ETV Bharat / city

ଜନାଦେଶ-୨୦୨୨: କ୍ଲିନସୁଇପ୍ ମୁହାଁ BJD, ଧରାଶାୟୀ BJP

author img

By

Published : Feb 27, 2022, 6:54 AM IST

Updated : Feb 27, 2022, 10:50 PM IST

ପଞ୍ଚାୟତ ଭୋଟ ଗଣତିର ଦ୍ବିତୀୟ ଦିନ
ପଞ୍ଚାୟତ ଭୋଟ ଗଣତିର ଦ୍ବିତୀୟ ଦିନ

22:39 February 27

ଗରଦପୁର ବ୍ଲକ 10 ନମ୍ବର ଜୋନରେ ଆଗରେ ବିଜେଡି

କେନ୍ଦ୍ରାପଡ଼ା : ଜିଲ୍ଲା ଗରଦପୁର ବ୍ଲକ 10 ନମ୍ବର ଜୋନରେ ଅଷ୍ଟମ ରାଉଣ୍ତ ଶେଷ ସୁଦ୍ଧା ସ୍ବାଧିନ ପ୍ରାର୍ଥୀଙ୍କ ଠାରୁ ବିଜେଡି 2794 ଭୋଟରେ ଆଗୁଆ ରହିଛି । ବିଜେଡି ପ୍ରାର୍ଥୀ ସତ୍ୟାନନ୍ଦ ରାଉତ 5051 ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ରଞ୍ଜିତ ଆଚାର୍ଯ୍ୟ 2209 ଖଣ୍ତ ଭୋଟ ପାଇଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

22:38 February 27

ମାହାଙ୍ଗା ବ୍ଲକ ଜୋନ 40ରେ ବିଜେଡି ଆଗୁଆ

କଟକ : ରାଜ୍ୟରେ ପଞ୍ଚାୟତ ନିର୍ବାଚନର ଦ୍ବିତୀୟ ଦିନରେ ଭୋଟ ଗଣତି ଜାରି ରହିଛି । ମାହାଙ୍ଗା ବ୍ଲକ ଜୋନ 40ରେ ଦଶମ ରାଉଣ୍ତରେ 2440 ଖଣ୍ତ ଭୋଟରେ ବିଜେଡି ଆଗୁଆ ରହିଛି ।

ବିଜେଡି 11435 ଭୋଟ ପାଇଥିବା ବେଳେ ବିଜେପି 8995 ଭୋଟ ପାଇଛି । ସେହିପରି କଂଗ୍ରେସ 1029 ଭୋଟ ପାଇଛି । କଟକ ଜିଲ୍ଲାର ସମସ୍ତ ୧୫ ଟି ଜୋନରେ ବିଜେଡିର ବାଜିମାତ କରିବ ବୋଲି ଏକ ପ୍ରକାର ସୁନିଶ୍ଚିତ ହୋଇଯାଇଛି । ସମସ୍ତ ଜୋନରେ ବହୁ ଆଗରେ ବିଜେଡି ରହିଛି । ତେବେ ସମସ୍ତ ଜୋନ ରେ ବିଜେଡି ଜିତିବା ଏକ ପ୍ରକାର ନିଶ୍ଚିତ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

22:37 February 27

କଳାହାଣ୍ଡିରେ ଗୋଟିଏ ସିଟ ଦଖଲ କଲା କଂଗ୍ରେସ

ଭବାନୀପାଟଣା : କଳାହାଣ୍ଡିରେ ଗୋଟିଏ ସିଟ ଦଖଲ କଲା କଂଗ୍ରେସ। ଜିଲ୍ଲାର କର୍ଲାମୁଣ୍ଡା ଜୋନରେ କଂଗ୍ରେସ କରିଛି ବାଜିମାତ। କଂଗ୍ରେସ ପ୍ରାର୍ଥୀ ସୁରେଶ ଚୌଧୁରୀ ୭୩୧୦ ଟି ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦି ଜୟନ୍ତୀ ସାହୁ ୫୧୯୮ ଟି ଭୋଟ ପାଇଥିଲେ। କଂଗ୍ରେସ ପ୍ରାର୍ଥୀ ସୁରେଶ ଚୌଧୁରୀ ୨୧୧୨ ଟି ଭୋଟରେ ବିଜୟ ହୋଇ କଂଗ୍ରେସ ର ବିଜୟ ଖାତା ଖୋଲିଛନ୍ତି । ଥୁଆମୂଳ ରାମପୁର ଜୋନ ୨ ନମ୍ବର ଜିଲ୍ଲା ପରିଷଦ ଜୋନର ବିଜେଡି ପ୍ରାର୍ଥୀ ଟୁନୀ ଖୋସଲା ୧୩୧୯୬ ଭୋଟ ପାଇ ୭୫୪୪ ଭୋଟ ବ୍ୟବଧାନରେ ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ପ୍ରାର୍ଥୀ ସୁରଭି ନାଏକଙ୍କୁ ପଛରେ ପକାଇ ବିଜୟୀ ହୋଇଛନ୍ତି।

କଳାହାଣ୍ତିରୁ ଅଜିତ ସିଂ, ଇଟିଭି ଭାରତ

22:37 February 27

ବିଜାତଳା ବ୍ଲକ ୩୨ ନଂ ଜୋନରେ ଜେଏମଏମ ବିଜେଡ଼ି ଠାରୁ ଆଗୁଆ

ରାଇରଙ୍ଗପୁର :ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ୩୨ ନଂ ଜୋନରେ ନବମ ରାଉଣ୍ଡ ସୁଦ୍ଧା ଜେଏମଏମ ୧୧୬୪ ଟି ଭୋଟରେ ବିଜେଡ଼ି ଠାରୁ ଆଗୁଆ ରହିଛି। ଜାମଦା ବ୍ଲକ ୧୭ ନଂ ଜୋନରେ ବିଜେଡି ୧୨୯୯ ଟି ଭୋଟରେ ବିଜେପି ଠାରୁ ଆଗୁଆ ରହିଛି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

22:37 February 27

ଏରସମା ବ୍ଲକ 2ନମ୍ବର ଜୋନର ବିଜେଡି ପ୍ରାର୍ଥୀ ବିଜୟୀ

ଜଗତସିଂହପୁର : ରାଜ୍ୟରେ ପଞ୍ଚାୟତ ନିର୍ବାଚନର ଦ୍ବିତୀୟ ଦିନରେ ଭୋଟ ଗଣତି ଜାରି ରହିଛି । ଏରସମା ବ୍ଲକ 2ନମ୍ବର ଜୋନର ବିଜେଡି ପ୍ରାର୍ଥୀ ରାନୀ ଟୁଡୁ 9513 ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

22:36 February 27

ବାଣପୁର ୧୪ ନମ୍ବର ଜୋନରେ ଆଗୁଆ ବିଜେପି

ଖୋର୍ଦ୍ଧା : ରାଜ୍ୟରେ ପଞ୍ଚାୟତ ନିର୍ବାଚନର ଦ୍ବିତୀୟ ଦିନରେ ଭୋଟ ଗଣତି ଜାରି ରହିଛି । ସପ୍ତମ ରାଉଣ୍ଡରେ ବାଣପୁର ବ୍ଲକ ୧୪ ନମ୍ବର ଜିଲ୍ଲା ପରିଷଦ ଭୋଟ ଗଣତି ଜାରି । ୧୪ ନମ୍ବର ଜୋନରେ ୯୭୫ ଖଣ୍ଡ ଭୋଟରେ ବିଜେପି ଆଗୁଆ ରହିଛି । ବିଜେପି ପ୍ରାର୍ଥୀ ରୋଜିତା ପ୍ରଧାନ ୭୩୫୮ ଖଣ୍ତ ଭୋଟ ପାଇଥିବା ବେଳେ ବିଜେଡ଼ି ପ୍ରାର୍ଥୀ ଲିଲିବାଳା ଭୋଳ ୬୩୮୩ ଭୋଟ ପାଇଛନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀ ରଶ୍ମିତା ମହାପାତ୍ର ୫୮୯ ଭୋଟ ପାଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ୍ର ଚନ୍ଦ୍ର ପଣ୍ତା , ଇଟିଭି ଭାରତ

21:31 February 27

କେନ୍ଦୁଝର ୨୫ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ବିଜେଡି ପ୍ରାର୍ଥୀ ବିଜୟୀ

କେନ୍ଦୁଝର : ଦ୍ବିତୀୟ ଦିନରେ ଭୋଟ ଗଣତି ଜାରି ରହିଛି । କେନ୍ଦୁଝର ଜିଲ୍ଲାର ୨୫ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ବିଜେଡି ପ୍ରାର୍ଥୀ ଅରୁଣ ବାରିକ ୬୪୫୯ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ।

