ETV Bharat / city

କୋଭିଡ କଟକଣା କୋହଳ ପରେ ବଢିଛି ଦାୟିତ୍ୱ: ସ୍ବାସ୍ଥ୍ୟ ବିଶେଷଜ୍ଞ

author img

By

Published : Sep 1, 2021, 4:31 PM IST

କୋଭିଡ କଟକଣା କୋହଳ ପରେ ବଢିଛି ବିଭାଗ ଦାୟୀତ୍ୱ:  ସ୍ବାସ୍ଥ୍ୟ ବିଶେଷଜ୍ଞ
କୋଭିଡ କଟକଣା କୋହଳ ପରେ ବଢିଛି ବିଭାଗ ଦାୟୀତ୍ୱ: ସ୍ବାସ୍ଥ୍ୟ ବିଶେଷଜ୍ଞ

ରାଜ୍ୟରେ ଆରମ୍ଭ ହୋଇଛି କୋଭିଡ ଅନଲକ୍ ପ୍ରକ୍ରିୟା ଆଉ ଏନେଇ ଦିନକୁ ଦିନ ଖୋଲିବାରେ ଲାଗିଛି ଦୋକାନ ବଜାର ସମେତ ବିଭିନ୍ନ ପ୍ରତିଷ୍ଠାନ ।ତେବେ କୋଭିଡ ଗାଇଡଲାଇନ ମାନି ସମସ୍ତ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଲେ ସ୍ବାସ୍ଥ୍ୟ ବିଶେଷଜ୍ଞ । ଅଧିକ ପଢନ୍ତୁ...

ଭୁବନେଶ୍ବର: କଟକଣା କୋହଳ ପରେ ବଢିଛି ସ୍ବାସ୍ଥ୍ୟ ବିଭାଗର ବଢିଛି ଦାୟିତ୍ବ। ଆଜିଠାରୁ(ବୁଧବାର) ସାରା ରାଜ୍ୟରେ କୋଭିଡ ଗାଇଡଲାଇନକୁ କୋହଳ କରାଯାଇଥିବା ବେଳେ ସ୍ବାସ୍ଥ୍ୟ ବିଭାଗର ଦାୟିତ୍ବ ବଢିବା ସହ ମନିଟରିଙ୍ଗକୁ କଡାକଡି କରିବା ବାଧ୍ୟତାମୂଳକ କରାଯାଇଛି ।

କୋଭିଡ କଟକଣା କୋହଳ ପରେ ବଢିଛି ବିଭାଗ ଦାୟୀତ୍ୱ: ସ୍ବାସ୍ଥ୍ୟ ବିଶେଷଜ୍ଞ

ତେବେ କୋଭିଡ କଟକଣା କୋହଳ ପରେ ସଂକ୍ରମଣ ସ୍ଥିତି କଣ ରହୁଛି ତା ଉପରେ ନଜର ରଖିବାକୁ ପଡିବ । । ସେହିପରି କୋଭିଡ କଟକଣାକୁ ସମେସ୍ତେ ପୂର୍ବପରି ମାନିବା ସହ ମାସ୍କ ପିନ୍ଧିବା, ସାନିଟାଇଜରର ବ୍ୟବହାର, ସାମାଜିକ ଦୂରତ୍ବକୁ କଡାକଡି ଭାବେ ପାଳନ କରିବା ନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ବିଜୟ ମହାପାତ୍ର ।

ସେ ମଧ୍ୟ କହିଛନ୍ତି କି, କୋରୋନାକୁ ରୋକିବାକୁ ହେଲେ ସମସ୍ତେ ହାତ ମିଳାଇ ସହଯୋଗ କରିବା ନିତାନ୍ତ ଆବଶ୍ୟକ । ଏହା ଦ୍ବାରା ବିପଦକୁ ବହୁ ମାତ୍ରାରେ ରୋକିବା ସହ ମୃତ୍ୟୁ ସଂଖ୍ୟା ହ୍ରାସ ହୋଇପାରିବ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.