ପିହୁ ନିଖୋଜ ଘଟଣାକୁ ୨ ବର୍ଷ, CBI ତଦନ୍ତ ଦାବିରେ ପରିବାର

author img

By

Published : Aug 29, 2022, 5:29 PM IST

ପିହୁ ନିଖୋଜ ଘଟଣାକୁ ପୁରିଲା 2 ବର୍ଷ, CBI ତଦନ୍ତ ଦାବିରେ ପରିବାର

ପିହୁ ନିଖୋଜ ଘଟଣାକୁ ଇତି ମଧ୍ୟରେ ୨ ବର୍ଷ ପୁରିଛି । ହେଲେ ପିହୁକୁ ପାଉନାହିଁ ପୋଲିସ । ଯାଜପୁରରୁ ଭୁବନେଶ୍ବର ଆସି ନ୍ୟାୟ ପାଇଁ ସଂଘର୍ଷ କରୁଛନ୍ତି ଜଣେ ମାଆ । ଅଧିକ ପଢନ୍ତୁ

ଭୁବନେଶ୍ବର: ବହୁ ଚର୍ଚ୍ଚିତ ପିହୁ ନିଖୋଜ ଘଟଣାକୁ ଇତି ମଧ୍ୟରେ ୨ ବର୍ଷ ପୁରିଛି । ହେଲେ ପିହୁକୁ ପାଉନାହିଁ ପୋଲିସ । ଯାଜପୁରରୁ ଭୁବନେଶ୍ବର ଆସି ନ୍ୟାୟ ପାଇଁ ସଂଘର୍ଷ କରୁଛନ୍ତି ଜଣେ ମାଆ । ଝିଅର ଫଟୋକୁ ଧରି ଗୁମୁରି ଗୁମୁରି କାନ୍ଦୁଛି ମାଆ। ଯାଜପୁର ଜିଲ୍ଲା ମଧୁସୂଦନପୁର ଗାଁର ୨ ବର୍ଷର ଶିଶୁକନ୍ୟା ପିହୁ ନିଖୋଜ ୨ ବର୍ଷ ପୁରିଲାଣି( Jajpur Minor girl Pihu Missing Case) । ହେଲେ ଏ ଯାଏ ପିହୁର ପତ୍ତା ମିଳିପାରିଲାନି । ନୟାଗଡର ପରୀ ଏବଂ ସ୍ବାତୀ ଭଳି ଯାଜପୁରର ବିଞ୍ଝାରପୁର ଥାନା ଅଞ୍ଚଳରେ ଘଟିଥିଲା ଏପରି ଘଟଣା । ଗାଁ ଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲା ପିହୁ ଓରଫ୍ ଶୁଭଲକ୍ଷ୍ମୀ ।

ପିହୁ ନିଖୋଜ ଘଟଣାକୁ ପୁରିଲା 2 ବର୍ଷ, CBI ତଦନ୍ତ ଦାବିରେ ପରିବାର

ଗାଁ ଦାଣ୍ଡରେ ସାଙ୍ଗଙ୍କ ମେଳରେ ଖେଳୁଥିବା ବେଳେ କେଉଁଆଡେ ଚାଲି ଯାଇଥିଲା ପିହୁ । ୨ ବର୍ଷ ହେଲା ଝିଅକୁ ଅପେକ୍ଷା କରି କାନ୍ଦୁଛି ମାଆ । ଝିଅର ଫେରିବା ବାଟକୁ ଚାହିଁ ବସିଛି । ଦୁଇ ଦୁଇ ଥର ରାଜ୍ୟ ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଭେଟିଥିଲେ ବି ଫଳଶୂନ୍ୟ । ଆଜି ପୁଣି ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଭେଟିଥିଲେ । ଘଟଣା ଦୁଃଖର ବିଷୟ ପିହୁକୁ ଖୋଜିବା ପାଇଁ ଖୁବଶୀଘ୍ର ତଦନ୍ତ କରାଯିବ । ଖୁବଶୀଘ୍ର ସରକାରଙ୍କ ଦୃଷ୍ଟି ଗୋଚରକୁ ଅଣାଯିବ ବୋଲି କହିଛନ୍ତି ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ।

