ETV Bharat / city

ବୋର୍ଡ ଇତିହାସରେ ଏଭଳି ସ୍ଥିତି ପ୍ରଥମ: ଗଣଶିକ୍ଷାମନ୍ତ୍ରୀ

author img

By

Published : May 8, 2021, 12:27 PM IST

ବୋର୍ଡ ଇତିହାସରେ ଏଭଳି ସ୍ଥିତି ପ୍ରଥମ: ଗଣଶିକ୍ଷାମନ୍ତ୍ରୀ
ବୋର୍ଡ ଇତିହାସରେ ଏଭଳି ସ୍ଥିତି ପ୍ରଥମ: ଗଣଶିକ୍ଷାମନ୍ତ୍ରୀ

ମାଟ୍ରିକ ଫଳାଫଳ ପାଇଁ ନିଆଯାଉଥିବା ନିଷତ୍ତି ବୋର୍ଡ ଇତିହାସରେ ପ୍ରଥମ ବୋଲି କହିଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ । ଅଧିକ ପଢନ୍ତୁ...

ଭୁବନେଶ୍ବର: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ ତଥା ମାଟ୍ରିକ ପରୀକ୍ଷାଫଳ ପାଇଁ ଚୂଡ଼ାନ୍ତ ପଦ୍ଧତି ଜାରି ହୋଇଥିଲା । ମାଟ୍ରିକ ଫଳାଫଳରେ ଅସନ୍ତୁଷ୍ଟ ହେଲେ ଛାତ୍ରଛାତ୍ରୀ ପୁଣି ପରୀକ୍ଷା ଦେଇପାରିବେ ବୋଲି ସ୍ଥିର କରାଯାଇଥିଲା । ତେବେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ । ବୋର୍ଡ ଇତିହାସରେ ପ୍ରଥମ ଥର ପାଇଁ ଏଭଳି ସ୍ଥିତି ଆସିଛି ବୋଲି ମନ୍ତ୍ରୀ କହିଛନ୍ତି ।

ବୋର୍ଡ ଇତିହାସରେ ଏଭଳି ସ୍ଥିତି ପ୍ରଥମ: ଗଣଶିକ୍ଷାମନ୍ତ୍ରୀ

କୋରୋନା ସଂକ୍ରମଣ ଦୃଷ୍ଟିରୁ ଚଳିତ ବର୍ଷର ମାଟ୍ରିକ ପରୀକ୍ଷାକୁ ବାତିଲ କରାଯାଇଥିଲା । ଏଣୁ ମାଟ୍ରିକ ପରୀକ୍ଷାର ମୂଲ୍ୟାୟନ ପ୍ରକ୍ରିୟା ନବମ ଓ ଦଶମ ଶ୍ରେଣୀର ନମ୍ବର ଆଧାରରେ ହେବ। ନବମ ଶ୍ରେଣୀର ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷା ନମ୍ବର ବିଚାରକୁ ନିଆଯିବ। ଏହି ବ୍ୟବସ୍ଥା ବୋର୍ଡ ଇତିହାସରେ ପ୍ରଥମ ଥର ବୋଲି କହିଛନ୍ତି ଗଣଶିକ୍ଷାମନ୍ତ୍ରୀ । ଆଉ କୌଣସି ସାଧନ ଓ ବିକଳ୍ପ ନାହିଁ। ସେଥିପାଇଁ ଏହି ବ୍ୟବସ୍ଥା ଗ୍ରହଣ କରାଯାଇଛି। ଯାହା ବାସ୍ତବ ସ୍ଥିତି ରହିଛି ତାହା କରାଯାଉଛି ବୋଲି ସେ କହିଛନ୍ତି ।

ଏହି ବ୍ୟବସ୍ଥା ଦ୍ବାରା କୌଣସି ପିଲାଙ୍କର ସ୍ବାର୍ଥହାନୀ ହେବ ନାହିଁ । ପିଲାମାନେ ଏହାଦ୍ବାରା ଅସନ୍ତୁଷ୍ଟ ହେବେ ନାହିଁ ବୋଲି ମନ୍ତ୍ରୀ ଆଶା ରଖିଛନ୍ତି । ନଚେତ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ପରବର୍ତ୍ତୀ ସମୟରେ ସ୍ଥିତି ସୁଧୁରିଲେ ପୁଣି ପରୀକ୍ଷା ଦେଇପାରିବେ ବୋଲି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି। ଅନ୍ୟପଟେ ଯୁକ୍ତ ଦୁଇ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ପ୍ରତିକ୍ରିୟା ରଖିଛନ୍ତି ବିଭାଗୀୟ ମନ୍ତ୍ରୀ । ଏନେଇ ବର୍ତ୍ତମାନ କୌଣସି ତଥ୍ୟ ନଥିବାବେଳେ ପରବର୍ତ୍ତୀ ସମୟରେ ଜଣାପଡିବ। ଜୁନ 30 ପରେ ମାଟ୍ରିକ ପରୀକ୍ଷାରେ ଫଳ ପ୍ରକାଶ ପାଇବା ପରେ ଏ ସମ୍ପର୍କରେ ବିଚାର କରାଯିବ ବୋଲି କହିଛନ୍ତି ସମୀର କୁମାର ଦାଶ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.