ବରିଷ୍ଠ IFS ସୁଶାନ୍ତ ନନ୍ଦ ହେଲେ PCCF (ନୋଡାଲ)

author img

By

Published : Sep 21, 2022, 7:15 AM IST

ବରିଷ୍ଠ IFS ସୁଶାନ୍ତ ନନ୍ଦ ହେଲେ ପିସିସିଏଫ (ନୋଡାଲ)

ପିସିସିଏଫ (ନୋଡାଲ) ଭାବେ ନିଯୁକ୍ତି ପାଇଲେ ବରିଷ୍ଠ ଆଇଏଫଏସ ଅଫିସର ସୁଶାନ୍ତ ନନ୍ଦ । ଚଳିତ ମାସ ପ୍ରଥମ ସପ୍ତାହରେ ତାଙ୍କୁ ପିସିସିଏଫ ଭାବେ ପଦୋନ୍ନତି ମିଳିଥିଲା । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜ୍ୟ ସରକାର IFS ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି । ପିସିସିଏଫ ଭାବେ ପଦୋନ୍ନତି ପାଇଥିବା ବରିଷ୍ଠ ଆଇଏଫଏସ ସୁଶାନ୍ତ ନନ୍ଦଙ୍କୁ(IFS officer Susanta Nanda) ପିସିସିଏଫ (ନୋଡାଲ) ଭାବେ ନିଯୁକ୍ତ କରାଯାଇଛି । ଡକ୍ଟର କେ. ମୁରୁଗୁସେନଙ୍କୁ ପରିବେଶ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ଏନେଇ ଜଙ୍ଗଲ ଓ ପରିବେଶ ବିଭାଗ(Forest, Environment and Climate Change Department) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଚଳିତ ମାସ ପ୍ରଥମ ସପ୍ତାହରେ ସୁଶାନ୍ତଙ୍କୁ ପିସିସିଏଫ ଭାବେ ପଦୋନ୍ନତି ଦେଇଥିଲେ ରାଜ୍ୟ ସରକାର ।

ବିଜ୍ଞପ୍ତି ଅନୁସାରେ, 1989 ବ୍ୟାଚର IFS ସୁଶାନ୍ତ ନନ୍ଦଙ୍କୁ ପିସିସିଏଫ(ନୋଡାଲ) ଭାବେ ନିଯୁକ୍ତି ଦିଆଯାଇଛି । ଏହାସହ ସେ ଅତିରିକ୍ତ ଭାବେ ଚିଲିକା ଉନ୍ନୟନ ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଆଇଜିଜେଏମପି ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବେ । ସେହିପରି 1994 ବ୍ୟାଚର IFS ଡଃ କେ.ମୁରୁଗେସନ(Dr K Murugesan)ଙ୍କୁ ରାଜ୍ୟ ପରିବେଶ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି । ସେ ଏବେ ରାଜ୍ୟ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ଅତିରିକ୍ତ ଭାବେ ପରିବେଶ ନିର୍ଦ୍ଦେଶକ ଦାୟିତ୍ବ ତୁଲାଇବେ । ଖଣି ନିର୍ଦ୍ଦେଶକ ଥିବା 2001 ବ୍ୟାଚର IFS ଜି. ରାଜେଶ ଅତିରିକ୍ତ ଭାବେ ଓ ଏମବିଏଡିସି କାର୍ଯ୍ୟନିର୍ବାହୀ ଅଧିକାରୀ(Additional Charge of CEO, OMBADC) ଭାବେ କାର୍ଯ୍ୟନିର୍ବାହ କରିବେ ।

ଏହାମଧ୍ୟ ପଢନ୍ତୁ: ଅକ୍ଟୋବର 18 ପରେ ପିସିସିର ଚୂଡାନ୍ତ ରୂପରେଖ


ଭୁବନେଶ୍ବର ସୈନିକ ସ୍କୁଲରୁ ଶିକ୍ଷା ଲାଭ କରିଥିବା ସୁଶାନ୍ତ ନନ୍ଦ ରେଭେନ୍ସା କଲେଜରୁ ଦ୍ଵାଦଶ କରିଛନ୍ତି । ପରବର୍ତ୍ତୀ ସମୟରେ ସେ IIT ବମ୍ବେରେ ଶିକ୍ଷା ଲାଭ କରିଛନ୍ତି । 1989 ବୃତ୍ତିଗତ ଜୀବନ ଆରମ୍ଭ କରିଥିବା ସୁଶାନ୍ତ ବଣେଇ, ଜୟପୁର ଘୁମୁସର ଫରେଷ୍ଟ ଡିଭିଜନରେ ସଫଳତାର ସହ କାର୍ଯ୍ୟ କରିଛନ୍ତି । ଜଙ୍ଗଲ ଓ ପରିବେଶକୁ ଭଲ ପାଉଥିବା ସୁଶାନ୍ତ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟର ପ୍ରଥମ ଫିଲଡ଼ ନିର୍ଦ୍ଦେଶକ ନିଯୁକ୍ତ ହୋଇଥିଲେ । ଜାତି ଏବଂ ଜନଜାତି ଉନ୍ନୟନ, ଖାଦ୍ୟ, ଯୋଗାଣ ଏବଂ ଖାଉଟି କଲ୍ୟାଣ, ଏବଂ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟରେ କାର୍ଯ୍ୟ କରିବାର ଅଭିଜ୍ଞତା ରହିଛି । 2007ରେ ଜଙ୍ଗଲ ମନ୍ତ୍ରଣାଳୟର ସର୍ବୋଚ୍ଚ ପୁରସ୍କାର ଇନ୍ଦିରା ପ୍ରିୟଦର୍ଶିନୀ ବୃକ୍ଷମିତ୍ର ଉପାଧି ପାଇଛନ୍ତି । କିଛି ଦିନ ତଳେ ସେ ନୂଆ PCCF ଭାବେ ନିଯୁକ୍ତି ପାଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.