ବିଜେଡି ପ୍ରାର୍ଥୀ ଅରୁଣ ବାରିକ ୧୩୮୪୭ ଖଣ୍ତ ଭୋଟ ପାଇଥିବାବେଳେ ବିଜେପି ପ୍ରାର୍ଥୀ ରଞ୍ଜିତ ବାରିକ ୭୩୮୮ ଭୋଟ ପାଇଛନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀ ରଙ୍ଗବତୀ ନାଏକ ୭୧୬ ଭୋଟ ପାଇଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

21:30 February 27

ବରୀ ବ୍ଲକ ଜୋନ ୨୨ରେ ବିଜେଡି କରୁଛି ଲିଡ୍

ଯାଜପୁର : ଜିଲ୍ଲାରେ ଦ୍ବିତୀୟ ଦିନରେ ଭୋଟ ଗଣତି ଜାରି ରହିଛି । ବରୀ ବ୍ଲକ ଜୋନ ୨୨ରେ ବିଜେଡି 8751 ଭୋଟ ପାଇଥିବା ବେଳେ ବିଜେପି 7720 ଓ କଂଗ୍ରେସ 4468 ଭୋଟ ପାଇଛି । ଅନ୍ୟ ସମସ୍ତ ଦଳ ଠାରୁ ବିଜେଡି 1031 ଭୋଟରେ ଆଗୁଆ ରହିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

21:29 February 27

ବହଳଦାରେ ବିଜେଡ଼ି ୨୭୪୬ ଭୋଟରେ ବିଜେପି ଠାରୁ ଆଗୁଆ

ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ୨୬ ନଂ ଜୋନରେ ନବମ ରାଉଣ୍ଡ ସୁଦ୍ଧା ବିଜେଡ଼ି ୨୭୪୬ ଭୋଟରେ ବିଜେପି ଠାରୁ ଆଗୁଆ ରହିଛି। ବିଶୋଇ ବ୍ଲକ ୩୪ ନଂଜୋନରେ ସପ୍ତମ ରାଉଣ୍ଡ ସୁଦ୍ଧା ଜେଏମଏମ ୬୬ଟି ଭୋଟରେ ବିଜେଡ଼ି ଠାରୁ ଆଗୁଆ ରହିଛି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

21:28 February 27

କଳାହାଣ୍ଡିରେ ଜାରି ରହିଛି ଭୋଟ ଗଣତି ପ୍ରକ୍ରିୟା

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଜାରି ରହିଛି ଭୋଟ ଗଣତି ପ୍ରକ୍ରିୟା । ପ୍ରଥମ ପର୍ଯ୍ୟାୟ ଜିଲ୍ଲାର ୧୩ ଗୋଟି ଜୋନରୁ ବିଜେଡି ୧୧ ଟି ଜୋନରେ ବାଜିମାତ କରିଥିବାବେଳେ ବିଜେପି ଭବାନୀପାଟଣା ଓ ଜୟପାଟଣା ଜୋନ ୧କୁ ଦଖଲ କରିଥିଲା ହେଲେ କଂଗ୍ରେସ ପ୍ରଥମ ପର୍ଯ୍ୟାୟ ଖାତା ଖୋଲି ପାରିନଥିଲା ।

ଆଜି ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗଣତି ପ୍ରକ୍ରିୟା ଜିଲ୍ଲାରେ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ୧୩ ଗୋଟି ଜୋନରୁ ୧୨ ଟି ଜୋନରେ ବିଜେଡି ଆଗୁଆ ରହିଥିବାବେଳେ କଂଗ୍ରେସ ଗୋଟିଏ ଆସନରେ ଆଗୁଆ ରହିଛି। ଜିଲ୍ଲାର ଗୋଳାମୁଣ୍ଡା ଜୋନରେ ବିଜେପି ୬୪୦୮ ଟି ଭୋଟ ପାଇଥିବା ବେଳେ ବିଜେଡି ୬୮୬୧ ଭୋଟ ପାଇ ୪୫୩ ଭୋଟରେ ଆଗୁଆ ରହିଛି ଧର୍ମଗଡ଼ ଜୋନରେ ମଧ୍ୟ ବିଜେପି ୪୨୨୧ ଟି ଭୋଟ ପାଇଥିବାବେଳେ ବିଜେଡି ୭୮୫୨ ଟି ଭୋଟ ପାଇ ୩୬୩୧ ଟି ଭୋଟରେ ଆଗୁଆ ରହିଛି ।

ଲାଞ୍ଜିଗଡ଼ ଜୋନରେ କଂଗ୍ରେସ ୬୧୪୮ଟି ଭୋଟ ପାଇଥିବାବେଳେ ବିଜେଡି ୭୪୧୮ଟି ଭୋଟ ପାଇଁ ୧୨୭୦ଟି ଭୋଟରେ ଆଗୁଆ ରହିଛି। ଜୟପାଟଣା ଜୋନରେ ମଧ୍ୟ ବର୍ତ୍ତମାନ ସୁଦ୍ଧା ବିଜେପି ୨୪୩୩ ଟି ଭୋଟ ପାଇଥିବା ବେଳେ ବିଜେଡି ୩୭୫୧ ଭୋଟ ପାଇ ୧୩୧୮ ଟି ଭୋଟ ରେ ଆଗୁଆ ରହିଛି। ସେହିଭଳି ଜୁନାଗଡ଼ ଜୋନରେ ବିଜେପି ୫୪୪୩ ଟି ଭୋଟ ପାଇଥିବା ବେଳେ ବିଜେଡି ୭୯୩୯ ଟି ଭୋଟ ପାଇ ୨୪୯୬ ଟି ଭୋଟରେ ଆଗୁଆ ରହିଛି ।କର୍ଲାମୁଣ୍ଡା ଜୋନରେ ବିଜେପି ୪୩୬୯ ଟି ଭୋଟ ପାଇଁ ଥିବା ବେଳେ କଂଗ୍ରେସ ୬୪୩୬ଟି ଭୋଟ ପାଇ ୨୦୬୭ ଭୋଟରେ ଆଗୁଆ ରହିଛି ।

କଳହାଣ୍ତିରୁ ଅଜିତ ସିଂ,ଇଟିଭି ଭାରତ

21:04 February 27

ନରସିଂହପୁରରେ ବିଜେଡି ପ୍ରାର୍ଥୀନୀ ବିଜୟୀ

କଟକ : ନରସିଂହପୁର ବ୍ଲକ ଜୋନ ୧୭ରେ ଜିଲ୍ଲା ପରିଷଦ ସଦସ୍ୟ ବିଜେଡ଼ିର ବାଜିମାତ । ମଞ୍ଜୁଲତା ବାରିକ ବିଜେପି 7225 ଭୋଟ ପାଇଥିବାବେଳେ ବିଜେଡି ଗୀତାଞ୍ଜଳି ପାତ୍ର 15635 ଭୋଟ ପାଇଛନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀ ଅନ୍ନପୂର୍ଣ୍ଣା ବେହେରା 814 ଖଣ୍ତ ଭୋଟ ପାଇଛନ୍ତି । ନରସିଂହପୁରରେ 8410 ଭୋଟରେ ବିଜେଡି ପ୍ରାର୍ଥୀନୀ ଗୀତାଞ୍ଜଳି ପାତ୍ର ବିଜୟୀ ଲାଭ କରିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

21:03 February 27

ଭଦ୍ରକରେ ବିଜେଡି କରୁଛି ଲିଡ୍

ଭଦ୍ରକ : ଜିଲ୍ଲାର 7 ଟି ବ୍ଲକରେ ଥିବା 9 ଟି ଜିଲ୍ଲା ପରିଷଦ ଜୋନରେ ଭୋଟ ଗଣତି ଆରମ୍ଭରୁ ସମସ୍ତ ଜୋନରେ ବିଜେଡି ଆଗୁଆ ରହିଛି । ରାତି 8ଟା ସୁଦ୍ଧା ଚାନ୍ଦବାଲି ବ୍ଲକର 2 ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ରଞ୍ଜନ ସାହୁ 4990 ଭୋଟ ପାଇଥିବା ବେଳେ ବିଜେପି 3255 ଭୋଟ ପାଇ ବିଜେଡି 1735 ଭୋଟରେ ଆଗୁଆ ରହିଛି । ଚାନ୍ଦବାଲି ବ୍ଲକର 3 ନମ୍ବର ଜୋନରେ ବିଜେଡି ପାର୍ଥୀନୀ ଗୀତାଞ୍ଜଳି ଦାସ 3967 ଭୋଟ ପାଇଥିବା ବେଳେ ବିଜେପି 2493 ଭୋଟ ପାଇଛି । 1474 ଭୋଟରେ ଆଗୁଆ ରହିଛି ବିଜେଡି ।

