ସେଆ ଅଧ୍ୟକ୍ଷ ହେଲେ ଶିଶିର କୁମାର ରଥ

author img

By

Published : Sep 21, 2022, 8:23 AM IST

ସେଆ ଅଧ୍ୟକ୍ଷ ହେଲେ ଶିଶିର କୁମାର ରଥ

ଓଡ଼ିଶା ରାଜ୍ୟ ପରିବେଶ ପ୍ରଭାବ ମୂଲ୍ୟାଙ୍କନ ପ୍ରାଧିକରଣ(ସେଆ)ର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଲେ IFS ଶିଶିର କୁମାର ରଥ । ଅଧିକ ପଢନ୍ତୁ

ଭୁବନେଶ୍ବର: ବରିଷ୍ଠ ଭାରତୀୟ ବନସେବା ଅଧିକାରୀ ଶିଶିର କୁମାର ରଥ( IFS Sisir Kumar Ratho) ଓଡ଼ିଶା ରାଜ୍ୟ ପରିବେଶ ପ୍ରଭାବ ମୂଲ୍ୟାଙ୍କନ ପ୍ରାଧିକରଣ (SEIAA)ର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି । ଭାରତ ସରକାରଙ୍କ ୧୯ ସେପ୍ଟେମ୍ବର ୨୦୨୨ ଗେଜେଟ୍ ବିଜ୍ଞପ୍ତି ଅନୁଯାୟୀ, ଶିଶିର ରଥ ତିନି ବର୍ଷ ପାଇଁ ଏହି ଦାୟିତ୍ବ ନିର୍ବାହ କରିବେ । ୧୯୮୭ ବ୍ୟାଚର ଏହି ଭାରତୀୟ ବନସେବା ଅଧିକାରୀ ଏହା ପୂର୍ବରୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଧିନରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦପଦବୀରେ ସୂଚାରୁ ରୂପେ ଦାୟିତ୍ବ ନିର୍ବାହ କରିଆସିଛନ୍ତି ।

ବନ ବିଭାଗ ସମେତ ଶିଶିର କୁମାର କ୍ରୀଡା ଭିତ୍ତିଭୂମି, ସହରାଞ୍ଚଳ ପରିବହନ, ପାନୀୟ ଜଳ ଯୋଗାଣ ଓ କଠିନ ବର୍ଜ୍ୟବସ୍ତୁ ପରିଚାଳନା, ଜୈବ ବିବିଧତା ସଂରକ୍ଷଣ ଆଦି ବିଭିନ୍ନ କ୍ଷେତ୍ରରେ ଦକ୍ଷତାର ସହ କାର୍ଯ୍ୟ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ସେ “ଆଗ୍ରୋ ଫରେଷ୍ଟ୍ରି ମାନୁଆଲ ଫର ଏସିଆ ପାସିଫିକ ରିଜିଓନ”(Agro Forestry Manual for Asia Pacific Region) ପୁସ୍ତକର ସହ ରଚୟିତା ଏବଂ ୨୦୧୮ରେ “ଇଟରନାଲ ଉଇଜଡମ ଫର ଦି ଟ୍ରାଇବସ୍”(Eternal Wisdom of the Tribes) ପୁସ୍ତକ ଏବଂ ଅନେକ ଗବେଷଣାତ୍ମକ ପ୍ରବନ୍ଧ ରଚନା କରି ଖ୍ୟାତି ଅର୍ଜନ କରିଛନ୍ତି । ପରିବେଶ ଓ ଜଙ୍ଗଲ କ୍ଷେତ୍ରରେ ଥିବା ତାଙ୍କର ଦୀର୍ଘ ଅଭିଜ୍ଞତାକୁ ନେଇ ଓଡ଼ିଶାରେ ବ୍ୟାପକ ରୂପାନ୍ତରଣ ଆଣିପାରିବେ ବୋଲି ଆଶା ପ୍ରକାଶ ପାଇଛି ।

ଏହାମଧ୍ୟ ପଢନ୍ତୁ: ବରିଷ୍ଠ IFS ସୁଶାନ୍ତ ନନ୍ଦ ହେଲେ PCCF (ନୋଡାଲ)

ଅନ୍ୟପଟେ ଚଳିତ ମାସ ପ୍ରଥମ ସପ୍ତାହରେ ପିସିସିଏଫ ଭାବେ ପଦୋନ୍ନତି ପାଇଥିବା ବରିଷ୍ଠ ଆଇଏଫଏସ ଅଫିସର ସୁଶାନ୍ତ ନନ୍ଦଙ୍କୁ(IFS officer Susanta Nanda) ପିସିସିଏଫ (ନୋଡାଲ) ଭାବେ ନିଯୁକ୍ତ କରାଯାଇଛି । ସେହିପରି ଡକ୍ଟର କେ. ମୁରୁଗୁସେନଙ୍କୁ ପରିବେଶ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ସେ ଏବେ ରାଜ୍ୟ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ଆଗକୁ ଅତିରିକ୍ତ ଭାବେ ପରିବେଶ ନିର୍ଦ୍ଦେଶକ ଦାୟିତ୍ବ ତୁଲାଇବେ । 2001 ବ୍ୟାଚର IFS ଜି. ରାଜେଶ ଅତିରିକ୍ତ ଭାବେ ଓ ଏମବିଏଡିସି କାର୍ଯ୍ୟନିର୍ବାହୀ ଅଧିକାରୀ(Additional Charge of CEO, OMBADC) ଭାବେ କାର୍ଯ୍ୟନିର୍ବାହ କରିବେ । ଏନେଇ ଜଙ୍ଗଲ ଓ ପରିବେଶ ବିଭାଗ(Forest, Environment and Climate Change Department) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.