ETV Bharat / city

Covid 4th Wave: ଜନବହୁଳ ଅଞ୍ଚଳ ଉପରେ ରାଜ୍ୟ ସରକାରଙ୍କ ନଜର

author img

By

Published : Apr 18, 2022, 1:24 PM IST

4TH WAVE FEAR: ଜନବହୁଳ ଅଞ୍ଚଳ ଉପରେ ରାଜ୍ୟ ସରକାରଙ୍କ ନଜର
4TH WAVE FEAR: ଜନବହୁଳ ଅଞ୍ଚଳ ଉପରେ ରାଜ୍ୟ ସରକାରଙ୍କ ନଜର

ଦିଲ୍ଲୀରେ ଏବେ ଗତ କିଛି ଦିନ ହେବ କୋରୋନା ମାମଲା ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ତେବେ ଏଭଳି ସ୍ଥିତିରେ ରାଜ୍ୟ ସରକାର ଆରମ୍ଭରୁ ସଜାଗ ହୋଇଥିବା କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜ୍ୟକୁ ଘାରିଲାଣି ଚତୁର୍ଥ ୱେଭ ଭୟ । ଦିଲ୍ଲୀରେ କୋରୋନା ମାମଲା ବଢିବା ପରେ ସତର୍କ ହୋଇଛନ୍ତି ରାଜ୍ୟ ସରକାର । ତେବେ ଏନେଇ ଆସିଛି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ରଙ୍କ ପ୍ରତିକ୍ରିୟା । ହାଇ ରିସ୍କ ପପୁଲେସନ ଉପରେ ନଜର ରଖାଯାଇଛି । ଆମର ସେପରି ଆତଙ୍କିତ ହେବା ପରିସ୍ଥିତି ନାହିଁ । ତଥାପି ଜିଲ୍ଲା ମାନଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି ।

ଦିଲ୍ଲୀ ଭଳି କିଛି ରାଜ୍ୟରେ ସଂକ୍ରମଣ ବଢିଛି । ଏଭଳି ସ୍ଥିତିରେ ସଜାଗ ହୋଇଛନ୍ତି ରାଜ୍ୟ ସରକାର । ତେବେ ଆମ ରାଜ୍ୟରେ ଏବେ ବହୁତ କମ ପଜିଟିଭ ବାହାରୁଛି । 7 ରୁ 8 ଜିଲ୍ଲାକୁ ଛାଡି ଦେଲେ ବାକି ସବୁ ଜିଲ୍ଲାରେ କେସ ନାହିଁ । ତେଣୁ ଆମର ସେପରି ଆତଙ୍କିତ ହେବା ପରିସ୍ଥିତି ନାହିଁ । ତଥାପି ସେପରି କିଛି ପରିସ୍ଥିତି ହେଲେ ବା ଲକ୍ଷ୍ୟ ରଖି ସତର୍କ ରହିବା ପାଇଁ ଜିଲ୍ଲା ମାନଙ୍କୁ ନିର୍ଦ୍ଦେଶ ଦେଇଛୁ । ସମସ୍ତେ ସତର୍କ ଦୃଷ୍ଟି ରଖିବାକୁ ଜିଲ୍ଲା ମାନଙ୍କୁ କୁହାଯାଇଛି । ICMR ଗାଇଡ଼ ଲାଇନ ଅନୁଯାୟୀ ଟେଷ୍ଟ ବଢାଯାଉଛି । କ୍ଲଷ୍ଟର ଆଉଟ ବ୍ରେକ ଯେଉଁଠି ହେଉଛି ତାହା ଉପରେ ତୀକ୍ଷ୍ଣ ନଜର ରଖିବାକୁ କୁହାଯାଇଛି । ହାଇ ରିସ୍କ ପପୁଲେସନ ଉପରେ ନଜର ରଖାଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.