ସେହିପରି ତିହିଡି଼ ବ୍ଲକର 7 ନମ୍ବର ଜୋନରେ ବିଜେଡ଼ି ପ୍ରାର୍ଥୀ ବିଦ୍ୟୁତଲତା ନାୟକ 6031 ଭୋଟ ପାଇଥିବା ବିଜେପି 4062 ଭୋଟ ହାତେଇଛି । 1969 ଭୋଟରେ ଆଗୁଆ ରହିଛି ବିଜେଡି । ଧାମନଗର ବ୍ଲକର 11 ନମ୍ବର ଜୋନରେ ବିଜେଡ଼ି ପ୍ରାଥୀନି ଉର୍ମିଳା ବିଶ୍ୱାଳ 7723 ଭୋଟ ପାଇଥିବା ବେଳେ ବିଜେପି 5856 ଭୋଟ ପାଇଛି । 1867 ଭୋଟରେ ଆଗୁଆ ରହିଛି ଶାସକ ଦଳ ।

ବନ୍ତ ବ୍ଲକର 15 ନମ୍ବର ଜୋନରେ ବିଜେଡି ପ୍ରାଥୀ ପ୍ରଫୁଲ୍ଲ ଜେନା 8749 ଭୋଟ ପାଇଥିବା ବେଳେ କଂଗ୍ରେସ 4437 ଭୋଟ ପାଇଛି । 4312 ଭୋଟରେ ଆଗୁଆ ବିଜେଡି । ବାସୁଦେବପୁର ବ୍ଲକର 18 ନମ୍ବର ଜୋନରେ ବିଜେଡ଼ି ପ୍ରାର୍ଥୀ ଜୟକୃଷ୍ଣ ନାୟକ 2554 ଭୋଟ ପାଇଥିବା ବେଳେ ବିଜେପି 1278 ଭୋଟ ପାଇଛି । 1276 ଭୋଟରେ ଆଗୁଆ ରହିଛି ବିଜେଡି ।

ବାସୁଦେବପୁର ବ୍ଲକର 19 ନମ୍ବର ଜୋନରେ ବିଜେଡ଼ି ପ୍ରାର୍ଥୀ ଯଦୁନାଥ ନାୟକ 2770 ଭୋଟ ପାଇଥିବା ବେଳେ କଂଗ୍ରେସ 1469 ଭୋଟ ପାଇଛି । 1301 ଭୋଟରେ ଆଗୁଆ ରହିଛି ଶାସକ ଦଳ ।

ଭଣ୍ଡାରିପୋଖରୀ ବ୍ଲକର 23 ନମ୍ବର ଜୋନରେ ବିଜେଡ଼ି ପ୍ରାର୍ଥୀ ଲକ୍ଷ୍ମୀଧର ସାହୁ 5401 ଭୋଟ ପାଇଥିବା ବେଳେ ବିଜେପି 3532 ଭୋଟ ପାଇଛି । 1869 ଭୋଟରେ ଆଗୁଆ ରହିଛି ବିଜେଡି । ସେହିପରି ଭଦ୍ରକ ବ୍ଲକର 26 ନମ୍ବର ଜୋନରେ ବିଜେଡ଼ି ପ୍ରାର୍ଥୀ ଗୀତାରାଣୀ ମଲ୍ଲିକ 9694 ଭୋଟ ପାଇଥିବା ବେଳେ ବିଜେପି 4098 ଭୋଟ ପାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

20:22 February 27

ସୁନ୍ଦରଗଡରେ ଦ୍ବିତୀୟ ଦିନରେ ଭୋଟ ଗଣନା ଜାରି

ସୁନ୍ଦରଗଡ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ଦିନର ଗଣନା ଜାରି ରହିଛି । ନବମ ରାଉଣ୍ତ ସୁଦ୍ଧା ସୁନ୍ଦରଗଡ ବାଲିଶଙ୍କରାରେ ବିଜେଡି 5830 ଭୋଟ ପାଇଥିବା ବେଳେ ବିଜେପି 5228 ଓ କଂଗ୍ରେସ 3259 ଭୋଟ ପାଇଛି । ବାରଗାଓରେ ବିଜେଡି 6494, ବିଜେପି 3965 ଓ କଂଗ୍ରେସ 2356 ଭୋଟ ପାଇଛି । ବିଶ୍ରାରେ ବିଜେଡି 7669, ବିଜେପି 5849 ଓ କଂଗ୍ରେସ 1249 ଭୋଟ ମିଳିଛି । ବଣାଇଗଡରେ ବିଜେଡି 6593, ବିଜେପି

4793 ଓ ସିପିଆଇଏମ 336 ଭୋଟ ପାଇଛି । ଗୁରୁଣ୍ତିଆରେ ବିଜେଡି 4188, ବିଜେପି 2481, ସିପିଆଇଏମ 3372 ଭୋଟ ପାଇଛି । ସେହିପରି ହେମଗିରିରେ ବିଜେଡି 13203, ବିଜେପି 6151 ଓ କଂଗ୍ରେସ 1586 ଭୋଟ ପାଇଛି ।

କୋଇରାରେ ବିଜେଡି 4228,ବିଜେପି 507 ଓ ସିପିଆଇଏମ 2200 ଭୋଟ ହାତେଇଛି । କୁଆଁର ମୁଣ୍ତାରେ ବିଜେଡି 6624, ବିଜେପି 2721 ଓ କଂଗ୍ରେସ 2468 ଭୋଟ ପାଇଛି । ସେହିପରି କୁଟ୍ରାରେ ବିଜେଡି 6894, ବିଜେପି 4507, କଂଗ୍ରେସ 3761 ଓ ଜେଏମଏମ 631 ଭୋଟ ପାଇଛି ।

ସେହିପରି ଲହୁଣିପଡାରେ ପ୍ରଥମ ରାଉଣ୍ତର ଭୋଟ ଗଣତି ଫଳାଫଳ ସାମ୍ନାକୁ ଆସିଛି । ବିଜେଡି 4580, ବିଜେପି 1056 ଓ ସିପିଆଇ 2091 ଭୋଟ ପାଇଛି । ଲାଠିକଟାରେ ବିଜେଡି 3926,ବିଜେପି 2698 ଓ କଂଗ୍ରେସ 3224 ଭୋଟ ପାଇଛି । ଲେଫ୍ରିପଡାରେ ବିଜେଡି 9974,ବିଜେପି 4257 ଓ କଂଗ୍ରେସ 765 ଭୋଟ ପାଇଛି । ନୂଆଗାଓରେ ବିଜେଡି 7264, ବିଜେପି 7746 ଓ କଂଗ୍ରେସ 3649 ଭୋଟ ପାଇଛି । ସେହିପରି ରାଇରଙ୍ଗପୁରରେ

ବିଜେଡି7169, ବିଜେପି 5384 ,କଂଗ୍ରେସ 6947 ଓ ଜେଏମଏମ 826 ଭୋଟ ପାଇଛି । ସୁବଡେଗାରେ ବିଜେଡି 5587 ବିଜେପି 3381, କଂଗ୍ରେସ 601 ଭୋଟ ପାଇଛି । ସୁନ୍ଦରଗଡ ସଦରରେ ବିଜେଡି 9575 ବିଜେପି 5335 ଓ କଂଗ୍ରେସ 1599 ଭୋଟ ପାଇଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

19:30 February 27

ପରଜଙ୍ଗରେ ବିଜେପିକୁ ପଛରେ ପକାଇଲା ବିଜେଡି

ଢେଙ୍କାନାଳ: ପରଜଙ୍ଗରେ ବିଜେଡି ୧୦୯୬ ଭୋଟରେ ଆଗୁଆ ରହିଛି । ଗନ୍ଦିଆରେ ୭୨୧୮ ଭୋଟରେ ବିଜେଡି ଆଗୁଆ ରହିଛି । କାମାକ୍ଷାନଗରରେ ୫୯ ଭୋଟରେ ବିଜେଡି ଆଗୁଆ ରହିଛି । କଙ୍କଡାହାଡ଼ରେ ୩୭୫୪ ଭୋଟରେ ବିଜେଡି ଆଗୁଆ ରହିଛି । ଓଡ଼ପଡାରେ ୪୦୭୭ ଭୋଟରେ ବିଜେଡି ଆଗୁଆ ରହିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

19:29 February 27

କୋରେଇ ବ୍ଲକରେ ବିଜେଡି ଆଗୁଆ

ଯାଜପୁର: କୋରେଇ ବ୍ଲକରେ ଜୋନ ନମ୍ବର ଦୁଇରେ ବିଜେଡି ଆଗୁଆ ରହିଛି । ବିଜେପିକୁ ଏଠାରେ ୭୪୦୯ ଭୋଟ ମିଳିଥିବା ବେଳେ ବିଜେଡିକୁ ୧୨୩୧୧ ଭୋଟ ମିଳିଛି । ସେହିଭଳି କଂଗ୍ରେସକୁ ଏଠାରେ ୪୫୮୮ ଭୋଟ ମିଳିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

