ETV Bharat / city

ବିଜେଡିକୁ ଆଟାକ; କୃଷିମନ୍ତ୍ରୀଙ୍କ ଉତ୍ତରକୁ ନେଇ କଂଗ୍ରେର ବଡ ଖୁଲାସା

author img

By

Published : Nov 18, 2019, 6:50 PM IST

ବିଜେଡିକୁ ଆଟାକ

ରାଜ୍ୟରେ ମାତ୍ର 45 ହଜାର ଅଯୋଗ୍ୟ କାଳିଆ ହିତାଧିକାରୀ ନାହାଁନ୍ତି । ଗୋଟିଏ ଜିଲ୍ଲାରେ ଏକାକି ଭାବେ 37 ହଜାର ଅଯୋଗ୍ୟ ହିତାଧିକାରୀ ଅଛନ୍ତି । ତୁରନ୍ତ ମନ୍ତ୍ରୀଙ୍କୁ ବହିଷ୍କାର କରିବାକୁ କଂଗ୍ରେସର ଦାବି ।

ଭୁବନେଶ୍ବର: ରାଜ୍ୟ ସରକାର, କୃଷି ବିଭାଗ ଓ ବିଭାଗୀୟ ମନ୍ତ୍ରୀଙ୍କ ବିରୋଧରେ ରାଜ୍ୟ କଂଗ୍ରେସ ଆଜି ସାଂଘାତିକ ଅଭିଯୋଗ ଆଣିଛି । ରାଜ୍ୟ ସରକାରଙ୍କ ଚର୍ଚ୍ଚିତ ‘କାଳିଆ’ ଯୋଜନାକୁ ଟାର୍ଗେଟ କରିଛି କଂଗ୍ରେସ । କଂଗ୍ରେସ ଗଣମାଧ୍ୟମ ବ୍ୟାପାର ମୁଖ୍ୟ ସତ୍ୟ ପ୍ରକାଶ ନାୟକ ସରକାରୀ ତଥ୍ୟ ଆଧାରରେ କଳିଆ ଯୋଜନାରେ ହୋଇଥିବା ବ୍ୟାପକ ଅନିୟମିତତାର ପର୍ଦାଫାଶ କରିଛନ୍ତି ।

PHOTO
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର


ଅଭିଯୋଗ କରି କହିଛନ୍ତି ବିଧାନସଭାର ପବିତ୍ର ଗୃହରେ କୃଷିମନ୍ତ୍ରୀ ଅରୁଣ ସାହୁ ମିଛ କହିଛନ୍ତି । ଚଳିତ ବିଧାନସଭାର ପ୍ରଥମ ଦିନର ତଥ୍ୟକୁ ଆଧାର କରି କଂଗ୍ରେସ ଅଭିଯୋଗ କରିଛି ବିଧାୟକ ଅଶ୍ବିନୀ ପାତ୍ର ପଚାରିଥିବା ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମନ୍ତ୍ରୀ କହିଥିଲେ କାଳିଆ ଯୋଜନାରେ ପ୍ରଥମ କିସ୍ତି ପାଇଥିବା ହିତାଧିକାରୀଙ୍କ ସଂଖ୍ୟା ହେଉଛି ୫୧ଲକ୍ଷ ୫ ହଜାର ୨୯୦ । ପ୍ରଥମ କିସ୍ତି ଟଙ୍କା ବଣ୍ଟନ ପରେ ଯୋଗ୍ୟ ଅଯୋଗ୍ୟଙ୍କୁ ନେଇ ଅଭିଯୋଗ ହେବାପରେ କୃଷି ବିଭାଗ ଯାଞ୍ଚ କରି 45 ହଜାର 965 ଜଣ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେଇଛି ବୋଲି ମନ୍ତ୍ରୀ ଗୃହରେ ଉତ୍ତର ରଖିଥିଲେ । କିନ୍ତୁ ମନ୍ତ୍ରୀଙ୍କ ଏହି ଉତ୍ତରକୁ ଆଜି କଂଗ୍ରେସ ମିଛ ବୋଲି ପ୍ରମାଣିତ କରିବା ସହ ସାଂଘାତିକ ଅଭିଯୋଗ ଆଣିଛି ।

PHOTO
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସଦ୍ୟତମ ସରକାରୀ ଚିଠି ଓ ସୂଚନା ଅଧିକାରରେ ମିଳିଥିବା ତଥ୍ୟକୁ ନେଇ ଦଳ ଅଭିଯୋଗ କରିଛି କେବଳ 10 ଟି ଜିଲ୍ଲାରେ ଅଯୋଗ୍ୟ ହିତାଧିକାରୀ ହେଉଛନ୍ତି ୧ଲକ୍ଷ ୭୨ ହଜାର । କେବଳ ସୁବର୍ଣ୍ଣପୁର ଜିଲ୍ଲାରେ 37 ହଜାର ଅଯୋଗ୍ୟ ହିତାଧିକାରୀ ରହିଛନ୍ତି ବୋଲି ସତ୍ୟ ପ୍ରକାଶ ନାୟକ କହିଛନ୍ତି । ଏହାସହ ସେ କହିଛନ୍ତି ମନ୍ତ୍ରୀ ଗୃହରେ ଯେଉଁ ତଥ୍ୟଦେଇ କହିଛନ୍ତି 45 ହଜାର ହିତାଧିକାରୀଙ୍କ ମଧ୍ୟରେ 22କୋଟି ଟଙ୍କା ବଣ୍ଟନ ହୋଇଛି ତାହା 22 କୋଟି ନୁହେଁ 86 କୋଟି ବୋଲି ସତ୍ୟ ପ୍ରକାଶ କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

