ETV Bharat / city

କୋଭିଡ ଗାଇଡଲାଇନ ସହ ପାଳନ ହେବ ସାଧାରଣତନ୍ତ୍ର ଦିବସ

author img

By

Published : Jan 6, 2022, 7:34 PM IST

କୋଭିଡ଼ ଗାଇଡଲାଇନ ସହ ପାଳନ ହେବ ସାଧାରଣତନ୍ତ୍ର ଦିବସ
କୋଭିଡ଼ ଗାଇଡଲାଇନ ସହ ପାଳନ ହେବ ସାଧାରଣତନ୍ତ୍ର ଦିବସ

କୋଭିଡ଼ ଗାଇଡଲାଇନ ସହିତ ଚଳିତ ବର୍ଷର ସାଧାରଣତନ୍ତ୍ର ଦିବସ ପାଳନ ହେବ ବୋଲି ଜଣାପଡ଼ିଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ୨୦୨୨ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଆଜି(ଗୁରୁବାର) ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । କୋଭିଡ଼ ମାର୍ଗଦର୍ଶିକାର କଡ଼ାକଡ଼ି ଅନୁପାଳନ ସହ ଏହି ଦିବସ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଛି । ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରିଥିଲେ ।

କୋଭିଡ଼ ଗାଇଡଲାଇନ ସହ ପାଳନ ହେବ ସାଧାରଣତନ୍ତ୍ର ଦିବସ
କୋଭିଡ଼ ଗାଇଡଲାଇନ ସହ ପାଳନ ହେବ ସାଧାରଣତନ୍ତ୍ର ଦିବସ

ପ୍ରତିବର୍ଷ ପରି ମହାତ୍ମା ଗାନ୍ଧୀ ମାର୍ଗରେ ଏହି ଉତ୍ସବ ଅନୁଷ୍ଠିତ ହେବ । ଖୁବ୍‌ କମ ସମୟ ପାଇଁ ଅନୁଷ୍ଠିତ ଏହି ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଜାତୀୟ ପତାକା ଉତ୍ତୋଳନ କରି ପରେଡ୍‌ରେ ଅଭିବାଦନ ଗ୍ରହଣ କରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ଅତିଥି ଭାବେ ଉପସ୍ଥିତ ରହିବେ । ସାଧାରଣତନ୍ତ୍ର ଦିବସ ସକାଳେ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ରାମଧୂନ ପରିକ୍ରମା, ରାଜଭବନରୁ ଏଜି ଛକ ଏବଂ ମହାତ୍ମା ଗାନ୍ଧୀ ମାର୍ଗର ଉତ୍ସବସ୍ଥଳୀ ପର୍ଯ୍ୟନ୍ତ ଜାତୀୟ ପତାକାରେ ସାଜସଜ୍ଜା କରାଯିବ ।

କୋଭିଡ଼ ଗାଇଡଲାଇନ ସହ ପାଳନ ହେବ ସାଧାରଣତନ୍ତ୍ର ଦିବସ
କୋଭିଡ଼ ଗାଇଡଲାଇନ ସହ ପାଳନ ହେବ ସାଧାରଣତନ୍ତ୍ର ଦିବସ

ସାମାଜିକ ଗଣମାଧ୍ୟମ, କମନ୍‌ଫିଡ଼୍‌, ଟିଭି ଫଟୋ ଓ ସମ୍ବାଦ ପ୍ରକାଶନ ଏବଂ ଗଣମାଧ୍ୟମକୁ ସମ୍ବାଦ ପ୍ରେରଣ ବ୍ୟବସ୍ଥା କରାଯିବ । ଲୋକସେବା ଭବନ, ରାଜୀବ ଭବନ, ଖାରବେଳ ଭବନ, ବିଧାନସଭା ସୌଧ ଆଦି ରାଜ୍ୟସରକାରଙ୍କ ପ୍ରମୁଖ କାର୍ଯ୍ୟାଳୟଗୁଡ଼ିକରେ ଆଲୋକସଜ୍ଜା କରାଯିବ । ମହାନଗର ନିଗମର ପ୍ରମୁଖ ସ୍ଥାନଗୁଡ଼ିକରେ ଭିଡ଼ିଓ ୱାଲ୍‌ ମାଧ୍ୟମରେ ସମସ୍ତ କାର୍ଯ୍ୟକ୍ରମ ପ୍ରଦର୍ଶନ ହେବ ।

କୋଭିଡ଼ ଗାଇଡଲାଇନ ସହ ପାଳନ ହେବ ସାଧାରଣତନ୍ତ୍ର ଦିବସ
କୋଭିଡ଼ ଗାଇଡଲାଇନ ସହ ପାଳନ ହେବ ସାଧାରଣତନ୍ତ୍ର ଦିବସ

ବୈଠକରେ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ସାଧାରଣତନ୍ତ୍ର ଦିବସ କାର୍ଯ୍ୟସୂଚୀ ସଂପର୍କରେ ପ୍ରମୁଖ ଶାସନ ସଚିବଙ୍କୁ ଅବଗତ କରାଇଛନ୍ତି । ବୈଠକରେ ନିର୍ଦ୍ଦେଶକ (ବୈଷୟିକ) ନିରଞ୍ଜନ ସେଠୀ, ‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭ୍ୟୁୟ’ର ସଂପାଦକ ଡ. ଲେନିନ୍‌ ମହାନ୍ତି, ବିଭାଗୀୟ ଯୁଗ୍ମ ଶାସନ ସଚିବ ବିଷ୍ଣୁପ୍ରିୟା ସାହୁ, ଯୁଗ୍ମ ନିର୍ଦ୍ଦେଶକ, ଉପନିର୍ଦ୍ଦେଶକମାନଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.