ETV Bharat / city

ଖୁବଶୀଘ୍ର ବନ୍ୟା ବିପନ୍ନଙ୍କୁ ମିଳିବ ସହାୟତା: ରାଜସ୍ବ ମନ୍ତ୍ରୀ

author img

By

Published : Aug 27, 2019, 3:44 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି ଯେ ବର୍ଷା ଓ ବନ୍ୟା ଲାଗି ରହିଥିବା ଅଞ୍ଚଳ ମାନଙ୍କରେ ତୁରନ୍ତ ଆବଶ୍ୟକୀୟ ସହାୟତା ପ୍ରଦାନ କରିବା ପାଇଁ ଜିଲ୍ଲାପାଳଙ୍କୁ କ୍ଷମତା ଦିଆଯାଇଛି । କ୍ଷୟକ୍ଷତି ରିପୋର୍ଟ ଆସିିଛି ଖୁବଶୀଘ୍ର ବନ୍ୟା କ୍ଷତିଗସ୍ତଙ୍କୁ ମିଳିବ ସହାୟତା ।

ଭୁବନେଶ୍ବର: ରାଜ୍ୟରେ ଲଗାଣ ବର୍ଷା ଓ ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଜଳମଗ୍ନ ହୋଇଛି ହଜାର ହଜାର ଏକର ଚାଷ ଜମି । ବ୍ୟାପକ ଫସଲ ନଷ୍ଟ ହେବା ସହ କ୍ଷୟକ୍ଷତି ମାତ୍ରା ବଢିଛି । ଏ ନେଇ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି ଯେ ବର୍ଷା ଓ ବନ୍ୟା ଲାଗି ରହିଥିବା ଅଞ୍ଚଳ ମାନଙ୍କରେ ତୁରନ୍ତ ଆବଶ୍ୟକୀୟ ସହାୟତା ପ୍ରଦାନ କରିବା ପାଇଁ ଜିଲ୍ଲାପାଳଙ୍କୁ କ୍ଷମତା ଦିଆଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ରାଜସ୍ବ ମନ୍ତ୍ରୀ ଆହୁରି କହିଛନ୍ତି ଯେ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳ ବନ୍ୟା କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରିଛନ୍ତି । ରିପୋର୍ଟ ଆସିଛି, ଶୁବଶୀଘ୍ର କ୍ଷୟକ୍ଷତି ଆକଳନ କରାଯିବ । ଏହାସହ ବନ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ସହାୟତା ଘୋଷଣା ଶୀଘ୍ର କରାଯିବ ବୋଲି ସେ କହିଛନ୍ତି ।


ସୂଚନା ଅନୁସାରେ ଗତ ସପ୍ତାହରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖା ଦେଇଥିଲା ପ୍ରବଳ ବର୍ଷା କାରଣରୁ ବିଭିନ୍ନ ନଦୀ ବନ୍ୟା ଆସିଥିଲା । ସୋମବାର ଏନେଇ ମନ୍ତ୍ରୀ ସୁଦାମ ମାରାଣ୍ଡି ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ ।

ଭୁବନେଶ୍ବରରୁ ତପନ କୁମାର ଦାସ,ଇଟିଭି ଭାରତ

Intro:ବନ୍ୟାରେ ଚାଷ ଜମି କ୍ଷୟକ୍ଷତି ନେଇ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ପ୍ରତିକ୍ରିୟା । ବନ୍ୟା ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳଙ୍କୁ ରିପୋର୍ଟ ମଗାଯାଇଛି । କିଛି ଜିଲ୍ଲାପାଳ ରିପୋର୍ଟ ଦେଇଛନ୍ତି । ଆଉକିଛ ରିପୋର୍ଟ ଆସୁଛି । ଏହା ସହ ଗତ ବର୍ଷାରେ ସର୍ବାଧିକ ଚାଷ ଜମି ପ୍ରଭାବିତ ହୋଇଛି ।

Body:ସମ୍ପୁର୍ଣ୍ଣ ରିପୋର୍ଟ ଆସିବା ପରେ ସରକାର ଏ ଦିଗରେ ନିସ୍ପତି ନେବେ ବୋଲି ରାଜସ୍ଵ ମନ୍ତ୍ରୀ ସୁଦାମ ମାରାଣ୍ଡି ସୂଚନା ଦେଇଛନ୍ତି ।

Conclusion:ସୂଚନା ଅନୁସାରେ ଗତ ସପ୍ତାହରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖା ଦେଇଥିଲା ପ୍ରବଳ ବର୍ଷା କାରଣରୁ ବିଭିନ୍ନ ନଦୀ ବନ୍ୟା ଆସିଥିଲା ।ଆଜି ଏନେଇ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବନ୍ୟାଞ୍ଚଳ ପରିଦର୍ଶନ ମଧ୍ୟ କରିଥିଲେ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.