କଂଗ୍ରେସ ମୁଖପାତ୍ର ଆହୁରି ଅଭିଯୋଗ କରି କହିଛନ୍ତି ଏହା ମାତ୍ର 10 ଟି ଜିଲ୍ଲାର ତଥ୍ୟକୁ ଭିତ୍ତିକରି ଦଳ ଖୁଲାସା କରିଛି । ଯଦି 10 ଗୋଟି ଜିଲ୍ଲାରେ 1ଲକ୍ଷ ୭୨ ହଜାର ଅଯୋଗ୍ୟ ହିତାଧିକାରୀ 86 କୋଟି ଟଙ୍କା ନେଇଛନ୍ତି 30ଗୋଟି ଜିଲ୍ଲାରେ କେତେ ଅଯୋଗ୍ୟ ହିତାଧିକାରୀ ଅଛନ୍ତି ଆଉ କେତେ ଟଙ୍କା ନେଇଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ? ଏହାସହ ଦାବି କରିଛନ୍ତି ବିଧାନସଭାକୁ ମିଛ କହିଥିବାରୁ ମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାରଭଙ୍ଗ ନୋଟିସ ଅଣାଯାଉ । 5‘ଟି’ ର ନାରା ଦେଉଥିବା ମୁଖ୍ୟମନ୍ତ୍ରୀ କୌଣସି ତଳିଆ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଏଠି ସିଧା କୃଷିମନ୍ତ୍ରୀଙ୍କ ବିରୋଧରେ 5ଟିରେ ଥିବା ‘ଟ୍ରାନ୍ସପ୍ରେନ୍ସି’କୁ ପ୍ରୟୋଗ କରି ମନ୍ତ୍ରୀ ଅରୁଣ ସାହୁଙ୍କୁ ବହିଷ୍କାର କରନ୍ତୁ ବୋଲି ସେ ଦାବି କରିଛନ୍ତି । ସେ ଚେତାଇ ଦେଇ କହିଛନ୍ତି ଖୁବଶିଘ୍ର ଦଳ ପର୍ଯ୍ୟାୟକ୍ରମେ ଅବଶିଷ୍ଟ 20ଟି ଜିଲ୍ଲାର ତଥ୍ୟକୁ ନେଇ ଖୁଲାସା କରିବ ।

ସେପଟେ କଂଗ୍ରେସର ଅଭିଯୋଗକୁ ନେଇ କୃଷିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି କଂଗ୍ରେସ କଣ ଅଭିଯୋଗ କରିଛି ତାହାର ତଥ୍ୟ ତାଙ୍କ ପାଖରେ ନାହିଁ । ଅଭିଯୋଗ ଦେଖିଲା ପରେ ଯାହା କିଛି କହିବେ ବୋଲି କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ ଓ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ପଦାରେ ପଡିଲା କାଳିଆ ଘୋଟଲା।ବିଧାନସଭାରେ କାଳିଆ ଯୋଜନାର ଆଯୋଗ୍ୟ ହିତାଧିକାରୀଙ୍କ ଭୁଲ ତଥ୍ୟ ଦେଇ କୃଷିମନ୍ତ୍ରୀଙ୍କ ଅସଲ ଚେହେରା ଧରା ପଡିଲା।ପବିତ୍ର ଗୃହରେ ମିଛ ତଥ୍ୟ ରଖିଥିବାରୁ କୃଷିମନ୍ତ୍ରୀ ଙ୍କ ବିରୋଧରେ ସ୍ବାଧୀକାର ଭଙ୍ଗ ନୋଟିସ ଏବଂ ମନ୍ତ୍ରୀଙ୍କ ବହିଷ୍କାର ଦାବି କଲା ରାଜ୍ୟ କଂଗ୍ରେସ।


