ETV Bharat / city

ଫିଲ୍ମ ଟିକେଟ ପରି ଅଫଲାଇନରେ ମଦ କିଣିବା ପାଇଁ ବୁକିଂ କରିପାରିବେ ସ୍ଲଟ୍

author img

By

Published : Jul 2, 2020, 9:31 AM IST

slots-can-be-booked-offline-to-buy-wine-such-as-movie-tickets
ଫିଲ୍ମ ଟିକେଟ ପରି ଅଫଲାଇନରେ ମଦ କିଣିବା ପାଇଁ ବୁକିଂ କରିପାରିବେ ସ୍ଲଟ୍

ମୁଭି ଟିକେଟ ପାଇଁ ସିଟ ବୁକିଂ ପରି ସ୍ଲଟ ବୁକ କରି ମଦ କିଣି ନେଇ ଯାଇପାରିବେ । ପୂର୍ବ ପରି ମଦର ଯାହା ରେଟ ରହିଛି ସେହି ରେଟ ଅନୁସାରେ ମଦ କିଣିବେ । ଅଧିକ ପଢନ୍ତୁ...

ଭୁବନେଶ୍ବର: ଆରମ୍ଭ ହୋଇଛି କାଉଣ୍ଟରରେ ମଦ ବିକ୍ରି । ଏଣିକି ଉଭୟ ଅଫଲଇନ ଓ ଅନ ଲାଇନରେ ବିକ୍ରି ହେଉଛି ମଦ । ତେବେ ମଦ କାଉଣ୍ଟରରେ ବିନା ମାସ୍କ ବା ସୋସିଆଲ ଡିଷ୍ଟାନ୍ସରେ କିଣି ପାରିବେନି ମଦ । ମଦର ଡିମାଣ୍ଡ ଦେଖି ବଢୁଛି ଗହଳି । ଭିଡ ବା ଗହଳିରୁ ବର୍ତ୍ତିବାକୁ ଅବକାରୀ ବିଭାଗ କରିଛି ନୁଆ ନିୟମ ।

ଫିଲ୍ମ ଟିକେଟ ପରି ଅଫଲାଇନରେ ମଦ କିଣିବା ପାଇଁ ବୁକିଂ କରିପାରିବେ ସ୍ଲଟ୍

ଅନଲାଇନରେ ବୁକ କରିବେ ସ୍ଲଟ ଅର୍ଥାତ ମଦ କିଣିବା ପାଇଁ ସମୟ ଓ ସ୍ଥାନ । ସହଜରେ ସେହି ସମୟରେ ଦୋକାନରେ ପହଞ୍ଚିଲେ ସହଜରେ କିଣିପାରିବେ ମଦ । ଏନେଇ ଓଏସବିସି ୱେବସାଇଟରେ ଯାଇ ନିଜର ମୋବାଇଲ ନମ୍ବର ରେଜିଷ୍ଟର କରି ନିଜର ପାଖ ଦୋକାନର ଲୋକେସନ ଅନୁସାରେ ସ୍ଲଟ ବୁକ କରିବେ । ଅର୍ଥାତ ମୁଭି ଟିକେଟ ବୁକ ପରି ଆପଣ ସିଟ ବୁକିଂ ପରି ସ୍ଲଟ ବୁକ କରି ଶିଘ୍ର ଦୋକାନରେ ପହଞ୍ଚି ତୁରନ୍ତ ମଦ କିଣି ନେଇ ଯାଇପାରିବେ । ପୂର୍ବ ପରି ମଦର ଯାହା ରେଟ ରହିଛି ସେହି ରେଟ ଅନୁସାରେ ମଦ କିଣିବେ । ତେବେ ମଦ କାଉଣ୍ଟର ଖୋଲିବା ପରେ ମଦ ଦୋକାନ ସମ୍ମୁଖରେ ହ୍ବାଇଟ ମାର୍କିଂ ସହ ବାରିକେଡ ମଧ୍ଯ ଦେଖିବାକୁ ମିଳିଛି ।


ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.