ETV Bharat / city

Cyclone Jawad Compensation: ରିପୋର୍ଟ ଆସିଲା ପରେ ସହାୟତା ଦିଆଯିବ କହିଲେ ରାଜସ୍ବ ମନ୍ତ୍ରୀ

author img

By

Published : Dec 7, 2021, 3:28 PM IST

Cyclone Jawad Compensation: ରିପୋର୍ଟ ଆସିଲା ସହାୟତା ଦିଆଯିବ କହିଲେ ରାଜସ୍ବ ମନ୍ତ୍ରୀ
Cyclone Jawad Compensation: ରିପୋର୍ଟ ଆସିଲା ସହାୟତା ଦିଆଯିବ କହିଲେ ରାଜସ୍ବ ମନ୍ତ୍ରୀ

ବାତ୍ୟା ଜୱାଦ(Cyclone Jawad)ରେ ନଷ୍ଟ ହୋଇଛି ହେକ୍ଟର ହେକ୍ଟର ଜମିର ଅମଳ ଧାନ । ଚୂଡାନ୍ତ ରିପୋର୍ଟ ଆସିଲେ ସହାୟତା ଦିଆଯିବ କହିଲେ ରାଜସ୍ବ ମନ୍ତ୍ରୀ । ଅଧିକ ପଢନ୍ତୁ

ଭୁବନେଶ୍ବର: ବାତ୍ୟା ଜୱାଦ କ୍ଷୟକ୍ଷତି(Cyclone Jawad Effect) ନେଇ ଜିଲ୍ଲାପାଳମାନଙ୍କୁ ରିପୋର୍ଟ ମଗାଯାଇଛି, ଚୂଡାନ୍ତ ରିପୋର୍ଟ ଆସିବା ପରେ ସରକାରୀସ୍ତରରେ ସହାୟତା ଘୋଷଣା କରାଯିବ କହିଲେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ।

Cyclone Jawad Compensation: ରିପୋର୍ଟ ଆସିଲା ସହାୟତା ଦିଆଯିବ କହିଲେ ରାଜସ୍ବ ମନ୍ତ୍ରୀ


ସେ କହିଛନ୍ତି ଯେ, ରିଲିଫ କୋର୍ଡ ଅନୁଯାୟୀ ଚାଷୀଙ୍କୁ ସହାୟତା ମିଳିବ । ପୂର୍ବରୁ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା । କ୍ଷୟକ୍ଷତି ଆକଳନ ଆରମ୍ଭ ହୋଇଛି, ଜିଲ୍ଲାପାଳମାନେ ରିପୋର୍ଟ ଦେଲେ ସହାୟତା ରାଶି ଘୋଷଣା କରାଯିବ ବୋଲି ସେ କହିଛନ୍ତି । ତେବେ ବାତ୍ୟା ଜୱାଦ ପ୍ରଭାବରେ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡିକରେ ପ୍ରବଳ ବର୍ଷା ହୋଇଛି । ଫଳରେ ହେକ୍ଟର ହେକ୍ଟର ଚାଷ ଜମିର ଧାନ ଫସଲ ନଷ୍ଟ ହୋଇଛି । ଫଳରେ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । ତୁରନ୍ତ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହେଉ ଥିବାବେଳେ ଆକଳନ ରିପୋର୍ଟ ଆସିବା ପରେ ସହାୟତା ଦିଆଯିବ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.