ETV Bharat / city

Weather Update, ଆଜିଠୁ ରାଜ୍ୟରେ କମିବ ବର୍ଷା

author img

By

Published : Aug 25, 2022, 12:23 PM IST

Weather Update, ଆଜିଠୁ ରାଜ୍ୟରେ କମିବ ବର୍ଷା
Weather Update, ଆଜିଠୁ ରାଜ୍ୟରେ କମିବ ବର୍ଷା

ଆଜିଠୁ ରାଜ୍ୟରେ କମିବ ବର୍ଷା । ହେଲେ ଆଜି କେନ୍ଦୁଝର ଓ ଝାରସୁଗୁଡା ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ଅଧିକ ପଢନ୍ତୁ

ଭୁବନେଶ୍ବର: ଆଜିଠୁ ରାଜ୍ୟରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟର ପ୍ରଭାବ କମିବ । ଏହାସହିତ ଓଡିଶାରେ ବର୍ଷାର ପରିମାଣ ହ୍ରାସ ପାଇବ(Rainfall expected to reduce in Odisha) । ଆଜି ଉତ୍ତର ଓଡିଶାରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଘୂର୍ଣ୍ଣିବଳୟ ପ୍ରଭାବ କମିବାର ଥିଲେ ହେଁ ଆଜି କେନ୍ଦୁଝର ଓ ଝାରସୁଗୁଡା ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ଏହି ଦୁଇଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି । ପାଣିପାଗ ବିଭାଗର ସୂଚନା ମୁତାବକ, ଜୁନ ୨୦୨୨ରୁ ୨୪ ଅଗଷ୍ଟ ମଧ୍ୟରେ ରାଜ୍ୟରେ ୯୫୨.୬ ମିମି ବର୍ଷା ରେକର୍ଡ କରାଯାଇଛି । ଯାହାକି ଏହି ସମୟର ସ୍ବାଭାବିକ ବର୍ଷା ୮୩୮.୮ ମିମି ତୁଳନାରେ ୧୪ ପ୍ରତିଶତ ଅଧିକ ରହିଛି । ଏହି ସମୟ ମଧ୍ୟରେ କନ୍ଧମାଳରେ ସ୍ବାଭାବିକ ଠାରୁ ଅତ୍ୟଧିକ ବର୍ଷା ରେକର୍ଡ ହୋଇଛି ।

ଦେବଗଡ, ଢେଙ୍କାନାଳ, ନୟାଗଡ, ବୌଦ୍ଧ, କୋରାପୁଟ, ରାୟଗଡା ଏବଂ ଗଜପତିରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ ହୋଇଥିବାବେଳେ, ଅବଶିଷ୍ଟ ୨୨ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି । ଅଗଷ୍ଟର ପ୍ରଥମ ୨୪ ଦିନରେ ରାଜ୍ୟରେ ଏଯାବତ୍ ୪୪୪.୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.