19:29 February 27

ରାଜନଗର ବ୍ଲକରେ ବିଜେଡିକୁ ବିପୁଳ ଭୋଟ

କେନ୍ଦ୍ରାପଡ଼ା: ରାଜନଗର ବ୍ଲକ ଜୋନ ନମ୍ବର ୩୧ରେ ବିଜେଡିକୁ ୮୭୩୨ ଭୋଟ ମିଳିଥିବା ବେଳେ ବିଜେପିକୁ ୧୩୩୩କୁ ଭୋଟ ମିଳିଛି । କଂଗ୍ରେସକୁ ବିଜେପି ଠାରୁ ଅଧିକ ଭୋଟ ମିଳିଛି । କଂଗ୍ରେସକୁ ଏଠାରୁ ୭୧୬୫ ଭୋଟ ମିଳିଛି ବିଜେଡି ୧୫୬୭ ଭୋଟରେ ଆଗୁଆ ରହିଛି । ଆଳିରେ ବିଜେଡିର ପ୍ରାର୍ଥୀ ଭୀଷ୍ମ ମହାନ୍ତିଙ୍କୁ ୧୦୭୪୯ ଭୋଟ ମିଳିଥିବା ବେଳେ କଂଗ୍ରେସକୁ ୪୦୧୩ ଭୋଟ ମିଳିଛି । ସେହିଭଳି ବିଜେପିକୁ ଏଠାରେ ୩୦୫୬ ଭୋଟ ମିଳିଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

19:28 February 27

କଟକରେ ୧୫ଟି ଜିଲ୍ଲା ପରିଷଦ ଜୋନରେ ବିଜେଡି ଆଗୁଆ

କଟକ: ଜିଲ୍ଲାରେ ଗଣତି ହେଉଥିବା ୧୫ଟି ଜିଲ୍ଲା ପରିଷଦ ଜୋନରେ ଵିଜେଡି ଆଗୁଆ ରହିଛି । ୧୫ରୁ ୧୫ଜୋନରେ ଵିଜେଡି ଆଗୁଆ ରହିଛି । ଗତ ନିର୍ଵାଚନରେ ଏହି ୧୫ଟି ଜୋନ ମଧ୍ୟରୁ ୧୩ଟିରେ ଵିଜେଡି ଓ ଵିଜେପି ୨ଟି ଜୋନରେ ଵିଜୟୀ ହୋଇଥିଲା। ଵଡମ୍ବାର ୩୦ନମ୍ବର ଓ ନିଶ୍ଚିନ୍ତକୋଇଲିର ୨୬ନମ୍ବର ଜୋନ୍‌ରେ ଗତ ନିର୍ଵାଚନରେ ଵିଜେପି ଵିଜୟୀ ହୋଇଥିଲା। କିନ୍ତୁ ଚଳିତ ନିର୍ଵାଚନରେ ଏହି ଦୁଇଟି ଜୋନରେ ମଧ୍ୟ ବିଜେଡି ଆଗୁଆ ରହିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

18:57 February 27

ମୋରଡ଼ାରେ ବିଜେଡିକୁ ୩୨୮୫ ଭୋଟ

ବାରିପଦା: ମୋରଡ଼ା ନିର୍ବାଚନ ମଣ୍ଡଳୀ ୩୯ ନମ୍ବର ଜୋନ୍‌ରେ ପଞ୍ଚମ ରାଉଣ୍ଡ ସୁଦ୍ଧା ବିଜେଡିକୁ ୩୨୮୫ ଭୋଟ ମିଳିଥିବା ବେଳେ ବିଜେପିକୁ ୧୯୦୭ ଭୋଟ ମିଳିଛି । ସେହିଭଳି କଂଗ୍ରେସକୁ ଏଠାରେ ୫୭୮ ଭୋଟ ମିଳିଛି । ବିଜେଡ଼ି ପ୍ରାର୍ଥୀ ପଞ୍ଚମ ରାଉଣ୍ଡ ସୁଦ୍ଧା ବିଜେପି ପ୍ରାର୍ଥୀଙ୍କ ଠାରୁ ଆଗୁଆ ଅଛନ୍ତି ବିଜେଡି ପ୍ରାର୍ଥୀ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

18:56 February 27

ଡେରାବିଶ ବ୍ଲକରେ ବିଜେଡି ଆଗୁଆ

କେନ୍ଦ୍ରାପଡ଼ା: ଡେରାବିଶ ବ୍ଲକ ଜୋନ ନମ୍ବର ୧୩ରେ ବିଜେଡିକୁ ୩୭୭୫ ଭୋଟ ମିଳିଥିବା ବେଳେ ବିଜେପିକୁ ୧୪୫୮ ଭୋଟ ମିଳିଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

18:56 February 27

ତିରିଂ ବ୍ଲକରେ ବିଜେଡି ଆଗୁଆ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ତିରିଂ ବ୍ଲକ ନମ୍ବର ୨୧ରେ ସପ୍ତମ ରାଉଣ୍ଡ ସୁଦ୍ଧା ବେଜେଡି ୨୧୦୪ ଭୋଟରେ ଆଗୁଆ ରହିଛି । ସେହିଭଳି କରଂଜିଆ ବ୍ଲକର ୭ନମ୍ବର ଜୋନରେ ୮ମ ରାଉଣ୍ଡ ଶେଷ ସୁଦ୍ଧା ୧୭୦୫ ଭୋଟ୍ ରେ ବିଜେଡି ବିଜେପି ଠାରୁ ଆଗୁଆ ରହିଛି। ଠାକୁରମୁଣ୍ଡା ବ୍ଲକ ୧୯ନଂ ଜୋନରେ ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୮୭୦ ଭୋଟ୍ ରେ ବିଜେପିଠୁ ଆଗୁଆ ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡ଼ା, ଇଟିଭି ଭାରତ

18:55 February 27

ରିଆମାଳ ବ୍ଲକରେ ବିଜେପିକୁ ପଛରେ ପକାଇଲା ବଜେଡି

ଦେଓଗଡ଼: ରିଆମାଳ ବ୍ଲକ ଜୋନ୍‌ ନମ୍ବର ୫ରେ ବେଜେଡିକୁ ୮୪୯୮ ଭୋଟ ମିଳିଥିବା ବେଳେ ବିଜେପିକୁ ୪୧୩୪ ଭୋଟ ମିଳିଛି । ସେହିଭଳି କଂଗ୍ରେସକୁ ୨୭୯ ଭୋଟ ମିଳିଛି । ତିଳେଇବଣି ବ୍ଲକ ଜୋନ ନମ୍ବର ୨ରେ ବିଜେଡିକୁ ୯୫୬୩ ଭୋଟ ମିଳିଥିବା ବେଳେ ବିଜେପିକୁ ୨୫୧୭ ଭୋଟ ମିଳିଛି ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

18:10 February 27

ମାହାଙ୍ଗାରେ ପଛରେ ପଡ଼ିଲା ବିଜେପି

କଟକ: ମାହାଙ୍ଗା ବ୍ଲକରେ ବିଜେଡିକୁ ୮୧୯୧ ଭୋଟ ମିଳିଥିବା ବେଳେ ବିଜେପିକୁ ୫୨୬୩ ଭୋଟ ମିଳିଛି । ସେହିଭଳି କଂଗ୍ରେସକୁ ୩୨୧ ଭୋଟ ମଳିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

18:09 February 27

ବୋଲଗଡ଼ରେ ବିଜେଡିକୁ ୭୯୮୪ ଭୋଟ

ଖୋର୍ଦ୍ଧା: ବୋଲଗଡ଼ ଜୋନ ନମ୍ବର ୨ରେ ବିଜେଡିକୁ ୭୯୮୪ ଭୋଟ ମିଳିଥିବା ବେଳେ ବିଜେପିକୁ ୨୪୮୩ ଭୋଟ ମିଳିଛି । ସେହିଭଳି କଂଗ୍ରେସକୁ ଏଠାରୁ ୧୩୩୯ ଭୋଟ ମିଳିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତୟ

18:08 February 27

ଆନନ୍ଦପୁରରେ ବିଜେଡିର ବାଜିମାତ

କେନ୍ଦୁଝର: ଜିଲ୍ଲାର ୧୨ ଟି ଜିଲ୍ଲା ପରିଷଦ ଜୋନ ପାଇଁ ହେଉଛି ଭୋଟ ଗଣନା । ଆନନ୍ଦପୁରରେ ବିଜେଡି ପ୍ରାର୍ଥୀ ୮୨୬ ଭୋଟରେ ଆଗୁଆ ରହିଛନ୍ତି । କେନ୍ଦୁଝର ସଦରରେ ବିଜେଡି ୩୨୪୫ ଭୋଟରେ ଆଗୁଆ । ସେହିଭଳି ଘଷିପୁରାରେ ବିଜେଡି ୫୦୩୨ ଭୋଟରେ ଆଗୁଆ । ଚମ୍ପୁଆରେ ୩୩୪ ଭୋଟରେ ବିଜେଡି ଆଗୁଆ । ଝୁମ୍ପୁରାରେ ମଧ୍ୟ ବିଜେଡି ୨୦୨୬ ଭୋଟରେ ଆଗୁଆ ରହିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

