ETV Bharat / city

କେରଳ ଛୁଇଁଲା ମୌସୁମୀ, ରାଜ୍ୟରେ କାଳବୈଶାଖୀ ସତର୍କତା ଜାରି

author img

By

Published : May 29, 2022, 7:28 PM IST

Updated : May 29, 2022, 8:10 PM IST

କେରଳ ଛୁଇଁଲା ମୋସୁମୀ, ଓଡ଼ିଶାରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ
କେରଳ ଛୁଇଁଲା ମୋସୁମୀ, ଓଡ଼ିଶାରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ

ନିର୍ଦ୍ଧାରିତ ସମୟ ପୂର୍ବରୁ କେରଳ ଛୁଇଁଲା ମୌସୁମୀ । ଓଡ଼ିଶା ଛୁଇଁବା ନେଇ କୌଣସି ଆକଳନ କରାଯାଇନଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା । ତେବେ ବତ୍ତର୍ମାନ ରାଜ୍ୟରେ ୪ରୁ ୫ ଦିନ ଗ୍ରୀଷ୍ମ ପ୍ରବାହ ଜାରି ରହିବା ସହ ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: କେରଳ ଛୁଇଁଲା ମୌସୁମୀ । ନିର୍ଦ୍ଧାରିତ ସମୟର ୩ ଦିନ ପୂର୍ବରୁ କେରଳ ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ସାଧାରଣତଃ ଜୁନ୍ ପହିଲାରେ କେରଳ ଛୁଇଁଥାଏ ମୌସୁମୀ । ମାତ୍ର ଏଥର ପାଗ ଅନୁକୂଳ ଥିବାରୁ ସମୟ ଆଗରୁ ମୌସୁମୀ ବାୟୁ କେରଳ ଛୁଇଁଛି । ଫଳରେ କେରଳରେ ଅନେକ ସ୍ଥାନରେ ହାଲୁକା ବର୍ଷା ଆରମ୍ଭ ହୋଇଛି । ତେବେ ମୌସୁମୀ ଓଡ଼ିଶା କେବେ ଛୁଇଁବ ସେ ନେଇ କିଛି ଆକଳନ କରାଯାଇନଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପ୍ରକାଶ କରିଛି ।

କେରଳ ଛୁଇଁଲା ମୌସୁମୀ, ରାଜ୍ୟରେ କାଳବୈଶାଖୀ ସତର୍କତା ଜାରି

ସାଧାରଣତଃ ମୌସୁମୀ କେରଳ ଛୁଇଁବାର ୭ ରୁ ୧୦ ଦିନ ଭିତରେ ଓଡିଶା ଛୁଇଁଥାଏ । ହେଲେ ଏଥର ଏହାକୁ ନେଇ ବିଭାଗ କୌଣସି ଆକଳନ କରିନଥିବା ବେଳେ ଯଦି ପାଗ ଅନୁକୂଳ ରୁହେ ତେବେ ସବୁ ବର୍ଷ ପରି ଜୁନ ମଧ୍ୟ ଭାଗରେ ହିଁ ମୌସୁମୀ ଓଡିଶା ଆସିପାରେ ବୋଲି ଅନୁମାନ କରାଯାଇଛି । ଓଡିଶାରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରାକ ମୌସୁମୀ ବର୍ଷା କିମ୍ବା ଅନୁକୁଳ ପରିବେଶ ସୃଷ୍ଟି ହୋଇନାହିଁ । ତେବେ ଅସହ୍ୟ ଗୁଳୁଗୁଳି ମୌସୁମୀ ପାଇଁ ଏକ ଆବାହକ ସାଜିପାରେ ବୋଲି କୁହାଯାଉଛି ।

ଅନ୍ୟପଟେ ରାଜ୍ୟରେ ବତ୍ତର୍ମାନ ୪ରୁ ୫ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବା ସହିତ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା ଭୁବନେଶ୍ବର ପାଣିପାଗ କେନ୍ଦ୍ର ବୈଜ୍ଞାନିକ ସଞ୍ଜୀବ ଦ୍ବିବେଦୀ କହିଛନ୍ତି । ତେବେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ନେଇ ସତର୍କତା ଜାରି କରାଯାଇଛି ।

Last Updated :May 29, 2022, 8:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.