ETV Bharat / city

କଂଗ୍ରେସ ପାଇଁ ପ୍ରାର୍ଥୀ ମରୁଡି: ନିରଞ୍ଜନଙ୍କ ଧୂଆଁବାଣ ଏକ ନମ୍ବର ହେବୁ

author img

By

Published : Jan 20, 2022, 8:35 PM IST

କଂଗ୍ରେସ ପାଇଁ ପ୍ରାର୍ଥୀ ମରୁଡି: ନିରଞ୍ଜନଙ୍କ ଧୂଆଁବାଣ ଏକ ନମ୍ବର ହେବୁ
କଂଗ୍ରେସ ପାଇଁ ପ୍ରାର୍ଥୀ ମରୁଡି: ନିରଞ୍ଜନଙ୍କ ଧୂଆଁବାଣ ଏକ ନମ୍ବର ହେବୁ

ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । କଂଗ୍ରେସ ପାଇଁ ପ୍ରାର୍ଥୀ ମରୁଡି । ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସରେ ପ୍ରାର୍ଥୀଙ୍କ ଘୋର ସଙ୍କଟ ଦେଖାଦେଇଛି । ଅଧିକ ପଢନ୍ତୁ

ଭୁବନେଶ୍ବର : ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । କଂଗ୍ରେସ ପାଇଁ ପ୍ରାର୍ଥୀ ମରୁଡି। ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସରେ ପ୍ରାର୍ଥୀଙ୍କ ଘୋର ସଙ୍କଟ ଦେଖାଦେଇଛି । କାଁ ଭାଁ ହାତ ଗଣତି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ଛାଡିଦେଲେ କଂଗ୍ରେସ ପ୍ରାର୍ଥୀ ଖୋଜୁଛି ।

କଂଗ୍ରେସ ପାଇଁ ପ୍ରାର୍ଥୀ ମରୁଡି: ନିରଞ୍ଜନଙ୍କ ଧୂଆଁବାଣ ଏକ ନମ୍ବର ହେବୁ

ଶାସକ ବିଜେଡି ଓ ମୁଖ୍ୟ ବିରୋଧୀ ବିଜେପି ମାଡରେ କଂଗ୍ରେସ ମୂଳଦୁଆ ଦୋହଲି ଯାଇଛି। ବିଗତ 20 ବର୍ଷ ଧରି କଂଗ୍ରେସରୁ ନେତାଙ୍କ ଦଳ ଡିଆଁ ଏବଂ ନିର୍ବାଚନରେ ପରାଜୟ କଂଗ୍ରେସ ସ୍ଥିତିକୁ ଦୟନୀୟ କରିଛି । ଯାହା ଖୋଦ ବିଧାୟକ ତଥା ବରିଷ୍ଠ ନେତା ସୁର ରାଉତ ସ୍ୱୀକାର କରିଛନ୍ତି। ସୁରଙ୍କ ସୂଚନା ଅନୁସାରେ କଂଗ୍ରେସର ଭଲ ପ୍ରାର୍ଥୀଙ୍କୁ ପ୍ରଲୋଭନ ବା ଧମକ ଚମକ ଦେଇ ବିଜେଡି ବିଜେପି ହାଇଜ୍ୟାକ୍ କରି ନେଉଛନ୍ତି।

ନିର୍ବାଚନ ବେଳେ ଦଳର ସ୍ଥିତିକୁ ନେଇ ନେତା ମଧ୍ୟ ସନ୍ଦେହରେ । ଯୁବ କଂଗ୍ରେସ ସଭାପତି ଦଳର ସାଙ୍ଗଠନିକ ଦୁର୍ବଳତା ନେଇ ମୁଁହା ଖୋଲିଛନ୍ତି । ତେବେ ନେତୃତ୍ୱ ବିରୋଧରେ କିଛି ମୁଁହ ନ ଖୋଲିଲେ ମଧ୍ୟ ପରୋକ୍ଷରେ ନିର୍ବାଚନ ପୂର୍ବରୁ ଘର ସଜାଡି ଥିଲେ ଠିକ ହୋଇଥାନ୍ତା ବୋଲି ସ୍ମୃତି ମତ ରଖିଛନ୍ତି । ଅନ୍ୟପକ୍ଷରେ ଦଳର ଅସନ୍ତୁଷ୍ଟ ଗୋଷ୍ଠୀ ଦଳର ବିପର୍ଯ୍ୟୟ ପାଇଁ ପିସିସି ମୁଖିଆକୁ ଦାୟୀ କରିଛନ୍ତି।

କଂଗ୍ରେସ ନେତା ନରେଶ ମହାନ୍ତିଙ୍କ କହିବା ଅନୁସାରେ ଦଳକୁ ହରେଇବା ପାଇଁ ନିରଞ୍ଜନ ଶାସକ ଦଳ ସହ ମସୁଧା ଚାଲିଛି । ଅନାମଧେୟ ନେତାଙ୍କୁ ଡାକି ନିର୍ବାଚନରେ ଟିକେଟ ଦେଇଛନ୍ତି। ଦଳ ପାଇଁ ପ୍ରାର୍ଥୀ ମରୁଡି କଥାକୁ ନିରଞ୍ଜନ ମାନିବାକୁ ନାରାଜ। ଜିଲ୍ଲା ସଭାପତିଙ୍କ ମାଧ୍ୟମରେ ଟିକେଟ ବଣ୍ଟନ କରାଯାଇଛି।

ଦଳ ନିର୍ବାଚନରେ ପ୍ରଥମ ସ୍ଥାନ ଅଧିକାର କରିବ ବୋଲି ନେତାଙ୍କ ଆତ୍ମବିଶ୍ବାସ କମ ଥିବା ବେଳେ ନିରଞ୍ଜନ ଦଳ ଏକ ନମ୍ବର ହେବାର ସମ୍ଭାବନା ରହିଛି ବୋଲି ନିର୍ବାଚନୀ ଧୂଆଁ ବାଣ ମାରିଛନ୍ତି। ଦଳର ମୁଖ୍ୟ ସଚେତକ ତାରା ବାହୀନୀପତି ଦଳରେ ନିର୍ବାଚନ ପାଇଁ କିଛି ହୋମ ଓ୍ବାର୍କ ହୋଇନଥିବା କଥା ପ୍ରକାଶ କରି ନେତୃତ୍ୱ ଉପରେ ଏକ ବଡ଼ ପ୍ରଶ୍ନ ଉଠାଇଥିଲେ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.