ETV Bharat / city

Nanda Sir Demise: ଜଣେ ସୁଯୋଗ୍ୟ ସନ୍ତାନଙ୍କୁ ହରାଇଲା ଓଡିଶା ! ସୋସିଆଲ ମିଡିଆରେ ଛୁଟିଲା ଶ୍ରଦ୍ଧାଞ୍ଜଳି

author img

By

Published : Dec 7, 2021, 4:26 PM IST

Nanda Sir Demise: ୟୁଜର ଜଣାଇଲେ ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଜଳି
Nanda Sir Demise: ୟୁଜର ଜଣାଇଲେ ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଜଳି

ପରଲୋକରେ ଓଡ଼ିଶାର ଗୌରବ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ବା ନନ୍ଦ ସାର୍‌ । ଏନେଇ ସୋସିଆଲ୍‌ ମିଡିଆରେ ନନ୍ଦ ସାର୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ସୋସିଆଲ ମିଡିଆ ୟୁଜର । କିଏ ଟ୍ବିଟ୍‌ କରି ଏହି ଚାଟଶାଳୀ ପାଠପଢ଼଼ାରେ ପୁରୋଧାଙ୍କୁ ମନେ ପକାଉଛି ତ କିଏ ପୁଣି ସାର୍‌ଙ୍କ ଚିତ୍ର ଆଙ୍କି ଦେଇଛି ଶ୍ରଦ୍ଧାଞ୍ଜଳି । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ପରଲୋକରେ ଓଡ଼ିଶାର ଗୌରବ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ବା ନନ୍ଦ ସାର୍‌ । ୧୦୪ ବର୍ଷ ବୟସରେ ରାଜଧାନୀର ଏକ ଘରୋଇ ହସ୍ପିଟାଲ୍‌ରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ଯାଜପୁର ଜିଲ୍ଲା କନ୍ତିରା ଗାଁରେ ବାସ କରୁଥିଲେ ନନ୍ଦ ସାର୍‌ । ନଭେମ୍ବର ୨୯ ତାରିଖରେ ସେ ଅସୁସ୍ଥ ହୋଇ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ତା ପର ଦିନ ସେ କୋରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା ।

ଏହା ବି ପଢ଼ନ୍ତୁ ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍‌

ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବେନଶ୍ବରସ୍ଥିତ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଆଜି ସେହି ପୁଣ୍ୟ ଆତ୍ମା ଆରପାରିକୁ ଚାଲି ଯାଇଛନ୍ତି । ତାଙ୍କ ବିୟୋଗରେ ସାମାଜିକ ଗଣମାଧ୍ୟମରେ ଶୋକର ଛାୟା ଖେଳିଛି । କିଏ ଟ୍ବିଟ୍‌ କରି ଏହି ଚାଟଶାଳୀ ପାଠପଢ଼଼ାରେ ପୁରୋଧାଙ୍କୁ ମନେ ପକାଉଛି ତ କିଏ ପୁଣି ସାର୍‌ଙ୍କ ଚିତ୍ର ଆଙ୍କି ଦେଇଛି ଶ୍ରଦ୍ଧାଞ୍ଜଳି ।

ଜଣେ ସୋସିଆଲ ମିଡିଆ ୟୁଜର ଟ୍ବିଟ୍‌ କରି ଲେଖିଛନ୍ତି ଯେ, "ନନ୍ଦ ସାର୍‌ଙ୍କ ବିୟୋଗରେ ମୁଁ ଅତ୍ୟନ୍ତ ମର୍ମାହତ । ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ।"

ସେହିଭଳି ସୂର୍ଯ୍ୟ ନାମ ଜଣେ ଯୁବ ଚିତ୍ରଶିଳ୍ପୀ ଚିତ୍ର ଆଙ୍କି ନନ୍ଦ ସାର ଜଗନ୍ନାଥଙ୍କ ପାଖକୁ ଚାଲି ଯାଇଥିବା ଦର୍ଶାଇଛନ୍ତି । ମହାବାହୁ ତାଙ୍କୁ ଯେଉଁଠି ରଖିବେ ଭଲରେ ରଖିବେ ବୋଲି ସେ ଲେଖିଛନ୍ତି ।

  • ଆମ ଜଗନ୍ନାଥ କୋଉଠି ରଖିବେ ଭଲ ରେ ରଖିବେ ଆମ ନନ୍ଦ sir ଙ୍କୁ

    ମୋ ଆର୍ଟ pic.twitter.com/FxgYvWTenn

    — suriya artist (@ArtistSuriya) December 7, 2021 " class="align-text-top noRightClick twitterSection" data=" ">

ଆଉ ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି ଯେ, ଓଡ଼ିଶା ଜଣେ ସୁଯୋଗ୍ୟ ସନ୍ତାନଙ୍କୁ ହରାଇଛି । ନନ୍ଦ ସାର୍‌ ଆଉ ଏହି ଦୁନିଆରେ ନାହାନ୍ତି । ଅଗଣିତ ଓଡ଼଼ିଆଙ୍କ ପ୍ରେରଣା ଥିଲେ ନନ୍ଦ ସାର୍‌ । ଭଗବାନ ତାଙ୍କ ଆତ୍ମାକୁ ସଦ୍‌ଗତି ଦିଅନ୍ତୁ ।

ସେହି ଭଳି ଆଉ ଜଣେ ସୋସିଆଲ ମିଡିଆ ୟୁଜର ଟ୍ବିଟ୍‌ କରି ଲେଖିଛନ୍ତି ଯେ, "ଗୋଟିଏ ଯୁଗର ଅବସାନ ଘଟିଛି । ନନ୍ଦ ସାର୍‌ ଆଉ ଏହି ଦୁନିଆ ନାହାନ୍ତି । ଓଡ଼ିଶାରେ ଶିକ୍ଷା କ୍ଷେତ୍ରରେ ତାଙ୍କ ଅବଦାନକୁ ସବୁବେଳେ ଅମର ରହିବ । ଯେଉଁମାନେ ଚାଟଶାଳୀରେ ଶିକ୍ଷାଲାଭ କରିଛନ୍ତି ସେହିମାନେ ହିଁ ବୁଝି ପାରିବେ ସମାଜ ଉପରେ ଏହାର ପ୍ରଭାବ କଣ ପଡ଼େ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.