ETV Bharat / city

ସେପ୍ଟେମ୍ବର ୨୨ରୁ ଆରମ୍ଭ ହେବ ଏକାଦଶ ପାଠପଢା

author img

By

Published : Sep 20, 2022, 9:39 PM IST

ସେପ୍ଟେମ୍ବର ୨୨ରୁ ଆରମ୍ଭ ହେବ ଏକାଦଶ ପାଠପଢା
ସେପ୍ଟେମ୍ବର ୨୨ରୁ ଆରମ୍ଭ ହେବ ଏକାଦଶ ପାଠପଢା

ଆସନ୍ତା ସେପ୍ଟେମ୍ବର ୨୨ରୁ ଆରମ୍ଭ ହେବ ଏକାଦଶ ପାଠପଢା । ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଅଧିକ ପଢନ୍ତୁ

ଭୁବନେଶ୍ବର: ଆସନ୍ତା ସେପ୍ଟେମ୍ବର ୨୨ରୁ ଆରମ୍ଭ ହେବ ସାରା ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ଏକାଦଶ ପାଠପଢା (Plus two class) । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ (School and mass education minister Samir Dash । ରାଜ୍ୟରେ ଏବେ ସାଢ଼େ ୩ ଲକ୍ଷ ୭୨ ହଜାର ପିଲା ନାମ ଲେଖାଇ ସାରିଥିବା ବେଳେ ବର୍ତ୍ତମାନ ଦ୍ବିତୀୟ ପର୍ଯ୍ୟାୟ ଆଡମିଶନ ଚାଲୁ ରହିଛି ।

ଏବେ ବି ଯୁକ୍ତ ଦୁଇ ରେ କିଛି କଲେଜରେ ପିଲାମାନେ ଆଡମିଶନ ନେଇ ନାହାନ୍ତି । ସେମାନେ ଆସନ୍ତା ୧୭ ତାରିଖରେ ଆଡମିଶନ ନେବେ। ହେଲେ ତା' ପୂର୍ବରୁ ଅନ୍ୟ ପିଲାଙ୍କ ପାଠପଢ଼ା ଆରମ୍ଭ ହେବ। ଗତ ଜୁଲାଇ ୨୭ରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ଏକାସାଙ୍ଗରେ ପ୍ରକାଶ ପାଇଥିଲା । ଯୁକ୍ତ ଦୁଇ ବିଜ୍ଞାନରେ ମୋଟ ପାସ ହାର ୯୪.୧୨ ପ୍ରତିଶତ । ୭୬ ହଜାର ୬୦୪ ପିଲା ପରୀକ୍ଷା ଦେଇଥିବା ବେଳେ ୭୨ ହଜାର ୧୦୬ ପାସ କରିଥିଲେ । ତେବେ ଅନ୍ୟପଟେ ଗତ ଅଗଷ୍ଟ ୮ ତାରିଖରେ ଯୁକ୍ତ ଦୁଇ କଳା ରେଜଲ୍ଟ ପ୍ରକାଶ ପାଇଥିଲା ।

ଏହା ବି ପଢନ୍ତୁ- ପେପରଲେସ୍ ହେବ ରାଜ୍ୟର ସମସ୍ତ ପାକ୍ସ

ଏଥିରେ ୨ ଲକ୍ଷ ୧୩ ହଜାର ୪୩୨ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୭୧ ହଜାର ୨୮୮ ଜଣ ପିଲା ପାସ କରିଛନ୍ତି। ଏଥର ପାସ ହାର ୮୨.୧୦ ପ୍ରତିଶତ ରହିଥିଲା । ଏପଟେ ରାଜ୍ୟରେ ଚଳିତ ଶିକ୍ଷା ବର୍ଷରେ ୧୦୦% ପାଠପଢା କରାଯିବ। କୋରୋନା ସମୟରେ ଯେଉଁଭଳି ଭାବରେ ଶିକ୍ଷା କ୍ଷେତ୍ରରେ ବାଧା ଉପୁଜିଥିଲା ତାହା ଯେଉଁଭଳି ଭାବରେ ନହେଉ ତାହା ଉପରେ ଗୁରୁତ୍ବ ଦିଆଯାଇଛି ।

ଏଣୁ ଯେଉଁମାନେ ନାମ ଲେଖାଇଛନ୍ତି ସେମାନଙ୍କର ପ୍ରଥମ ପର୍ଯ୍ୟାୟରେ ପାଠପଢା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ସୂଚନା ଅନୁଯାୟୀ ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦେଖି ସରକାର ନାମଲେଖାର ସମୟ ଅବଧି ବଢାଇଛନ୍ତି । ତେବେ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ଏବେ ଚାଲୁ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.