ପିହୁ ନିଖୋଜ ହେବା ଦିନଠୁ ପିହୁର ବାପା ମାଆ ବାରମ୍ବାର ପୋଲିସ ପ୍ରଶାସନର ଦ୍ଵାରସ୍ଥ ହୋଇଥିଲେ ହେଁ, ଏ ଯାଏ କୌଣସି ସୁଫଳ ମିଳି ପାରିଲାନାହିଁ । ଯାହାକୁ ନେଇ ଦୁଃଖରେ ଭାଙ୍ଗି ପଡିଛନ୍ତି ପିହୁର ମାଆ, ପରିବାର ଓ ଗ୍ରାମବାସୀ । ଏବେ ବି ମା ଚାହିଁ ରହି ରହିଛି ପିହୁର ଫେରିବା ବାଟକୁ । ନୟାଗଡର ପରୀ ନିଖୋଜ ଘଟଣା ପରି , ରାଜ୍ୟରେ ଚହଳ ସୃଷ୍ଟି କରିଥିଲା ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ମଧୁସୂଦନପୁର ଗାଁର ପିହୁ ନିଖୋଜ ଘଟଣା । ଘଟଣାକୁ ୨ ବର୍ଷ ବିତିଥିଲେ ବି କାହିଁକି ପୋଲିସ ହାତ ଖାଲି । ଘଟଣାକୁ ନେଇ ପୋଲିସ ପ୍ରଶାସନର ତଦନ୍ତ ବିଫଳ ହୋଇଛି ଯାହା ପୋଲିସ ତଦନ୍ତ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଦୁଇ ଦୁଇ ଥର ରାଜ୍ୟ ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଭେଟିଥିଲେ ବି କିଛି ସୁଫଳ ମିିଳିନାହିଁ । ପୋଲିସ ତଦନ୍ତ କରୁନଥିବା ଅଭିଯୋଗ କରୁଛନ୍ତି ପିହୁର ମାଆ । 15 ଦିନ ଭିତରେ ଘଟଣାକୁ ସିବିଆକୁ ହସ୍ତାନ୍ତର କରିବାକୁ ଦାବି କରିଛନ୍ତି ପିହୁର ମାଆ ମୋନାଲିସା । ସିବିଆଇ ତଦନ୍ତ ନ ହେଲେ ଧାରଣାରେ ବସିବାକୁ ଚେତାବନୀ ମଧ୍ୟ ଦେଇଛନ୍ତି ।

ଏହା ବି ପଢନ୍ତୁ...ଡେରାଡୁନରେ ଚାଞ୍ଚଲ୍ୟ, ପରିବାରର ୫ ସଦସ୍ୟଙ୍କୁ ଚିରନିଦ୍ରାରେ ଶୁଆଇଲା ଅଭିଯୁକ୍ତ

ରାଜ୍ୟରେ ଏବେ ସୁଦ୍ଧା ପାଖାପାଖି ୫ ହଜାରରୁ ଅଧିକ ଶିଶୁ ନିଖୋଜ ଅଛନ୍ତି । ଏଭଳି ଘଟଣା ପଛରେ ଅଙ୍ଗ ତସକରି କଥା ରହୁଛି ତ ଆଉ କେଉଁଠି ଶିଶୁବିକ୍ରି ପ୍ରସଙ୍ଗ । ପିହୁକୁ ଠାବ କରିବାରେ ପୋଲିସ୍ ପ୍ରଶାସନ ବିଫଳ କାହିଁକି । ସରକାର ନିରବ କାହିଁକି ? ଏଭଳି ପ୍ରଶ୍ନ ଉଠାଇଛନ୍ତି ପିହୁର ବାପା ମାଆ, ପରିବାର ଓ ଗ୍ରାମବାସୀ । ଘଟଣା ଏକ ନିଖୋଜ ମାମଲା ନୁହେଁ ବରଂ ଏହା ଏକ ଅପହରଣ ମାମଲା ବୋଲି ଅଡି ବସିବା ସହ ଘଟଣାର ପର୍ଦ୍ଦାଫାସ ପାଇଁ ସେମାନେ ସିବିଆଇ ତଦନ୍ତ ଦାବି କରିଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଛନ୍ତି । ଜିଲ୍ଲାପାଳଙ୍କ ନିକଟରେ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଥିବା କହିଛନ୍ତି ପିହୁର ମାଆ ମୋନାଲିସା ।

କଣ ପୁରା ଘଟଣା...

ସେଦିନ ଥିଲା 2020 ମସିହା ଅଗଷ୍ଟ 29 ତାରିଖ । ଅପରାହ୍ନ ପ୍ରାୟ ୩ଟା । ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ହଠାତ୍ କେଉଁ ଆଡେ ଚାଲିଯାଇଥିଲା । କୁନିଝିଅ ପିହୁର କୌଣସି ସନ୍ଧାନ ନମିଳିବାରୁ ପୋଲିସ ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ ବାପା ମାଆ । ପୋଲିସରେ ପିହୁ ନିଖୋଜ ନେଇ ଏତଲାକୁ ୨ ବର୍ଷ ବିତିଥିଲେ ହେଁ ଏ ସମ୍ପର୍କରେ ପୋଲିସ ତଦନ୍ତ ଚାଲିଥିବା କହି ଚୁପ୍ ହୋଇ ବସିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ମାଆ ଆଖି ଆଗରେ ନାଚୁଛି ପିହୁର ସେଇ ହସହସ ମୁହଁ । ଝିଅର ଫଟୋକୁ ଦେଖି ଝୁରିଝୁରି କାନ୍ଦୁଛି ପରିବାର । ଆଉ କେବେ ଝିଅ ଫେରିବ ତାକୁ ଚାହିଁ ବସିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.