18:07 February 27

ଡେଲାଙ୍ଗରେ ଆଗେଇ ଚାଲିଛି ବିଜେଡି

ପୁରୀ: ଡେଲାଙ୍ଗ ବ୍ଲକ ଜୋନ୍‌ ନମ୍ବର ୧୬ରେ ବିଜେଡିକୁ ୨୭୬୨ ଭୋଟ ମିଳିଥିବା ବେଳେ ବିଜେପିକୁ ୧୧୯୭ ଭୋଟ ମିଳିଛି । ସେହିଭଳି ଅସ୍ତରଙ୍ଗରେ ଜୋନ୍‌ ଦୁଇରେ ବିଜେଡିକୁ ୨୭୫୨ ଭୋଟ ମିଳିଥିବା ବେଳେ ବିଜେପିକୁ ୧୮୯୧ ଭୋଟ ମିଳିଛି । କଂଗ୍ରେସକୁ ଏଠାରେ ୪୩୬ ଭୋଟ ମିଳିଛି । କଣାସ ବ୍ଲକରେ ବିଜେଡିକୁ ୨୩୮୫ ଭୋଟ ମିଳିଥିବା ବେଳେ ବିଜେପିକୁ ୧୮୦୧ ଭୋଟ ମିଳିଛି ।

ପୁରୀରୁ ଶକ୍ତି ପ୍ରାସଦ ମିଶ୍ର, ଇଟିଭି ଭାରତ

17:34 February 27

ରାଜକନିକା ବ୍ଲକ୍‌ରେ ବିଜେଡିକୁ ୭୨୦୭ ଭୋଟ

କେନ୍ଦ୍ରାପଡ଼ା: ରାଜକନିକା ବ୍ଲକ୍‌ରେ ଅଷ୍ଟମ ରାଉଣ୍ଡ ଗଣତି ସୁଦ୍ଧା ବିଜେଡିକୁ ୭୨୦୭ ଭୋଟ ମିଳିଛି । କଂଗ୍ରେସ ୫୦୯୫ ଭୋଟ ପାଇଥିବା ବେଳେ ବିଜେପି ୧୫୭୨ ଭୋଟ ପାଇ ପଛରେ ପଡ଼ିଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

17:34 February 27

ଔପଦା ବ୍ଲକ ଦୁଇ ନମ୍ବର ଜୋନ୍‌ରେ ବିଜେପି ଆଗୁଆ

ବାଲେଶ୍ବର: ତୃତୀୟ ରାଉଣ୍ଡ ଭୋଟ ଗଣତି ସୁଦ୍ଧା ଔପଦା ବ୍ଲକ ଦୁଇ ନମ୍ବର ଜୋନ୍‌ରେ ବିଜେପି ଆଗୁଆ ରହିଛି । ଏଠାରେ ବିଜେପିକୁ ୩୫୬୩ ଭୋଟ ମିଳିଥିବା ବେଳେ ବିଜେଡିକୁ ୨୫୦୯ ଭୋଟ ମିଳିଛି । ସେହିଭଳି କଂଗ୍ରେସକୁ ୨୬୮ ଖଣ୍ଡ ଭୋଟ ମିଳିଛି । ୧୦୫୪ ଭୋଟରେ ଆଗୁଆ ରହିଛି ବିଜେପି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

17:33 February 27

କଟକ ସଦର ଜୋନ୍‌ରେ ବିଜେଡି ଆଗୁଆ

କଟକ: ପଞ୍ଚମ ରାଉଣ୍ଡ ସୁଦ୍ଧା କଟକ ସଦର ଜୋନ୍‌ରେ ବିଜେଡି ୩୭୦୦ ଭୋଟରେ ଆଗୁଆ ରହିଛି । ସେହିଭଳି ଡମପଡା ବ୍ଲକ୍‌ରେ ବିଜେଡିକୁ ୬୬୧୯ ଭୋଟ ମିଳିଥିବା ବେଳ ବିଜେପିକୁ ୨୮୭୯ ଭୋଟ ମିଳିଛି । ସେହିଭଳି କଂଗ୍ରେସକୁ ୧୮୮୧ ଭୋଟ ମିଳିଛି । ମାହାଙ୍ଗା ଜୋନ ନମ୍ବର ୪୦ରେ ଷଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡିକୁ ୭୦୭୫ ଖଣ୍ଡ ଭୋଟ ମିଳିଛି । ସେହିଭଳି ବିଜେପିକୁ ୫୩୨୨ ଖଣ୍ଡ ଭୋଟ ମିଳିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

17:11 February 27

ବିଶୋଇ ବ୍ଲକ ଆଗରେ ରହିଛି ଜେଏମଏମ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ୩୪ ନଂ ଜୋନରେ ଚତୁର୍ଥ ରାଉଣ୍ଡ ଗଣତି ସୁଦ୍ଧା ବିଜେଡିଠାରୁ ୧୩୧ ଭୋଟରେ ଜେଏମଏମ ଆଗୁଆ ରହିଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡ଼ା, ଇଟିଭି ଭାରତ

17:11 February 27

ବରି ବ୍ଲକ୍‌ରେ ବିଜେଡିକୁ ପଛରେ ପକାଇଛି ବିଜେପି

ଯାଜପୁର: ବରି ବ୍ଲକରେ ବିଜେପିକୁ ୪୧୧୦ ଖଣ୍ଡ ଭୋଟ ମିଳିଛି । ବିଜେଡିକୁ ଏଠାରେ ୩୪୦୮ ଭୋଟ ମିଳିଥିବା ବେଳେ କଂଗ୍ରେସକୁ ୧୯୧୧ ଭୋଟ ମିଳିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

17:10 February 27

ଉଲୁଣ୍ଡାରେ ବିଜେଡିର ଦବ୍‌ଦବା ଜାରି

ସୁବର୍ଣ୍ଣପୁର: ଉଲୁଣ୍ଡା ବ୍ଲକ ଜୋନ ନମ୍ବର ୨ରେ ପଞ୍ଚମ ରାଉଣ୍ଡ ସୁଦ୍ଧା ବିଜେଡିକୁ ୪୫୫୦ ଭୋଟ ମିଳିଥିବା ବେଳେ ବିଜେପିକୁ ୨୫୪୫ ଭୋଟ ମିଳିଛି । କଂଗ୍ରେସ ୭୪୯ ଭୋଟ ମିଳିଥିବା ବେଳେ ବଜେଡି ଏଠାରେ ୨୦୦୫ଭୋଟରେ ଆଗୁଆ ରହିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

17:09 February 27

ବେଗୁନିଆରେ ବିଜେଡି ଦେଖାଇଲା ଦମ୍‌

ଖୋର୍ଦ୍ଧା: ବେଗୁନିଆ ବ୍ଲକ ଜୋନ ନମ୍ବର ୨୩ରେ ପଞ୍ଚମ ରାଉଣ୍ଡ ସୁଦ୍ଧା ବିଜେଡିକୁ ୪୭୪୮ ଖଣ୍ଡ ଭୋଟ ମିଳିଛି । ସେହିଭଳି ବିଜେପିକୁ ୨୧୧୦ ଖଣ୍ଡ ଭୋଟ ମିଳିଛି । କଂଗ୍ରେସକୁ ୨୯୨ ଭୋଟ ମିଳିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

16:57 February 27

କୁଜଙ୍ଗ ଓ ତିର୍ତ୍ତୋଲରେ ପଛରେ ପଡ଼ିଲା ବିଜେପି

ଜଗତସିଂହପୁର: କୁଜଙ୍ଗ ବ୍ଲକ ଜୋନ ନମ୍ବର ୨ରେ ବିଜେଡିକୁ ୪୩୫୪ ଭୋଟ ମିଳିଛି । ରଘୁନାଥପୁର ବ୍ଲକ ଜୋନ ନମ୍ବର ୨ରେ ମଧ୍ୟ ବିଜେଡି ପ୍ରାର୍ଥୀ ଆଗୁଆ ରହିଛନ୍ତି । ତିର୍ତ୍ତୋଲରେ ବିଜେଡିକୁ ୪୧୧୧୮ ଭୋଟ ମିଳିଛି । କଂଗ୍ରେସ ପ୍ରାର୍ଥୀଙ୍କୁ ୧୨୩୬ ଭୋଟ ମିଳିଛି । ବାଲିକୁଦା ବ୍ଲକରେ ବିଜେଡି ପ୍ରାର୍ଥୀ ଜଟାଧାରୀ ଦାସ 4165 ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଶରତ କୁମାର ସାହୁ 2243 ଖଣ୍ଡ ଭୋଟ ପାଇଁ ପଛୁଆ ଅଛନ୍ତି l

