ETV Bharat / city

ତ୍ରିରଙ୍ଗାମୟ ସାରା ଦେଶ, ଜାତୀୟ ପତାକାର ସୁରକ୍ଷା ନେଇ ଏମିତି କହିଲେ ସାମାଜିକ କର୍ମୀ

author img

By

Published : Aug 15, 2022, 9:14 PM IST

ଜାତୀୟ ପତାକାର ସୁରକ୍ଷା ନେଇ ଏମିତି କହିଲେ ସାମାଜିକ କର୍ମୀ
ଜାତୀୟ ପତାକାର ସୁରକ୍ଷା ନେଇ ଏମିତି କହିଲେ ସାମାଜିକ କର୍ମୀ

ସ୍ବାଧୀନତାର 75 ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶରେ ପାଳିତ ହେଉଛି ଆଜାଦି କା ଅମୃତ ମହୋତ୍ସବ । ତେବେ ରାଜ୍ୟ ରାଜଧାନୀରେ ଜାତୀୟ ପତାକା ପ୍ରତି ସମ୍ମାନ ଏବଂ ଏହାର ସୁରକ୍ଷା ନେଇ ଉଦବେଗ ପ୍ରକାଶ କରିଛନ୍ତି ସାମାଜିକ କର୍ମୀ । ଅଧିକ ପଢନ୍ତୁ

ଭୁବନେଶ୍ବର: ସ୍ବାଧୀନତାର 75 ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶରେ ପାଳିତ ହେଉଛି ଆଜାଦି କା ଅମୃତ ମହୋତ୍ସବ । ତ୍ରିରଙ୍ଗାକୁ ସମ୍ମାନ ଓ ସଂଗ୍ରାମୀଙ୍କ ବଳିଦାନକୁ ମନେପକାଇବା ପାଇଁ ପ୍ରଧାମନ୍ତ୍ରୀଙ୍କ ହର ଘର ତ୍ରିରଙ୍ଗା ପାଇଁ ଆହ୍ବାନ ଦେଇଛନ୍ତି । ଗାଁରୁ ସହର ସରକାରୀ ଠାରୁ ବେସରକାରୀ ସବୁଠି ଫରଫର ହୋଇ ଉଡୁଛି ତ୍ରିରଙ୍ଗା । ଦେଶବାସୀ ତ୍ରିରଙ୍ଗାକୁ ନେଇ ଗର୍ବ କରୁଥିବା ବେଳେ ରାଜ୍ୟ ରାଜଧାନୀରେ ଜାତୀୟ ପତାକା ପ୍ରତି ସମ୍ମାନ ଏବଂ ଏହାର ସୁରକ୍ଷା ନେଇ ଉଦବେଗ ପ୍ରକାଶ କରିଛନ୍ତି ସାମାଜିକ କର୍ମୀ ।

ଜାତୀୟ ପତାକାର ସୁରକ୍ଷା ନେଇ ଏମିତି କହିଲେ ସାମାଜିକ କର୍ମୀ

ସାମାଜିକ କର୍ମୀଙ୍କ କହିବା ଅନୁସାରେ, "ଜାତୀୟ ପତାକା ଆମର ଗର୍ବ । ଏହାର ହତାଦାର କରନ୍ତୁ ନାହିଁ । ସ୍ବାଧୀନତା ଦିବସ ସରିଗଲେ ମଧ୍ୟ ଏହାକୁ ନ ଫୋପାଡି ନିଜ ଘରେ ସାଇତି ରଖନ୍ତୁ ।"

ନାସନାଲ ଫ୍ଲାଗର କୋଡ ଅଫ କଣ୍ଡକ୍ଟ 2002 ଅନୁସାରେ, ଯେ କେହି ବି ସମ୍ମାନର ସହ ଜାତୀୟ ପତାକାକୁ ଉଡାଇପାରିବେ । ସର୍ବସାଧାରଣ ସ୍ଥାନରେ ସମ୍ମାନଜନକ ଭାବେ ପତାକା ଲଗାଇପାରିବେ ବା ଉଡାଇପାରିବେ । ଏଥିସହ କେବଳ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ରାଜ୍ୟପାଳ ଓ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଅନ୍ୟ କେହି ଗାଡିରେ ପତାକା ବ୍ୟବହାର କରିପାରିବେ ନାହିଁ । କିନ୍ତ ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ତିନିଦିନ ଧରି ଏଥିପାଇଁ ଅନୁମତି ଦିଆଯାଇଥିଲା ।

କିନ୍ତୁ ପ୍ରିଭେନସନ ଅଫ ଇନସଲଟ ନାସନାଲ ଅନର ଆକ୍ଟ 1971ଅନୁସାରେ, ଜାତୀୟ ପତାକାକୁ ବ୍ୟବହାର କରି ଅପମାନ ସୂଚକ ମନ୍ତବ୍ୟ ଦେବା, ଅସମ୍ମାନ କରିବ ଅଥବା ବ୍ୟବହାରରେ କୋଣସି ନିୟମର ଉଲଙ୍ଘନ କଲେ କଲେ ତିନିବର୍ଷ ସଜ୍ଜା ସହ ଫାଇନର ପ୍ରବଧାନ ରହିଛି । ତ୍ରିରଙ୍ଗା ପତାକାକୁ ସମ୍ମାନ ଦେବା ଆମ କର୍ତ୍ତବ୍ୟ । ତେଣୁ ଯେକୌଣସି ସ୍ଥିତିରେ ମଧ୍ୟ ଏହାର ଅସମ୍ମାନ କରିବା ଉଚିତ ନୁହେଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.