ETV Bharat / city

ସ୍କୁଲ ପଛପଟୁ ନରକଙ୍କାଳ ଉଦ୍ଧାର, ତଦନ୍ତ ଜାରି

author img

By

Published : Nov 29, 2019, 10:19 AM IST

Updated : Nov 29, 2019, 12:04 PM IST

ଭୁବନେଶ୍ବରର ନୟାପଲ୍ଲୀ ଥାନା ଅନ୍ତର୍ଗତ ଆଇଆରସି ଭିଲେଜ ଅଞ୍ଚଳରେ ଚାଞ୍ଚଲ୍ୟ । ସ୍କୁଲ ପଛପଟରୁ ନରକଙ୍କାଳ ଉଦ୍ଧାର । ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ନରକଙ୍କାଳ ଉଦ୍ଧାର
ସ୍କୁଲ ପଛପଟୁ ନରକଙ୍କାଳ ଉଦ୍ଧାର, ତଦନ୍ତ ଜାରି

ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ । ସ୍କୁଲ ପଛପଟୁ ଉଦ୍ଧାର ହେଲା ନରକଙ୍କାଳ । ଏକ ପଲିଥିନ ଭିତରେ ନରକଙ୍କାଳ ମୁଣ୍ଡ, ହାତ ଓ ଗୋଡ ବନ୍ଧା ହୋଇ ଫିଙ୍ଗା ଯାଇଥିବା ଦେଖିବାକୁ ମିଳିଛି । ଏଭଳି ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି ନୟାପଲ୍ଲୀ ଥାନା ଅଧିନସ୍ଥ ଆଇଆରସି ଭିଲେଜ ସ୍କୁଲ ପଛପଟେ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟରେ ବାତାବରଣ ଖେଳି ଯାଇଛି ।

ସ୍କୁଲ ପଛପଟୁ ନରକଙ୍କାଳ ଉଦ୍ଧାର, ତଦନ୍ତ ଜାରି

ତେବେ ଏହା ଗୁଣିଗାରେଡି ନା ଯୋଜନା ବଦ୍ଧ ହତ୍ୟା ତାକୁ ନେଇ ସୃଷ୍ଟି ହୋଇଛି କଳ୍ପନା ଜଳ୍ପନା । ଏନେଇ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ କଙ୍କାଳରେ କିଛି ସ୍କେଚ ଚିହ୍ନ ରହିଥିବା ପୋଲିସ ଜାଣିବାକୁ ପାଇଛି । ଯେଉଁଥିରୁ ସ୍ପଷ୍ଟ ଜଣାପଡୁଛି କୌଣସି ମେଡିକାଲର ପ୍ରାକ୍ଟିକାଲରେ ଏହି ନରକଙ୍କାଳ ବ୍ୟବହାର କରାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ସ୍କୁଲ ପଛପଟେ ନରକଙ୍କାଳ,ରାଜଧାନୀରେ ଚାଂଚଲ୍ଯBody:

ସ୍କୁଲ ପଛପଟେ ନରକଙ୍କାଳ।ମୁଣ୍ଡ ଓ ହାତ ଗୋଡର କଙ୍କାଳ।ଏକ ପଲଥିନ ଭିତରୁ ମିଳୁଛି ଏପରି କଙ୍କାଳ।ରାଜଧାନୀର ନୟାପଲ୍ଲୀ ଥାନା ଅନ୍ତର୍ଗତ ଆଇଆରସିଭିଲେଜ ସ୍କୁଲ ପଛପଟୁ ମିଳିଛି ଏପରି ନରକଙ୍କାଳ।ଯାହାକୁ ନେଇ ରାଜଧାନୀରେ ଖେଳିଛି ଚାଂଚଲ୍ଯ।ଗୁଣିଗାରିଡେ ନା ଯୋଜନାବଦ୍ଧ ହତ୍ଯା ଯାହା ଏବେ ସାରା ରାଜଧାନୀରେ ପାଲଟିଛି ଚର୍ଚାର ବିଷୟ।ନରକଙ୍କାଳକୁ ନେଇ ସ୍ଥାନିୟଲୋକଙ୍କ ମଧ୍ଯରେ ଭୟର ଆତଙ୍କ ଖେଳିଥିବା ବେଳେ ତେବେ କାହାରଓ କିଏ ଏପରି ନରକଙ୍କାଳକୁ ଫିଙ୍ଗିଲା ତାକୁ ନେଇ ତଦନ୍ତ ଆରମ୍ଭ କରିଛି କମିସନରେଟ ପୋଲିସ। ଏନେଇ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଂଚିଛି।କଙ୍କାଳର ଫରେନସିକ ଟେଷ୍ଟ ପରେ ଜଣାପଡିବ କେବେ ମୃତ୍ଯ ହୋଇଛି ଏବଂ ମୃତକର ପରିଚୟ ପାଇବାରେ କେବେ ସଫଳ ହେଉଛି ପୋଲିସ।Conclusion:
Last Updated :Nov 29, 2019, 12:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.