ETV Bharat / city

ଆସୁଛି ବାତ୍ୟା 'ଗୁଲାବ'; ଓଡିଶା-ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

author img

By

Published : Sep 26, 2021, 5:20 PM IST

PM modi talk to cm of odisha and andhra pradesh on cyclone Gulab
ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହେଲେ ପ୍ରଧାନମନ୍ତ୍ରୀ

ବାତ୍ୟା 'ଗୁଲାବ'କୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗନମୋହନ ରେଡ୍ଡୀଙ୍କ ସହ କଥା ହେଲେ ପିଏମ ମୋଦି। ଏହି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ କେନ୍ଦ୍ର ସମସ୍ତ ସହାୟତା ଯୋଗାଇବ ବୋଲି କହିଛନ୍ତି ପିଏମ ମୋଦି । ଅଧିକ ପଢନ୍ତୁ...

ଭୁବନେଶ୍ବର: ସାମୁଦ୍ରିକ ବାତ୍ୟା ଗୁଲାବକୁ ନେଇ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ସହିତ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ । ଟେଲିଫୋନରେ କଥା ହୋଇ ଉଭୟ ରାଜ୍ୟର ବାତ୍ୟା ପ୍ରସ୍ତୁତି ବାବଦରେ ପଚାରି ବୁଝିଛନ୍ତି ପ୍ରଧାନମନ୍ତ୍ରୀ । ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବାତ୍ୟା ସ୍ଥିତି ନେଇ ଦୁଇ ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୋଇଛି । ଓଡ଼ିଶାର କିଛି ଅଞ୍ଚଳରେ ବାତ୍ୟା ପରିସ୍ଥିତି ନେଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛି । ଏହି ବିପତ୍ତିକୁ ସାମ୍ନା କରିବା ପାଇଁ ସବୁପ୍ରକାର ସାହାଯ୍ୟ ସହଯୋଗ କରିବା ପାଇଁ ଆଶ୍ବସ୍ତ କରିଛି । ଏହା ସହ ସମସ୍ତଙ୍କର କୁଶଳ ମଙ୍ଗଳ ଓ ସୁରକ୍ଷା ପାଇଁ ପ୍ରାର୍ଥନା କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବା ପାଇଁ ସମସ୍ତ ସହାୟତା କେନ୍ଦ୍ର ଯୋଗାଇବ ବୋଲି କହିଛନ୍ତି ପିଏମ ମୋଦି ।

ସୂଚନାଥାଉକି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା 'ଗୁଲାବ' ସ୍ଥଳ ଭାଗ ଆଡକୁ ମାଡି ଆସୁଛି । ଓଡିଶାର ଗୋପାଳପୁର ଆନ୍ଧ୍ରପ୍ରଦେଶରେ କଳିଙ୍ଗପଟ୍ଟନମର ମଧ୍ୟବର୍ତ୍ତୀ ଅଞ୍ଚଳରେ ସ୍ଥଳଭାଗକୁ ଛୁଇଁବ ବାତ୍ୟା ଗୁଲାବ। ବର୍ତ୍ତମାନ ବାତ୍ୟା ଗୁଲାବ ଗୋପାଳପୁରରୁ ୧୦୦ କିଲୋମିଟର ଦୂରରେ ରହିଛି । ଏହାକୁ ନଜରରେ ରଖି ଉଭୟ ରାଜ୍ୟ ଜରୁରୀକାଳୀନ ଭିତ୍ତିରେ ଲୋକଙ୍କୁ ଉଦ୍ଧାର କରିବା ସହ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

ବାତ୍ୟା ଗୁଲାବକୁ ମୁକାବିଲା କରିବା ପାଇଁ ଓଡ୍ରାଫ,ଏନଡିଆରଏଫ, ଅଗ୍ନିଶମ ବିଭାଗକୁ ଆଲର୍ଟ ଅଞ୍ଚଳରେ ନିୟୋଜିତ କରାଯାଇଛି । ଓଡିଶାର ୭ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି । ଯାହା ସଂନ୍ଧ୍ୟା ୬ ଟା ସମୟରେ ସ୍ଥଳଭାଗକୁ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହେବା ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.