ETV Bharat / city

ବଦଳିବ ପାଗ, ଦୁଇ ଦିନ ପରେ ଛେଚିବ ବର୍ଷା

author img

By

Published : Feb 22, 2020, 8:44 PM IST

ବଦଳିବ ପାଗ, ଛେଚିବ ନିର୍ଧୁମ ବର୍ଷା
ବଦଳିବ ପାଗ, ଛେଚିବ ନିର୍ଧୁମ ବର୍ଷା

ଉପକୂଳର ଆଭ୍ୟନ୍ତରୀଣ ଓଡ଼ିଶାରେ ହେବ ବର୍ଷା । ପ୍ରବଳ ବର୍ଷା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୟାର୍ଣ୍ଣିଙ୍ଗ ଜାରି କରାଯାଇଛି । ଅଧିକ ପଢନ୍ତୁ...

ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ପରେ ବଦଳିବ ପାଗ । ଉପକୂଳର ଆଭ୍ୟନ୍ତରୀଣ ଓଡ଼ିଶାରେ ହେବ ବର୍ଷା । ପ୍ରବଳ ବର୍ଷା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୟାର୍ଣ୍ଣିଙ୍ଗ ଜାରି କରାଯାଇଛି ।

ବଦଳିବ ପାଗ, ଛେଚିବ ନିର୍ଧୁମ ବର୍ଷା

୨୫ ତାରିଖ ଭୁବନେଶ୍ବରରେ ପାଗ ମେଘୁଆ ରହିବା ସହ ଘଡଘଡି ବର୍ଷା ହେବ । ୨୩ ତାରିଖରେ ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ ଏବଂ ଝାରସୁଗୁଡ଼ା ଜିଲ୍ଲାରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ୨୪ ତାରିଖରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବ ।

ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, ସମ୍ବଲପୁର, ବାଲେଶ୍ବର, ଦେବଗଡ଼, ମୟୂରଭଞ୍ଜ, କେନ୍ଦୁଝର ଏବଂ ସୁନ୍ଦରଗଡ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୨୫ ତାରିଖରେ ବର୍ଷାର ପରିମାଣ ବଢିବ । ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହେବ।

ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ଢେଙ୍କାନାଳ, ନୟାଗଡ଼, ଗଞ୍ଜାମ, ଗଜପତି, ଭଦ୍ରକ,ବାଲେଶ୍ବର,କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାରେ ଘଡଘଡି ବର୍ଷା ହେବ । ୨୪ ତାରିଖରେ ସମ୍ବଲପୁର ଓ ଦେଓଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ସେହିପରି ୨୫ ତାରିଖରେ ଉପକୂଳ ଜିଲ୍ଲାରେ କିଛି ସ୍ଥାନରେ ଘଡଘଡି ସହ ବର୍ଷା ହେବ।

ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର ଏବଂ କଟକରେ ପ୍ରବଳ ବର୍ଷା ହେବ। ତେବେ ଦକ୍ଷିଣ ଉତ୍ତରପ୍ରଦେଶରେ ଘୂର୍ଣ୍ଣିବଳୟ ହୋଇଛି । ଏହାସହ ମହାରାଷ୍ଟ୍ରରୁ ମଧ୍ୟପ୍ରଦେଶ ମଧ୍ୟରେ ସୃଷ୍ଟି ହୋଇଥିବା ଟ୍ରାପ ଲାଇନ ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ହେବ। ବର୍ଷାକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଜିଲ୍ଲା ଗୁଡିକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବର୍ଷା ଛାଡିଲା ପରେ ତାପମାତ୍ରା ବଢିବ । ୨୬ ତାରିଖ ପରେ ପାଗ ଶୁଖିଲା ରହିବ ବୋଲି ଭୁବନେଶ୍ବର ପାଣିପାଗ କାର୍ଯ୍ୟାଳୟରୁ ନିର୍ଦ୍ଦେଶକ ଏଚ ଆର ବିଶ୍ବାସ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.