ETV Bharat / city

‘୨୦୨୪ରେ ଆଞ୍ଚଳିକ ଦଳ ବଡ ଭୂମିକା ତୁଲାଇବେ’

author img

By

Published : May 3, 2021, 5:37 PM IST

ପଶ୍ଚିମବଙ୍ଗରେ ବିଜେପିକୁ ମାତ ଦେଇଛନ୍ତି ଦିଦି । ଆଞ୍ଚଳିକ ଦଳ ଆଗରେ ଜାତୀୟ ଦଳ ମାଟି କାମୁଡିଛି । ଜାତୀୟ ଦଳ ଅପେକ୍ଷା ଲୋକେ ଅଧିକ ଆଞ୍ଚଳିକ ଦଳ ଉପରେ ଆଶା ପ୍ରକଟିତ କରିଛନ୍ତି । ଏ ଭଳି ମତ ରଖିଛନ୍ତି ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର । ଅଧିକ ପଢନ୍ତୁ...

_regional party will play vital role in 2024 says bjd vice president debiprasad mishra
୨୦୨୪ ରେ ଆଞ୍ଚଳିକ ଦଳ ବଡ ଭୂମିକା ତୁଲାଇବେ :ବିଜେଡି

ଭୁବନେଶ୍ବର: 4ଟି ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ଫଳାଫଳ ଘୋଷଣା ହୋଇସାରିଛି । ଆଞ୍ଚଳିକ ଦଳ ଆଗରେ ଜାତୀୟଦଳ ମାଟି କାମୁଡିଛି । ଜାତୀୟ ଦଳ ଅପେକ୍ଷା ଲୋକେ ଅଧିକ ଆଞ୍ଚଳିକ ଦଳ ଉପରେ ଆଶା ପ୍ରକଟିତ କରିଛନ୍ତି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ତଥା ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର ।

୨୦୨୪ ରେ ଆଞ୍ଚଳିକ ଦଳ ବଡ ଭୂମିକା ତୁଲାଇବେ :ବିଜେଡି

ପ୍ରକାଶିତ ଫଳାଫଳରେ ମୁଖ୍ୟତଃ ଆସାମକୁ ଛାଡିଦେଲା ପରେ ଅନ୍ୟ ରାଜ୍ୟରେ ଆଞ୍ଚଳିକ ଦଳ ଦବଦବା ଜାହିର କରିଛନ୍ତି । ଏପରିକି ଜାତୀୟ ଦଳ ଅପେକ୍ଷା ଲୋକେ ଅଧିକ ଆଞ୍ଚଳିକ ଦଳ ଉପରେ ଆଶା ପ୍ରକଟିତ କରିଛନ୍ତି । ପଶ୍ଚିମବଙ୍ଗରେ ଏକଜିଟ୍ ପୋଲ ଭୁଲ ପ୍ରମାଣିତ ହୋଇଛି । ନିଜେ ପ୍ରଧାନମନ୍ତ୍ରୀ ମଙ୍ଗ ଧରିଥିଲେ । କିନ୍ତୁ ମମତା ବିପୁଳ ବହୁମତ ହାସଲ କରିଛନ୍ତି । ମମତାଙ୍କ ବିଜୟ ବେଙ୍ଗଲ ପାଇଁ ଉଲ୍ଲେଖନୀୟ। ସାରା ଭାରତରେ ଏହାର ସୁଦୂର ପ୍ରସାରୀ ପ୍ରଭାବ ରହିବ। ଜାତୀୟ ଦଳ ଲହରକୁ ରୋକିବାରେ ସହାୟକ ହୋଇଛି । ମମତାଙ୍କ ଭୋଟ ପ୍ରତିଶତ ବି ବଢିଛି। ଆଞ୍ଚଳିକ ଦଳର ପ୍ରଭାବ ରହିଛି ଓ ଆଞ୍ଚଳିକ ଦଳ ପ୍ରତି ଲୋକଙ୍କ ସଦିଚ୍ଛା ରହିଛି। ଓଡ଼ିଶାରେ ନବୀନଙ୍କ ଉପରେ ଆସ୍ଥା ରହିଛି । ବିକାଶର ଆଭିମୁଖ୍ୟ ନେଇ କାମ କରୁଛି ବିଜେଡି ସରକାର । ପିପିଲିରେ ବିଜେଡିକୁ ଭୋଟ ଦେବା ପାଇଁ ଲୋକେ ସ୍ଥିର କରିଛନ୍ତି । ବିଜେପି ବେଙ୍ଗଲରେ ଜିତିଥିଲେ ତାଙ୍କ ପାଇଁ ମୋରାଲ ବୁଷ୍ଟ ହୋଇଥାନ୍ତା । ବର୍ତ୍ତମାନ ବିଜେଡି କର୍ମୀଙ୍କ ପାଇଁ ମୋରାଲ ବୁଷ୍ଟ ହେବ । ୨୦୨୪ରେ ଆଞ୍ଚଳିକ ଦଳର ପ୍ରଭାବ ରହିବ ବୋଲି କହିଛନ୍ତି ଦେବୀ ମିଶ୍ର ।

ସୂଚନାଥାଉକି ରବିବାର 4 ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ଫଳାଫଳ ବାହାରିଛି । ବିଜେପି ଦୁଇଟି ରାଜ୍ୟରେ କ୍ଷମତା ଦଖଲ କରିବାରେ ସକ୍ଷମ ହୋଇଥିବାବେଳେ ବଳକା ତିନୋଟି ରାଜ୍ୟରେ ଦଳ ମାଟି କାମୁଡିଛି । ସବୁଠୁ ଅଧିକ ଚର୍ଚ୍ଚାରେ ରହିଥିବା ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ବିଜେପିକୁ କଡା ଟକ୍କର ଦେଇ ଏକତରଫା ବିଜୟ ହାସଲ କରିଛନ୍ତି । ଯାହା ଦେଶରେ ଏକ ନୂତନ ରାଜନୈତିକ ସମୀକରଣ ପାଇଁ ଦ୍ବାର ଖୋଲିଛି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.