ପ୍ରକାଶ ପାଇଲା ଯୁକ୍ତ ଦୁଇ ଇନଷ୍ଟାଣ୍ଟ ପରୀକ୍ଷା ଫଳ

author img

By

Published : Sep 29, 2022, 6:55 PM IST

Updated : Sep 29, 2022, 7:30 PM IST

ପ୍ରକାଶ ପାଇଲା ଯୁକ୍ତ ଦୁଇ ଇନଷ୍ଟାଣ୍ଟ ପରୀକ୍ଷା ଫଳ
ପ୍ରକାଶ ପାଇଲା ଯୁକ୍ତ ଦୁଇ ଇନଷ୍ଟାଣ୍ଟ ପରୀକ୍ଷା ଫଳ ()

ଆଜି ଅପରାହ୍ନରେ ପ୍ରକାଶ ପାଇଛି ଯୁକ୍ତ ଦୁଇ ଇନଷ୍ଟାଣ୍ଟ ପରୀକ୍ଷା ଫଳ(Plus 2 Instant exam result) । ଅଧିକ ପଢନ୍ତୁ

ଭୁବନେଶ୍ବର: ପ୍ରକାଶ ପାଇଲା ଯୁକ୍ତ ଦୁଇ ଇନଷ୍ଟାଣ୍ଟ ପରୀକ୍ଷା ଫଳ(Plus 2 Instant exam result)। କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାରେ(Arts, Science, Commerce and Vocational) ଇନଷ୍ଟାଣ୍ଟ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ଫଳ ପ୍ରକାଶ ପ୍ରକାଶ ପାଇଛି । ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷାରେ ଯେଉଁ ଛାତ୍ରଛାତ୍ରୀ ମାନେ ପାସ୍ ମାର୍କ ରଖି କେବଳ ଗୋଟିଏ ବିଷୟରେ ଫେଲ୍ ହୋଇଥିଲେ ସେମାନେ ଇନଷ୍ଟାଣ୍ଟ ପରୀକ୍ଷା ଦେଇଥିଲେ ।

ସୂଚନା ଅନୁଯାୟୀ, ବିଜ୍ଞାନ ବିଭାଗରେ 125 ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ରେଗୁଲାରରେ 87 ଓ ଏକ୍ସ ରେଗୁଲାରରେ 38ଜଣ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ 110 ଜଣ ପାସ ହୋଇଛନ୍ତି । ତେବେ ପାସ ପ୍ରତିଶତ 88.00 ବେଳେ ରେଗୁଲାରରେ 91.95 ଓ ଏକ୍ସ ରେଗୁଲାର ରେ 78.94 ପ୍ରତିଶତ ରହିଛି । ଏଥିରେ ଛାତ୍ରମାନଙ୍କ ମଧ୍ୟରୁ 64ଜଣ ପାସ ହୋଇଥିବା ବେଳେ ଛାତ୍ରଙ୍କ ପାସ ପ୍ରତିଶତ 84.21 ରହିଛି । ସେହିପରି 46ଜଣ ଛାତ୍ରୀ ପାସ ହୋଇଥିବା ବେଳେ, ପାସ ପ୍ରତିଶତ 93.87 ରହିଛି। ତେବେ ଏମାନଙ୍କ ମଧ୍ୟରୁ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି 26, ଦ୍ବିତୀୟ ସ୍ଥାନ 31, ତୃତୀୟ ସ୍ଥାନ ରେ ରହିଛନ୍ତି 42ଜଣ । ତେବେ 100 ପ୍ରତିଶତ ରେଜଲ୍ଟ 13ଟି କଲେଜରେ ହୋଇଛି ।

ବାଣିଜ୍ୟ ବିଭାଗରେ 61 ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ରେଗୁଲାର ରେ 54 ଏକ୍ସ ରେଗୁଲାରରେ 6ଜଣ ପରୀକ୍ଷା ଦେଇଥିଲେ। ତେବେ ସେମାନଙ୍କ ମଧ୍ୟରୁ 50 ଜଣ ପାସ ହୋଇଛନ୍ତି । ଏନେଇ ପାସ ପ୍ରତିଶତ ହେଲା 81.96 । ତେବେ ରେଗୁଲାରରେ 81.48 ଓ ଏକ୍ସ ରେଗୁଲାରରେ 83.33 ପ୍ରତିଶତ ରହିଛି । ଏଥିରେ ଛାତ୍ର ମାନଙ୍କ ପାସ 33 ହୋଇଥିବା ବେଳେ ,ପାସ ପ୍ରତିଶତ 80.48, ସେହିପରି ଛାତ୍ରୀ 17ଜଣଙ୍କ ମଧ୍ୟରୁ , ପାସ ପ୍ରତିଶତ 85.00 ରହିଛି । ଏମାନଙ୍କ ମଧ୍ୟରୁ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି 7 ଜଣ, ଦ୍ବିତୀୟ ସ୍ଥାନ 17ଜମ , ତୃତୀୟ ସ୍ଥାନରେ ରହିଛନ୍ତି 26ଜଣ। ତେବେ ଏନେଇ 100 ପ୍ରତିଶତ ରେଜଲ୍ଟ 9ଟି କଲେଜରେ ହୋଇଥିବା ବେଳେ ଶୂନ ପ୍ରତିଶତ ରେଜଲ୍ଟ ହୋଇଛି 2 ଟି କଲେଜରେ ।