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

16:56 February 27

ମହାକାଳପଡ଼ା ଓ ଗରଦପୁରେ ଲିଡ୍‌ ନେଇଛି ବିଜେଡି

କେନ୍ଦ୍ରାପଡ଼ା: ମହାକାଳପଡ଼ା ଜୋନ ନମ୍ବର ୨୦ରେ ବିଜେଡି ୪୨୨୨ ଭୋଟ ପାଇଥିବା ବେଲେ ବିଜେପିକୁ ୨୯୧୭ ଭୋଟ ମିଳିଛି । ସେହିଭଳି କଂଗ୍ରେସକୁ ଏଠାରୁ ୧୩୭ ଭୋଟ ମିଳିଛି । ଗରଦପୁର ୧୦ ନମ୍ବର ଜୋନରେ ବିଜେଡିକୁ ୧୧୧୭୫ ଭୋଟ ମିଳିଥିବା ବେଳେ ବିଜେପିକୁ ୬୩୬୯ ଭୋଟ ମିଳିଛି । ସେହିଭଳି କଂଗ୍ରେସକୁ ୭୯୪ ଭୋଟ ମିଳିଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

16:55 February 27

ତିରିଂ ବ୍ଲକରେ ବିଜେଡି ୧୬୦୫ ଭୋଟରେ ଆଗୁଆ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ତିରିଂ ବ୍ଲକ ଜୋନ ନମ୍ବର ୨୧ରେ ପଞ୍ଚମ ରାଉଣ୍ଡ ସୁଦ୍ଧା ବିଜେଡି ୧୬୦୫ ଭୋଟରେ ଆଗୁଆ ରହିଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡ଼ା, ଇଟିଭି ଭାରତ

16:55 February 27

କୋରାପୁଟରେ ୭ଟି ଆସନରେ କଂଗ୍ରେସ ଆଗୁଆ

କୋରାପୁଟ: ଜିଲ୍ଲାରେ ୩.୩୦ ସୁଦ୍ଧା ୧୩ଟି ଆସନ ମଧ୍ୟରୁ ୭ଟିରେ କଂଗ୍ରେସ ଆଗୁଆ ରହିଥିବା ବେଳେ ୬ଟି ରେ ବିଜେଡି ଆଗୁଆ ରହିଛି । କୋରାପୁଟ, ସେମିଳିଗୁଡ଼ା, ଲମତାପୁଟ, ଦଶମନ୍ତପୁର, ଲକ୍ଷ୍ମୀପୁର, ପଟ୍ଟାଙ୍ଗୀ, ବୈପାରୀଗୁଡ଼ା ଆଦି ସ୍ଥାନରେ କଂଗ୍ରେସ ଆଗୁଆ ରହିଛି । ସେହିଭଳି ଜୟପୁର, ନନ୍ଦପୁର, କୁନ୍ଦ୍ରା, ବୋରିଗୁମ୍ମା, କୋଟପାଡ, ବନ୍ଧୁଗାଁରେ ବିଜେଡି ଆଗୁଆ ରହିଛି ।

କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

16:29 February 27

ତିର୍ତ୍ତୋଲରେ ପଛରେ ପଡ଼ିଲା କଂଗ୍ରେସ, ଆଗେଇ ଚାଲିଛି ବିଜେଡି

ଜଗତସିଂହପୁର: ତିର୍ତ୍ତୋଲ ବ୍ଲକରେ ବିଜେଡି ପ୍ରାର୍ଥୀଙ୍କୁ ୪୧୧୮ ଭୋଟ ମିଳିଛି । ସେହିଭଳି କଂଗ୍ରେସକୁ ୧୨୩୬ ଭୋଟ ମିଳିଛି । ସେହିଭିଲ କୁଜଙ୍ଗରେ ଜୋନ ନମ୍ବର ୨ରେ ବିଜେଡି ପ୍ରାର୍ଥୀଙ୍କୁ ୪୩୫୪ ଭୋଟ ମିଳିଛି । ସେହିଭଲି ବିଜେପିକୁ ୧୮୭୯ ଭୋଟ ମିଳିଛି । ବାଲିକୁଦାରେ ବିଜେଡିକୁ ୪୧୬୫ ଭୋଟ ମିଳିଥିବା ବେଳେ କଂଗ୍ରେସକୁ ୨୨୪୩ ଭୋଟ ମିଳିଛି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

16:28 February 27

ବଣାଇ ଓ ରାଜଗାଙ୍ଗପୁରରେ ବିଜେଡି ଆଗୁଆ

ସୁନ୍ଦରଗଡ଼: ବଣାଇଗଡ଼ ବ୍ଲକରେ ବିଜେଡିକୁ ୩୧୩୨ ଭୋଟ ମିଳିଥିବା ବେଳେ ବିଜେପିକୁ ୨୧୭୦ ଭୋଟ ମିଳିଛି । ସେହିଭଳି ସିପିଆଇଏମ୍‌କୁ ୧୮୬ ଭୋଟ ମିଳିଛି । ଲହୁଣୀପଡ଼ାରେ ବି ବିଜେଡି ୪୩ ଭୋଟ ସହ ଆଗୁଆ ରହିଛି । ଏଠାରେ ବିଜେପିକୁ ୧୩ ଭୋଟ ମିଳିଛି । ସେହିଭଳି ସିପିଆଇଏମ୍‌ଙ୍କୁ ୭୦ ଭୋଟ ମିଳିଛି । ରାଜଗାଙ୍ଗପୁରରେ ବିଜେଡିକୁ ୩୭୦୨ ଭୋଟ ମିଳିଛି । ବିଜେପି ୨୮୪୩ ଭୋଟ ମିଳିଛି କଂଗ୍ରେସକୁ ୩୬୬୧ ଭୋଟ ମିଳିଛି । ସେହିଭଳି JMMକୁ ଏଠଯାରେ ୮୨୬ ଭୋଟ ମିଳିଛି ।

ସୁନ୍ଦରଗଡ଼ରୁ ହରିହର ଦାସମହାପାତ୍ର, ଇଟିଭି ଭାରତ

16:27 February 27

ଆଳି ବ୍ଲକରେ ପଛରେ ପଡ଼ିଲ ବିଜେପି, ଆଗରେ ବିଜେଡି

କେନ୍ଦ୍ରାପଡ଼ା: ଆଳି ବ୍ଲକ ଜୋନ୍‌ ନମ୍ବର ୨ରେ ବିଜେଡି ପ୍ରାର୍ଥୀ ଭୀଷ୍ମ ମହାନ୍ତିଙ୍କୁ 5279 ଭୋଟ ମିଲିଛି । ବିଜେଡି ପଛକୁ କଂଗ୍ରେସକୁ ଏଠାରେ ୨୧୯୫ ଖଣ୍ଡ ଭୋଟ ମିଳିଛି । ସେପଟେ ବିଜେପିର ପ୍ରିୟଦର୍ଶନ ନନ୍ଦଙ୍କୁ ମାତ୍ର ୧୯୦୫ ଖଣ୍ଡ ଭୋଟ ମିଳିଛି । ବିଜେଡି ଠାରେ ୩୦୮୪ ଭୋଟରେ ଆଗୁଆ ରହିଛି ।

ଡେରାବିଶ ବ୍ଲକ ଜୋନ ନମ୍ବର ୧୩ରେ ବିଜେଡିର ଗୀତାଞ୍ଜଳୀ ସେଠୀଙ୍କୁ ୧୮୯୦ ଭୋଟ ମିଳିଥିବା ବେଳେ ବିଜେପିର ରଞ୍ଜିତା ସେଠୀ ୭୪୨ ଭୋଟ ମିଳିଛି । ବିଜେଡି ପ୍ରାର୍ଥୀନୀ 1148 ଭୋଟରେ ଆଗୁଆ ରହିଛନ୍ତି ।

କେନ୍ଦ୍ରାପଡ଼ାରୁ ରଧାକାନ୍ତ ମହାନ୍ତି, ଇଟିଭି ଭାରତ

16:07 February 27

ପଞ୍ଚମ ରାଉଣ୍ଡ ସୁଦ୍ଧା ଚିକିଟିରେ ବିଜେଡି ଆଗୁଆ

ଗଞ୍ଜାମ : ଚିକିଟି ବ୍ଲକ ୧୭ ନମ୍ବର ଜୋନରେ ଜିଲ୍ଲା ପରିଷଦ ଆସନ ପାଇଁ ପଞ୍ଚମ ରାଉଣ୍ଡ ସୁଦ୍ଧା ବିଜେଡିକୁ ୧୨୦୪ ଭୋଟ ମିଳିଥିବା ବେଳେ ବିଜେପିକୁ ୩୪୩ ଭୋଟ ମିଳିଛି । ସେହିଭଳି କଂଗ୍ରେସକୁ ୬ଟି ଭୋଟ ମିଳିଥିବା ବେଳେ AAPକୁ ୪ଟି ଭୋଟ ମିଳିଛି । ବିଜେଡି ଏଠାରେ ୮୬୧ ଭୋଟରେ ଆଗୁଆ ରହିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

