପରୋଲର ଅବଧି ୩୦ ଦିନ‌ ହୋଇଥିଲେ ମଧ୍ୟ କୋଭିଡ ପାଇଁ ୪୫୦ଦିନିଆ ସ୍ବତନ୍ତ୍ର ପାରୋଲ ଦିଅଯାଇଥିଲା । ପାରୋଲ ପାଇ ସଜ୍ଜା କାଟୁଥିବା କଏଦୀଙ୍କର ଗାଁରୁ ସରପଞ୍ଚ, ସ୍ଥାନୀୟ ଥାନା ଜିଲ୍ଲା ଏସପି ଓ ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ପାରୋଲ ପାଇ ଅନୁମତି ମିଳିଥାଏ ।

ଏନେଇ ଜେଲ ଡିଜି ପ୍ରତିକ୍ରିୟା ରଖିଛନ୍ତି, "ସଠିକ ଯାଞ୍ଚରେ ପାରୋଲ ଅନୁମତି ଦିଆଯାଇଥାଏ । ତେବେ ୯୯ ପ୍ରତିଶତ କଏଦୀ ପୁଣି ଫେରିବେ । କାରଣ ପୂର୍ବରୁ ସେଭଳି କେହି ପାରୋଲ ଯାଇ ଭାଓଲେସନର କରି ଥିବାର ନଜିର ନାହିଁ । ଆମ ରାଜ୍ୟରେ କାଁଭାଁ କେଉଁଠି ହୁଏ କିନ୍ତୁ ପାରୋଲରେ ଭାଓଲେସନ କଲା ପରେ ପୁଣିଥରେ ଅନୁମତି ମିଳିବ ନାହିଁ ବୋଲି ଅନେକ କଏଦୀ ଜାଣିଛନ୍ତି । ଏଣୁ ସମସ୍ତ କଏଦୀ ନିର୍ଦ୍ଧାରିତ ସମୟ ମଧ୍ୟରେ ଫେରିବେ" ବୋଲି କହିଛନ୍ତି ଜେଲ ଡିଜି ।

ସୂଚନା ଥାଉ କି, ରାଜ୍ୟର ମୋଟ ୮୭ଟି ଜେଲ ରହିଛି । ଯାହାକୁ ୫ଟି ସର୍କଲରେ ବିଭକ୍ତ କରାଯାଇଛି । ଏଯାବତ ୮୭ଟି ଜେଲରେ ୨୦, ୨୬୦ଜଣ କଏଦୀ ଜେଲରେ ଅଛନ୍ତି । ସେମାନଙ୍କ ମଧ୍ୟରେ ୬୨୩ଜଣ ମହିଳା କଏଦୀ ରହିଛନ୍ତି । ୧୬,୫୦୦ ବିଚାରଧିନ କଏଦୀ ରହିଛନ୍ତି ବାକି ସଜ୍ଜା କାଟୁଥିବା କଏଦୀ ବୋଲି କାରାଗାର ନିର୍ଦ୍ଦେଶାଳୟ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.