ETV Bharat / city

ଲିଙ୍ଗରାଜ ମନ୍ଦିରରେ ଦେବ ବିବାହ ସମ୍ପନ୍ନ

author img

By

Published : Jun 5, 2022, 7:38 PM IST

ଲିଙ୍ଗରାଜ ମନ୍ଦିରରେ ଦେବ ବିବାହ ସମ୍ପନ୍ନ
ଲିଙ୍ଗରାଜ ମନ୍ଦିରରେ ଦେବ ବିବାହ ସମ୍ପନ୍ନ

ବାଦ ବିବାଦ ମଧ୍ୟରେ ସରିଲା ହର-ପାର୍ବତୀଙ୍କ ବିବାହ ଉତ୍ସବ । ଭୁବନେଶ୍ବର ଲିଙ୍ଗରାଜ ମହାପ୍ରଭୁଙ୍କ ବିବାହ ଉତ୍ସବ ସମ୍ପନ୍ନ । ଅଧିକ ପଢନ୍ତୁ

ଭୁବନେଶ୍ବର: ବାଦ ବିବାଦ ମଧ୍ୟରେ ସରିଲା ହର-ପାର୍ବତୀଙ୍କ ବିବାହ ଉତ୍ସବ । ଧୁମ୍‌ଧାମ୍‌ରେ ବୈଦିକ ରୀତିନୀତିରେ ସରିଛି ଦେବ ବିବାହ । ଆଜି(ରବିବାର) ମାତା ପାର୍ବତୀଙ୍କ ସହ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ ହର ହର ମହାଦେବ । ଏହି ଅବସରରେ କେଦାରଗୋୖରୀ ମନ୍ଦିରରେ ଯୁଗଳ ମୂର୍ତ୍ତିଙ୍କୁ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ । ଗତକାଲି(ଶନିବାର) ଦେବ ବିବାହକୁ ନେଇ ଲାଗିରହିଥିଲା ବିବାଦ । ବିବାହ ହେବ କି ନାହିଁ ସେନେଇ ରହିଥିଲା ଆଶଙ୍କା । ରାତି ୯ଟା ପର୍ଯ୍ୟନ୍ତ କିଛି ସମାଧାନ ନହେବାରୁ ଲୋକେ ପୂରା ଆଶା ଛାଡ଼ି ଦେଇଥିଲେ । କିନ୍ତୁ ମହାପ୍ରଭୁଙ୍କ ଲୀଳକୁ ବା କିଏ ରୋକିପାରେ । ତେଣୁ ହଠାତ୍ ହଟିଲା ଅଲୌକିକ ଘଟଣା ।

ଲିଙ୍ଗରାଜ ମନ୍ଦିରରେ ଦେବ ବିବାହ ସମ୍ପନ୍ନ

ସଜ ମଙ୍ଗନ ଓ ସଜ ବିବାହ ନୀତି ଆରମ୍ଭ ହେଲା । ବର୍ଷା ସତ୍ତ୍ବେ ବିଳମ୍ବିତ ରାତିରେ କମ୍ପିଲା ଏକାମ୍ର କ୍ଷେତ୍ର । ଆଉ ଜଗତଜନନୀ ମାତା ପାର୍ବତୀଙ୍କୁ ବିବାହ କରିବା ପାଇଁ ଗତ ରାତିରେ ଦେବ ଦେବ ମହାଦେବ ବରଯାତ୍ରୀଙ୍କ ସହ ବିରାଟ ପଟୁଆରରେ ବାଜା, ବାଣ, ଘଣ୍ଟ, ମହୁରୀ, ଢୋଲ ବାଜା ଓ ବିଭିନ୍ନ ପାରମ୍ପାରିକ ନୃତ୍ୟ ସହ ପ୍ରଭୁ ଆସି କେଦାର ଗୌରୀ ମନ୍ଦିରରେ ପହଞ୍ଚି ଥିଲେ । ବରବେଶରେ ମହାଦେବଙ୍କ ଦର୍ଶନ ପାଇଁ ସହରର ରାସ୍ତାଘାଟରେ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଥିଲା । ସକାଳ ୫ ଟାରେ ବାଟ ବରଣୀ ସରିବା ପରେ ବିବାହ କାର୍ଯ୍ୟ ଆରମ୍ଭ ହୋଇଥିଲା ।

ହର-ପାର୍ବତୀଙ୍କ ହାତଗଣ୍ଠି ପଡି ଥିବାବେଳେ କଉଡି ଖେଳିଲେ ଅନନ୍ତ ବାସୁଦେବଙ୍କୁ ସାକ୍ଷୀ ରଖି ବିବାହରେ ବନ୍ଧନରେ ବାନ୍ଧିହେଲେ । ସମସ୍ତ ରୀତିନୀତିକୁ ନେଇ ବେଶ୍ ସୁରୁଖୁରୁରେ ସରିଛି ଦେବ ଦମ୍ପତିଙ୍କ ବିବାହ । ଆଉ ଏହି ବେଶକୁ ଦେଖି ବିମୋହିତ ହେଉଛନ୍ତି ଶ୍ରଦ୍ଧାଳୁ । ସେପଟେ ବ୍ରାହ୍ମଣ ନିଯୋଗ, ପୂଜା ପଣ୍ଡା ନିଯୋଗ, ବଡୁ ନିଯୋଗ, କ୍ଷେତ୍ରବାସୀ ଆପୋଟିଆ ନିଯୋଗ ସମେତଙ୍କ ସମସ୍ତ ନିଯୋଗ ସହଯୋଗରେ ନିତିକାନ୍ତି ଶେଷ ହୋଇଛି ।

ମାତ୍ର ଚଳିତ ବର୍ଷ ମଧ୍ୟ ଦେବବିବାହ କାର୍ଯକ୍ରମରେ ଯୋଗ ଦେଲେନି କପିଳନାଥ ସେବାୟତ । ପୂର୍ବ ପ୍ରସ୍ତୁତି ବୈଠକରେ ମଧ୍ୟ ଏହି ସେବାୟତମାନେ ଉପସ୍ଥିତ ନ ଥିଲେ । ସେପଟେ ଆଜି ରାତି ୧୦ ଟାରେ ମାତା ପାର୍ବତୀଙ୍କୁ ସାଙ୍ଗରେ ଧରି ଫେରିବେ ମହାପ୍ରଭୁ ଲିଙ୍ଗରାଜ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.