16:07 February 27

କଟକର ୧୫ଟି ଜୋନ ମଧ୍ୟରୁ ୧୪ଟି ଜୋନରେ ବିଜେଡି ଆଗୁଆ

କଟକ: ଟାଙ୍ଗୀ ଚୌଦ୍ବାର ୧୧ନମ୍ବର ଜୋନରେ ନଵମ ରାଉଣ୍ଡ ଗଣତି ପରେ ଵିଜେଡି ୩ହଜାରରୁ ଅଧିକ ଭୋଟରେ ଆଗୁଆ ରହିଛି । ସେହିଭଳି ଵଡମ୍ବାର ୩୦ନମ୍ବର ଜୋନରେ ମଧ୍ୟ ଵିଜେଡି ପ୍ରାର୍ଥୀ ୧୮୪୪ଖଣ୍ଡ ଭୋଟ ସହ ଆଗୁଆ ରହିଛନ୍ତି । ତା ସହିତ ନରସିଂହପୁର ୧୭ନମ୍ବର ଜୋନରେ ଷଷ୍ଠ ରାଉଣ୍ଡ ଗଣତି ପରେ ବିଜେଡି ୨୬୬୬ ଖଣ୍ଡ ଭୋଟ ସହ ଆଗୁଆ ରହିଛି । ବାରଙ୍ଗ ୩୩ ନମ୍ବର ଜୋନରେ ବିଜେଡି ପାର୍ଥୀ ୧୯୦୬ ଭୋଟ ରେ ଆଗୁଆ ରହିଛନ୍ତି । କଟକର ୧୫ଟି ଜୋନ ମଧ୍ୟରୁ ୧୪ଟି ଜୋନରେ ବିଜେଡି ଆଗୁଆ ରହିଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

16:06 February 27

ରାୟଗଡ଼ାରେ ୯ଟି ଜିଲ୍ଲା ପରିଷଦ ଜୋନ ମଧ୍ୟରୁ ୬ଟିରେ ବିଜେଡି ଆଗୁଆ

ରାୟଗଡ଼ା: ଦିନ ୩ଟା ସୁଦ୍ଧା ବର୍ତ୍ତମାନ ସୁଦ୍ଧା ରାୟଗଡ଼ା ଜିଲ୍ଲାର ୯ ଟି ଜିଲ୍ଲା ପରିଷଦ ଜୋନ ମଧ୍ୟରୁ ୬ଟିରେ ବିଜେଡି ଆଗୁଆ ଥିବାବେଳେ ୩ଟିରେ କଂଗ୍ରେସ ଆଗୁଆ ରହିଛି । ବର୍ତ୍ତମାନ ସୁଦ୍ଧା ଗୋଟିଏ ମଧ୍ୟ ଆସନରେ ବିଜେପିର ଖାତା ଖୋଲି ପାରିନାହିଁ ।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

15:55 February 27

ରେଢ଼ାଖୋଲରେ ଆଗେଇ ଚାଲିଛି ବିଜେପି

ସମ୍ବଲପୁର: ଜିଲ୍ଲା ରେଢ଼ାଖୋଲ ବ୍ଲକ ଜୋନ ନମ୍ବର ୨ ରେ ଚତୁର୍ଥ ରାଉଣ୍ଡ ସୁଦ୍ଧା ବିଜେପି ଆଗୁଆ ରହିଛି । ଏଠାରେ ବିଜେପିକୁ ୨୯୫୦ ଭୋଟ ମିଳିଥିବା ବେଳେ ବିଜେଡିକୁ ୨୨୨୩ ଭୋଟ ମିଳିଛି । ସେହିଭଳି କଂଗ୍ରେସକୁ ଏଠାରୁ ୨୦୮ ଖଣ୍ଡ ଭୋଟ ମିଳିଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

15:54 February 27

ସିମୁଳିଆରେ ବିଜେଡି ଆଗୁଆ, ଔପଦାରେ ବିଜେପି ଆଗୁଆ

ବାଲେଶ୍ବର: ତୃତୀୟ ରାଉଣ୍ଡ ଭୋଟ ଗଣତି ଶେଷ ସୁଦ୍ଧା, ସିମୁଳିଆ ବ୍ଲକ ଜୋନ ନମ୍ବର 41ରେ ଜିଲ୍ଳାପରିଷଦ ଆସନରେ ବିଜେଡି ଆଗୁଆ ରହିଛି । ଏଠାରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ପାଢ଼ୀଙ୍କୁ 2359 ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ମଧୁସ୍ମିତା ମହାନ୍ତଙ୍କୁ 1993 ଭୋଟ ମିଳିଛି । ସେହିଭଳି ଔପଦା ବ୍ଲକ ୨ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ଶ୍ରଦ୍ଧାଞ୍ଜଳି ଜେନା 1271ଭୋଟ ସହ ପଛୁଆ ରହିଛନ୍ତି । ବିଜେପିର ଉଷାରାଣୀ ରାଉଳଙ୍କୁ ଏଠାରେ 1542 ଭୋଟ ମିଳିଥିବା ବେଳେ କଂଗ୍ରେସକୁ 313 ଭୋଟ ମିଳିଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

15:47 February 27

ପୁରୀରେ ପଛରେ ପଡ଼ିଲା ବିଜେପି

ପୁରୀ: ଅସ୍ତରଙ୍ଗ ବ୍ଲକ ଜିଲ୍ଲା ପରିଷଦ ଜୋନ୍ ନମ୍ବର ୨ରେ ବିଜେଡି ବନିତା ବେହେରା ଆଗୁଆ ରହିଛନ୍ତି । କଣାସ ବ୍ଲକ ଜିଲ୍ଲା ପରିଷଦ ଜୋନ୍ ନମ୍ବର ୪ରେ ବିଜେଡି ଭୀମସେନ ପାଇକରାୟ 2694 ଭୋଟରେ ଆଗୁଆ ରହିଛନ୍ତି ।

କାକଟପୁର ବ୍ଲକ ଜିଲ୍ଲା ପରିଷଦ ଜୋନ୍ ନମ୍ବର ୭ରେ ବିଜେଡିର ସଂଯୁକ୍ତା ଦିକ୍ଷୀତ ଆଗୁଆ ରହିଛନ୍ତି । କୃଷ୍ଣପ୍ରସାଦ ବ୍ଲକ୍ ଜୋନ୍ ନମ୍ବର ୧୦ରେ ବିଜେଡିର ସନ୍ଦିପ କୁମାର ଜେନା 2165 ଭୋଟ ପାଇଛନ୍ତି । ବିଜେପିର ରୋହିତ ଜେନା 2301 ଭୋଟ ପାଇ ଆଗୁଆ ରହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

15:23 February 27

ସୁବର୍ଣ୍ଣପୁର ଦୁଇ ବ୍ଲକ୍‌ରେ ପଛରେ ପଡ଼ିଲା ବିଜେପି

ସୁବର୍ଣ୍ଣପୁର: ବିନିକା ବ୍ଲକ ୨ ନମ୍ବର ଜୋନ୍‌ରେ ଦ୍ବିତୀୟ ରାଉଣ୍ଡ ସୁଦ୍ଧା ବିଜେଡି ୨୪୦୮ ଖଣ୍ଡ ଭୋଟ ପାଇ ଆଗୁଆ ରହିଛି । ତା ପଛକୁ କଂଗ୍ରେସ ଏଠାରେ ୧୪୫୬ ଭୋଟ ପାଇଛି । ବିଜେଡି ୯୦୩ ଖଣ୍ଡ ଭୋଟରେ ଆଗୁଆ ରହିଛି । ସେହିଭଳି ଉଲୁଣ୍ଡା ବ୍ଲକରେ ତୃତୀୟ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ ରହିଛି । ଏଠାରୁ ବିଜେଡିକୁ ୩୦୫୩ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପିକୁ ୧୬୩୫ ଭୋଟ ମିଳିଛି । କଂଗ୍ରେସକୁ ଏଠାରେ ମାତ୍ର ୩୫୨ ଭୋଟ ମିଳିଥିବା ବେଳେ ବିଜେଡି ୧୪୧୮ ଭୋଟରେ ଆଗୁଆ ରହିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

