ETV Bharat / city

ଜୁଲାଇ 16ରେ PM-CM ବୈଠକ, 6 ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ଆଲୋଚନା

author img

By

Published : Jul 13, 2021, 3:48 PM IST

ଜୁଲାଇ 16ରେ PM-CM ବୈଠକ, 6 ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ଆଲୋଚନା
ଜୁଲାଇ 16ରେ PM-CM ବୈଠକ, 6 ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ଆଲୋଚନା

ଆସନ୍ତା 16ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ 6 ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । କୋରୋନା ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ କରିବେ ସମୀକ୍ଷା ବୈଠକ । ଅଧିକ ପଢନ୍ତୁ...

ଭୁବନେଶ୍ବର: ଦେଶରେ ଧିରେ ଧିରେ ହାସ୍ର ପାଇବାରେ ଲାଗିଛି କୋରୋନା ସଂକ୍ରମଣ । ସେପଟେ କେରଳ ଓ ମହାରାଷ୍ଟ୍ର ପରି ରାଜ୍ୟରେ ସଂକ୍ରମଣ ଏବେ ଉପରମୁହାଁ ହୋଇଛି । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ।

ଆସନ୍ତା 16ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ 6 ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ଭିଡିଓ କନଫେରେନ୍ସିଂ ଜରିଆରେ ଜୁଲାଇ 16 ପୂର୍ବାହ୍ନ 11ଟାରେ ବସିବ ବୈଠକ ।

ବୈଠକରେ ଓଡିଶା, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର, କେରଳ ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ । ସମ୍ପୃକ୍ତ ରାଜ୍ୟରେ କୋଭିଡ ପରିସ୍ଥିତି ଓ ଟୀକାକରଣ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସମୀକ୍ଷା କରିବେ । ସଂକ୍ରମଣ ନିୟନ୍ତ୍ରଣ ନେଇ ରାଜ୍ୟ ସରକାରମାନେ କଣ ସବୁ ପଦକ୍ଷେପ ନେଇଛନ୍ତି ସେ ନେଇ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇବେ ବିଭିନ୍ନ ରାଜ୍ୟରେ ମୁଖ୍ୟମନ୍ତ୍ରୀ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଅଧିକ ଟିକା ନେଇ ଦାବି କରିବେ ବୋଲି ଜଣାପଡିଛି । ମଙ୍ଗଳବାର 8 ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.