ETV Bharat / city

Republic Day Parade Rehearsal: ପୋଲିସ ବ୍ୟାଣ୍ଡ ଓ ପରେଡ କମାଣ୍ଡିଂରେ କମ୍ପିଲା ଗାନ୍ଧୀମାର୍ଗ

author img

By

Published : Jan 22, 2022, 7:57 PM IST

ସାଧାରଣତନ୍ତ୍ର ଦିବସ ପାଇଁ ପରେଡ ରିହଲସଲ: ପୋଲିସ ବ୍ୟାଣ୍ଡ ଓ ପରେଡ କମାଣ୍ଡିରେ କମ୍ପିଲା ଗାନ୍ଧୀମାର୍ଗ
ସାଧାରଣତନ୍ତ୍ର ଦିବସ ପାଇଁ ପରେଡ ରିହଲସଲ: ପୋଲିସ ବ୍ୟାଣ୍ଡ ଓ ପରେଡ କମାଣ୍ଡିରେ କମ୍ପିଲା ଗାନ୍ଧୀମାର୍ଗ

ଦିନ କେଇଟା ପରେ ସାରା ଦେଶ ପାଳିବ ୭୩ତମ ସାଧାରଣତନ୍ତ୍ର ଦିବସ । ଏନେଇ ଭୁବନେଶ୍ବର ଗାନ୍ଧୀ ମାର୍ଗରେ ପରେଡ ରିହରସଲ ହୋଇଛି । ଅଧିକ ପଢନ୍ତୁ

ଭୁବନେଶ୍ବର : ଆଉ ଦିନ କେଇଟା ପରେ ସାରା ଦେଶ ପାଳିବ ୭୩ତମ ସାଧାରଣତନ୍ତ୍ର ଦିବସ । ଏନେଇ ଭୁବନେଶ୍ବର ଗାନ୍ଧୀ ମାର୍ଗରେ ପରେଡ ରିହରସଲ ହୋଇଛି । କୋଭିଡ କଟକଣା ଭିତରେ ରାଜ୍ୟସ୍ତରୀୟ ସମାରୋହ ପାଇଁ ଅନୁମତି ମିଳିବା ପରେ ପରେଡ ରିହରସଲ ହୋଇଛି ।

ସାଧାରଣତନ୍ତ୍ର ଦିବସ ପାଇଁ ପରେଡ ରିହଲସଲ: ପୋଲିସ ବ୍ୟାଣ୍ଡ ଓ ପରେଡ କମାଣ୍ଡିରେ କମ୍ପିଲା ଗାନ୍ଧୀମାର୍ଗ

ଚଳିତ ବର୍ଷ ପରେଡରେ ମାତ୍ର ୧୧ଟି ୟୁନିଫର୍ମଡ ଟ୍ରୁପ ଅଂଶଗ୍ରହଣ କରିବେ। ସିଆରପିଏଫ(CRPF) , ବିଏସଏଫ(BSF), ଏସଓଜି(SOG), ଅଗ୍ନିଶମ ଟ୍ରୁଫ , ରାଜ୍ୟ ବ୍ରାସବ୍ୟାଣ୍ଡର ଦୁଇଟି ଟିମ୍, ଅଗ୍ନିଶମ ଓ ଓଡ୍ରାଫର ଗୋଟିଏ ଲେଖାଏଁ ବ୍ୟାଣ୍ଡ, ଏସଏସ ବାଟାଲିୟନ, ଓଏସଏପି, ସ୍ପେଶାଲ ଇଣ୍ଡିଆନ୍ ରିଜର୍ଭ ବାଟାଲିୟନର ଟ୍ରୁପ ଚଳିତ ବର୍ଷ ରାଜ୍ୟସ୍ତରୀୟ ପରେଡ଼ରେ ଭାଗ ନେଇଛନ୍ତି । ଏଥର ସର୍ବସାଧାରଣଙ୍କୁ ପରେଡରେ ଅଂଶଗ୍ରହଣ କରିବାକୁ ଅନୁମତି ନାହିଁ ।

କେବଳ ନିମନ୍ତ୍ରିତ ଅତିଥିମାନେ ଯୋଗଦେବେ । ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସରେ ରାଜ୍ୟପାଳ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିବେ। ସମ୍ମାନୀତ ଅତିଥି ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଏହା ବି ପଢନ୍ତୁ :Assembly polls: ଜାନୁଆରୀ ୩୧ ଯାଏଁ ବଢିଲା କ୍ୟାମ୍ପେନ କର୍ଫ୍ୟୁ

ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଛି। ପରେଡ ରିହରସଲ ସମୟରେ ଓ ଜାନୁଆରୀ 26ର ପରେଡ ସମୟରେ ଗାନ୍ଧୀ ମାର୍ଗକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ କରାଯିବ। କୋଭିଡ କଟକଣା ମଧ୍ୟରେ ପରେଡ଼ ହେଉଥିବାରୁ ଏଥିରେ ଅଂଶଗ୍ରହଣ କରୁଥିବା ସମସ୍ତ ଟ୍ରୁପ ସଦସ୍ୟଙ୍କ ଆରଟିପିସିଆର ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି।

ଚଳିତ ବର୍ଷ ପରେଡ଼ କମାଣ୍ଡିଂ ନେତୃତ୍ବ ନେଉଛନ୍ତି ଅନୁଗୋଳର ଅତିରିକ୍ତ ଏସପି ରୋହିତ ବର୍ମା। ସେ ତାଙ୍କ କ୍ୟାରିଅରର ପ୍ରଥମଥର ପାଇଁ ପରେଡ଼ କମାଣ୍ଡିଂ କରୁଛନ୍ତି । ଏନେଇ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.