ETV Bharat / city

ଅବସରପ୍ରାପ୍ତ କର୍ମଚାରୀଙ୍କୁ ଦଶହରା ଭେଟି, ପାଇବେ ଅଧିକ ଦରମା

author img

By

Published : Oct 1, 2022, 12:33 PM IST

ପୁନଃନିଯୁକ୍ତିରେ ଅବସରପ୍ରାପ୍ତ କର୍ମଚାରୀ ପାଇବେ ଅଧିକ ଦରମା
ପୁନଃନିଯୁକ୍ତିରେ ଅବସରପ୍ରାପ୍ତ କର୍ମଚାରୀ ପାଇବେ ଅଧିକ ଦରମା

ପୁନଃନିଯୁକ୍ତିରେ ଥିବା ଅବସରପ୍ରାପ୍ତ କର୍ମଚାରୀଙ୍କୁ ଦଶହରା ଭେଟି । ପାଇବେ ଅଧିକ ଦରମା । ସରକାରୀ କର୍ମଚାରୀମାନଙ୍କୁ ରାଜ୍ୟ ସରକାର ଅବସର ପରେ ବିଭିନ୍ନ ପଦପଦବୀରେ ନିଯୁକ୍ତି ଦେଉଛନ୍ତି । ଅଧିକ ପଢନ୍ତୁ

ଭୁବନେଶ୍ବର: ପୁନଃନିଯୁକ୍ତିରେ ଥିବା ଅବସରପ୍ରାପ୍ତ କର୍ମଚାରୀଙ୍କୁ ଦଶହରା ଭେଟି । ପାଇବେ ଅଧିକ ଦରମା । ସରକାରୀ କର୍ମଚାରୀମାନଙ୍କୁ ରାଜ୍ୟ ସରକାର ଅବସର ପରେ ବିଭିନ୍ନ ପଦପଦବୀରେ ନିଯୁକ୍ତି ଦେଉଛନ୍ତି । ସେମାନଙ୍କୁ ଏବେ ଅର୍ଥ ବିଭାଗର 2018 ମାର୍ଚ୍ଚ 17 ତାରିଖର ମେମୋରାଣ୍ଡମ ସଂଖ୍ୟା 7022/ ଏଫ୍ ଅଧୀନରେ ବେତନ ପ୍ରଦାନ କରାଯାଉଛି । ସେମାନଙ୍କ ବେତନ ସଂଶୋଧନ ପାଇଁ ଦାବିକୁ ସରକାର ଗ୍ରହଣ କରିଛନ୍ତି ।

ପୁନଃନିଯୁକ୍ତିରେ ଅବସରପ୍ରାପ୍ତ କର୍ମଚାରୀ ପାଇବେ ଅଧିକ ଦରମା
ପୁନଃନିଯୁକ୍ତିରେ ଅବସରପ୍ରାପ୍ତ କର୍ମଚାରୀ ପାଇବେ ଅଧିକ ଦରମା

ସୂଚନା ଅନୁଯାୟୀ,ଓଡ଼ିଶା ରିଭାଇଜଡ ସ୍କୁଲ ଅଫ୍ ପେ(Odisha revised school of pay-ORSP) 2017 ନିୟମର ପ୍ରଥମରୁ ସପ୍ତଦଶ ବେତନ ସ୍ତର ପର୍ଯ୍ୟନ୍ତ ଥିବା କର୍ମଚାରୀଙ୍କ ପାଇଁ ମାସିକ ସର୍ବନିମ୍ନ 10 ହଜାର ଟଙ୍କାରୁ ସର୍ବାଧିକ 50 ହଜାର ଟଙ୍କା ପର୍ଯ୍ୟନ୍ତ ବେତନ ପ୍ରଦାନ କରାଯିବ । ଓଆରଏସପିରେ ପ୍ରଥମରୁ ଚତୁର୍ଥ ପର୍ଯ୍ୟନ୍ତ ବେତନ ସ୍ତରର କର୍ମଚାରୀମାନଙ୍କୁ ମାସିକ 10 ହଜାର ଟଙ୍କା ପ୍ରଦାନ ପାଇଁ ଧାର୍ଯ୍ୟ କରାଯାଇଥିବା ବେଳେ ପଞ୍ଚମରୁ ଦଶମ ପର୍ଯ୍ୟନ୍ତ ବେତନ ସ୍ତରରେ ଥିବା କର୍ମଚାରୀମାନଙ୍କୁ ମାସିକ 20 ହଜାର ଟଙ୍କା ଦେବାକୁ ସ୍ଥିର ହୋଇଛି । ସେହିଭଳି ଏକାଦଶରୁ ତ୍ରୟୋଦଶ ପର୍ଯ୍ୟନ୍ତ ବେତନ ସ୍ତରରେ ଥିବା କର୍ମଚାରୀମାନଙ୍କୁ ମାସିକ 35 ହଜାର, ପଞ୍ଚଦଶ ଏବଂ ଷୋଡ଼ଶ ସ୍ତରରେ ଥିବା କର୍ମଚାରୀମାନଙ୍କୁ ମାସକୁ 46 ହଜାର ଏବଂ ସପ୍ତଦଶ ବେତନ ସ୍ତରରେ ଥିବା କର୍ମଚାରୀଙ୍କୁ ମାସିକ 50 ହଜାର ଟଙ୍କା ପ୍ରଦାନ କରାଯିବ ।

ଏନେଇ ଅକ୍ଟୋବର ପହିଲାରୁ ଏହାକୁ ଲାଗୁ କରାଯିବ ବୋଲି ଅର୍ଥ ବିଭାଗ ପକ୍ଷରୁ ଶୁକ୍ରବାର ଜାରି ହୋଇଥିବା ନିର୍ଦ୍ଦେଶନାମାରେ କୁହାଯାଇଛି । ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନେ ପାଉଥିବା ପେନସନ ଏବଂ ଟିଆଇକୁ ଏଥିରେ ସାମିଲ କରାଯିବ ନାହିଁ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଉଛି । ଏଥିସହିତ ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିଯୁକ୍ତି ସଂକ୍ରାନ୍ତରେ ମଧ୍ୟ ଅର୍ଥ ବିଭାଗ ବିଭିନ୍ନ ବିଭାଗକୁ ଅନ୍ୟ କେତେକ ନିର୍ଦ୍ଦେଶ ଦେଇଛି । ସେଥିରେ କୁହାଯାଇଛି ଯେ, ଏକ ନିର୍ଦ୍ଦିଷ୍ଟ କ୍ୟାଡରରେ ଏଣ୍ଟ୍ରି ଲେଭଲରେ ଖାଲିଥିବା ପଦବୀକୁ 50 ପ୍ରତିଶତ ପର୍ଯ୍ୟନ୍ତ ପଦବୀରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ନିଯୁକ୍ତି ଦେବା ଲାଗି ଅର୍ଥ ବିଭାଗକୁ ରେଫର କରିବାର ଆବଶ୍ୟକତା ନାହିଁ । କିନ୍ତୁ 50 ପ୍ରତିଶତରୁ ଅଧିକ ନିଯୁକ୍ତି ଦେଉଥିଲେ ସେହି ପ୍ରସ୍ତାବକୁ ଅର୍ଥ ମନ୍ତ୍ରଣାଳୟରୁ ସହମତି ଲାଗି ବିଭାଗଙ୍କୁ ପଠାଇବାକୁ ପଡିବ ।

ଇଟିଭି ଭାରତ,ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.