କଳା ବିଭାଗରେ 921 ଜଣ ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ରେଗୁଲାରରେ 714ଜଣ, ଏକ୍ସ ରେଗୁଲାରରେ 142ଜଣ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ 858 ଜଣ ପାସ ହୋଇଛନ୍ତି । ପାସ ପ୍ରତିଶତ 93.15 ରହିଛି । ସେହିଭଳି ରେଗୁଲାରରେ 93.69 ଓ ଏକ୍ସ ରେଗୁଲାରରେ 88.73 ପ୍ରତିଶତ ରହିଛି । ଏଥିରେ 350 ଜଣ ଛାତ୍ର ପାସ ହୋଇଥିବା ବେଳେ ପାସ ହାର 94.62 ରହିଛି, ସେହିପରି 508 ଜଣ ଛାତ୍ରୀ ପାସ ହୋଇଥିବା ବେଳେ ପାସ ପ୍ରତିଶତ 94.24 ରହିଛି । ଏମାନଙ୍କ ମଧ୍ୟରୁ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି 134ଜଣ , ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି 236ଜଣ, ତୃତୀୟ ସ୍ଥାନରେ ରହିଛନ୍ତି 488 ଜଣ । ତେବେ ଏନେଇ 100 ପ୍ରତିଶତ ରେଜଲ୍ଟ ହୋଇଛି 9ଟି କଲେଜରେ ।

ସେହିପରି ଭୋକେସନାଲ ବିଭାଗରେ 80 ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ରେଗୁଲାରରେ 67ଜଣ ଓ ଏକ୍ସ ରେଗୁଲାରରେ 13 ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ 72 ଜଣ ପାସ ହୋଇଥିବା ବେଳେ ପାସ ପ୍ରତିଶତ 90.00 ରହିଛି । ସେହିଭଳି ରେଗୁଲାରରେ 95.52 ଓ ଏକ୍ସ ରେଗୁଲାରରେ 61.53 ପ୍ରତିଶତ ରହିଛି । ଏଥିରେ ୩୫ ଜଣ ଛାତ୍ର ପାସ ହୋଇଥିବା ବେଳେ ପାସ ପ୍ରତିଶତ 89.74 ରହିଛି । ସେହିପରି ଛାତ୍ରୀ 37 , ପାସ ପ୍ରତିଶତ 90.24 ରହିଛି । ଏମାନଙ୍କ ମଧ୍ୟରୁ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି 14ଜଣ, ଦ୍ବିତୀୟ ସ୍ଥାନ 36ଜଣ, ତୃତୀୟ ସ୍ଥାନରେ ରହିଛନ୍ତି 20ଜଣ । ତେବେ 100 ପ୍ରତିଶତ ରେଜଲ୍ଟ 14 କଲେଜରେ ହୋଇଥିବା ବେଳେ 2 ଟି କଲେଜରେ ଶୂନ ପ୍ରତିଶତ ରେଜଲ୍ଟ ହୋଇଛି ।

ଚଳିତ ବର୍ଷ ମୋଟ 1147 ଜଣ ପରୀକ୍ଷାର୍ଥୀ ଯୁକ୍ତ ଦୁଇ ଇନଷ୍ଟାଣ୍ଟ ପରୀକ୍ଷା ଦେଇଥିଲେ । ସେପ୍ଟେମ୍ବର 13 ଓ 14 ତାରିଖରେ ପରୀକ୍ଷା ଦେଇଥିଲେ ଫେଲ ହୋଇଥିବା ଛାତ୍ରଛାତ୍ରୀ । ପ୍ରଥମ ଦିନରେ ସମସ୍ତ ଥିଓରୀ ବିଷୟରେ ପରୀକ୍ଷା କରାଯାଇଥିବା ବେଳେ ପରଦିନ ପ୍ରାକ୍ଟିକାଲ ପରୀକ୍ଷା କରାଯାଇଥିଲା । ପୂର୍ବାହ୍ନ ୧୦ଟାରୁ ଦିନ ୧ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିଥିଲା । କେବଳ ବାୟୋଲୋଜି ବିଷୟ ଲାଗି ୨୦ ମିନିଟ୍ ଅଧିକ ସମୟ ଦିଆଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Sep 29, 2022, 7:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.