Body:ବିଧାନସଭାରେ କାଳିଆ ଯୋଜନାର ଆଯୋଗ୍ୟ ହିତାଧିକାରୀ ତାଲିକା ନେଇ କୃଷିମନ୍ତ୍ରୀ ଅରୁଣ ସାହୁ ଦେଇଥିବା ମିଛ ତଥ୍ୟର ବଡ ଖୁଲାସା କଲା ରାଜ୍ୟ କଂଗ୍ରେସ।କୃଷି ବିଭାଗର ତଥ୍ୟ ଆଧାରରେ ବର୍ତମାନ ସୁଦ୍ଧା ୧୦ ଟି ଜିଲ୍ଲାରେ, କାଳିଆ ଆଯୋଗ୍ୟ ହିତାଧିକାରୀ ଚିହ୍ନଟ ସଂଖ୍ୟା ମୋଟ ୧ଲକ୍ଷ ୭୨,୯୦୮ ଜଣ ହୋଇଥିବା ବେଳେ କୃଷିମନ୍ତ୍ରୀ ଏହାକୁ ମୋଟ ୪୫,୯୬୫ ଆଯୋଗ୍ୟ ହିତାଧିକାରୀ ଅଛନ୍ତି ବୋଲି ବିଧାନସଭା ରେ ମିଛ ତଥ୍ୟ ଦେଇ ପବିତ୍ର ଗୃହର ମର୍ଯ୍ୟାଦା ହାନି କରିଛନ୍ତି ତେଣୁ ତାଙ୍କ ବିରୋଧରେ ସ୍ବାଧୀକାର ଭଙ୍ଗ ନୋଟିସ ଦିଆଯାଉ ଏବଂ ମୁଖ୍ୟମନ୍ତ୍ରୀ ତାଙ୍କୁ ତୁରନ୍ତ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରନ୍ତୁ ବୋଲି ସୋମବାର କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ।କୃଷକ କଲ୍ୟାଣ ନାଁ ରେ ନିର୍ବାଚନ ପୂର୍ବରୁ ନବୀନ ସରକାର ଅଯୋଗ୍ୟ ବ୍ୟକ୍ତିଙ୍କୁ କୋଟି କୋଟି ଟଙ୍କା କାଳିଆ ଯୋଜନା ଆଳରେ ବାଣ୍ଟିଛନ୍ତି।


ଗତ ୧୩ ତାରିଖ ଦିନ ବିଧାୟକ ଅଶ୍ୱିନୀ ପାତ୍ରଙ୍କ ପ୍ରଶ୍ନର ଉତ୍ତର ରଖି କୃଷିମନ୍ତ୍ରୀ ଗୃହକୁ ତଥ୍ୟ ଦେଇଥିଲେ ଯେ କାଳିଆ ଯୋଜନାରେ ପ୍ରଥମ କିସ୍ତି ପାଇଥିବା ମୋଟ ୫୧ଲକ୍ଷ ୫ ହଜାର ୨୯୦ ହିତାଧିକାରୀଙ୍କ ମଧ୍ୟରୁ ମୋଟ ୪୫ ହଜାର ୯୬୫ ଜଣ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ କରାଯାଇଛି।କୃଷି ବିଭାଗର ତଥ୍ୟ ଅନୁସାରେ ୧୦ଟି ଜିଲ୍ଲାର ମୋଟ ୧ଲକ୍ଷ ୭୨ ହଜାର ଅଯୋଗ୍ୟ ହିତାଧିକାରୀ ଅଛନ୍ତି ଅର୍ଥାତ ୧୦ ଟି ଜିଲ୍ଲାରେ ପ୍ରାୟ ୮୬ କୋଟି ଟଙ୍କାର ଘୋଟଲା ହୋଇଛି ,କେବଳ ସୋନପୁର ଜିଲ୍ଲାରେ ୩୭ ହଜାର ଅଯୋଗ୍ୟ ହିତାଧିକାରୀ ରହିଛନ୍ତି ବୋଲି ସତ୍ୟ ପ୍ରକାଶ ଅଭିଯୋଗ କରିଛନ୍ତି।


ବିଧାନସଭା ରେ ମିଥ୍ୟା ତଥ୍ୟ ରଖିବା ଏବଂ ଵିଭ୍ରାନ୍ତି କରି କୃଷିମନ୍ତ୍ରୀ ଗୃହର ଅବମାନନା କରିଛନ୍ତି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି।କେବଳ ମିଥ୍ୟା ତଥ୍ୟ ନୁହେଁ ମନ୍ତ୍ରୀ ସାହୁ ଗୃହର ଅବମାନନା ସହ କୃଷି ବିଭାଗ ମନ୍ତ୍ରୀ ପଦବୀର ମର୍ଯ୍ୟାଦା ହାନି କରିଛନ୍ତି।ତେଣୁ ତାଙ୍କୁ ମନ୍ତ୍ରୀ ପଦରୁ ହଟାଇବା ପାଇଁ ସତ୍ୟ ପ୍ରକାଶ ଦାବି କରିଛନ୍ତି।


ଅନ୍ୟପକ୍ଷ କୃଷିମନ୍ତ୍ରୀ ଡ଼ ଅରୁଣ ସାହୁ ,କହିଛନ୍ତି କଂଗ୍ରେସ କଣ କହିଛି ସେ ତଥ୍ୟ ମୋ ପାଖରେ ନାହିଁ।ତଥ୍ୟ ହାସଲ ହେବା ପରେ ଆମେ ତାର ଜବାବ ଦେବୁ।


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.