15:22 February 27

ଭଦ୍ରକର ୯ଟି ଜିଲ୍ଲାରେ ଆଗୁଆ ରହିଛି ବିଜେଡି

ଭଦ୍ରକ: ଜିଲ୍ଲାରେ ଦ୍ଵିତୀୟ ପର୍ଯ୍ୟାୟ ଭୋଟ ଗଣତି ସୁରୁଖୁରୁରେ ଜାରି ରହିଛି । ଭଦ୍ରକରେ 9 ଟି ବ୍ଲକ ବିଜେଡି ପ୍ରାର୍ଥୀ ଆଗୁଆ ରହିଛନ୍ତି । ଚାନ୍ଦବାଲି ବ୍ଲକର 2 ନମ୍ବର ଜୋନ୍‌ରେ ବିଜେଡି ପ୍ରାର୍ଥୀ ରଞ୍ଜନ ସାହୁ ଆଗୁଆ । ଚାନ୍ଦବାଲି ବ୍ଲକର 3 ନମ୍ବର ଜୋନରେ ବିଜେଡି ପାର୍ଥିନି ଗୀତାଞ୍ଜଳି ଦାସ ଆଗୁଆ ରହିଛନ୍ତି । ତିହିଡି଼ ବ୍ଲକର 7 ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ବିଦ୍ୟୁତଲତା ନାୟକ ଆଗୁଆ ରହିଛନ୍ତି । ଧାମନଗର ବ୍ଲକର 11 ନମ୍ବର ଜୋନରେ ବିଜେଡି ପ୍ରାର୍ଥୀନି ଉର୍ମିଳା ବିଶ୍ୱାଳ ଆଗୁଆ ରହିଛନ୍ତି ।

ସେହିଭଳି ବନ୍ତ ବ୍ଲକର 15 ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ ଜେନା ଆଗୁଆ ରହିଛନ୍ତି । ବାସୁଦେବପୁର ବ୍ଲକର 18 ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ଜୟକୃଷ୍ଣ ନାୟକ ଆଗୁଆ ରହିଛନ୍ତି । ବାସୁଦେବପୁର ବ୍ଲକର 19 ନମ୍ବର ଜୋନରେ ବିଜେଡ଼ି ପ୍ରାର୍ଥୀ ଯାଦୁନାଥ ନାୟକ ଆଗୁଆ ରହିଛନ୍ତି । ଭଣ୍ଡାରିପୋଖରୀ ବ୍ଲକର 23 ନମ୍ବର ଜୋନରେ ବିଜେଡ଼ି ପ୍ରାର୍ଥୀ ଲକ୍ଷ୍ମୀଧର ସାହୁ ଆଗୁଆ ରହିଛନ୍ତି । ଭଦ୍ରକ ବ୍ଲକର 26 ନମ୍ବର ଜୋନରେ ବିଜେଡ଼ି ପ୍ରାର୍ଥୀ ଗୀତାରାଣୀ ମଲ୍ଲିକ ଆଗୁଆ ରହିଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

14:14 February 27

କେନ୍ଦ୍ରାପଡାର ୪ ଜୋନରେ ବିଜେଡି ଆଗରେ

କେନ୍ଦ୍ରାପଡ଼ା: ଜୋନ ୬ରେ ଦ୍ଵିତୀୟ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥିନୀ ନିର୍ମଳା ମହାନ୍ତି 676 ଭୋଟରେ ଆଗୁଆ ରହିଛନ୍ତି । ରାଜକନିକା ୨୮ ନମ୍ବର ଜୋନରେ ତୃତୀୟ ପର୍ଯ୍ୟାୟ ଗଣତି ପରେ ବିଜେଡି ୬୯୮ ଖଣ୍ଡ ଭୋଟରେ ଆଗରେ । ମାର୍ଶାଘାଇ ଜୋନ ୨୫ରେ ଦ୍ବିତୀୟ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥିନୀ ଦୁର୍ଗାବତୀ 981 ଭୋଟରେ ଆଗୁଆ । ରାଜନଗର ଜୋନ ନଂ-୩୧ରେ ତୃତୀୟ ରାଉଣ୍ଡ ସୁଦ୍ଧା ବିଜେଡି ୫୩୪ ଖଣ୍ଡରେ ଆଗୁଆ ।

14:14 February 27

ଗଞ୍ଜାମର ୩ଟି ଜୋନରେ ବିଜେଡି ଆଗରେ

ବ୍ରହ୍ମପୁର: ରଙ୍ଗେଇଲୁଣ୍ଡା ବ୍ଳକର ୫୪ ନମ୍ବର ଜୋନରେ ଦ୍ବିତୀୟ ରାଉଣ୍ଡ ସୁଦ୍ଧା 1043 ଭୋଟରେ ବିଜେଡ଼ି ଆଗୁଆ ରହିଛି । ସେହିପରି ଶେରଗଡ ୫୭ ନମ୍ବର ଜୋନରେ ତୃତୀୟ ରାଉଣ୍ଡରେ ବିଜେଡି ଆଗରେ । ଦିହପହଣ୍ଡି ୨୬ ନମ୍ବର ଜୋନରେ ଦ୍ବିତୀୟ ରାଉଣ୍ଡରେ ୨୭୦ ଭୋଟରେ ବିଜେଡି ଆଗୁଆ ।

13:56 February 27

ଜଗତସିଂହପୁର ୬ଟି ଜୋନରେ ବିଜେଡି ଆଗରେ

ଜଗତସିଂହପୁର: ଜିଲ୍ଲା ବିରିଡି ବ୍ଲକ ଯୋନ ନମ୍ବର 2ରେ ବିଜେଡି ପ୍ରାର୍ଥୀ ଚନ୍ଦ୍ର ଶେଖର ଦାସ 5334 ଖଣ୍ଡ ଭୋଟ ପାଇ ଆଗୁଆ ଅଛନ୍ତି। କୁଜଙ୍ଗ, ରଘୁନାଥପୁର, ତ୍ରିତ୍ତୋଲ, ବାଲିକୁଦା, ଏରସମା ବ୍ଲକରେ ବିଜେଡି ଆଗରେ ରହିଛି ।

13:55 February 27

ଖଇରା ୪ନମ୍ବର ଜୋନରେ ବିଜେଡି ଆଗରେ

ବାଲେଶ୍ବର: ଖଇରା ୪ନମ୍ବର ଜୋନରେ ଷଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ରଶ୍ମିତା ମହାପାତ୍ର, ୮୦୦ ଭୋଟରେ ଆଗୁଆ ରହିଛି ।

13:55 February 27

ବିରମହାରାଜପୁର ଓ ଉଲୁଣ୍ଡା ବ୍ଲକରେ ଆଗରେ ବିଜେଡି

ସୁବର୍ଣ୍ଣପୁର: ଜିଲ୍ଲାରେ ଜାରି ରହିଛି ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗଣତି । ବିରମହାରାଜପୁର ଓ ଉଲୁଣ୍ଡା ବ୍ଲକରେ ଆଗରେ ରହିଛି ବିଜେଡି ।

13:54 February 27

ରାଜନଗର ଓ ଆଳିରେ ବିଜେଡି ଆଗରେ

କେନ୍ଦ୍ରାପଡା: ରାଜନଗର ଜୋନ ନଂ ୩୧ ଦ୍ବିତୀୟ ରାଉଣ୍ଡ ରେ ବିଜେଡି ୧୦୧ଖଣ୍ଡ ଭୋଟରେ ଆଗୁଆ ରହିଛି । ସେହିପରି ଆଳି ଜୋନ ୨ରେ ଦ୍ବିତୀୟ ରାଉଣ୍ଡରେ ବିଜେଡି ମଧ୍ୟ ଆଗରେ ରହିଛି ।

13:54 February 27

କଟକର 15 ଟି ଜୋନ ମଧ୍ୟରୁ ୧୩ ଟିରେ ବିଜେଡି ଆଗୁଆ

କଟକ : ଆଜି ଜିଲ୍ଲାର 15 ଟି ଜୋନ ମଧ୍ୟରୁ ୧୩ ଟି ଜୋନର ଫଳାଫଳ ହସ୍ତଗତ ହୋଇଛି। ୧୩ ଟି ଜୋନ ରୁ ସମସ୍ତ ୧୩ ଟି ଜୋନ ରେ ବିଜେଡି ଆଗୁଆ ।

13:52 February 27

ଭଦ୍ରକର ୪ଟି ଜୋନରେ ବିଜେଡିର ବାଜିମାତ

ଭଦ୍ରକର ୪ଟି ଜୋନରେ ବିଜେଡିର ବାଜିମାତ
ଭଦ୍ରକର ୪ଟି ଜୋନରେ ବିଜେଡିର ବାଜିମାତ

ଭଦ୍ରକ: ତିହିଡି ବ୍ଲକର ୬ନମ୍ବର ଜୋନର ବିଜେଡି ପ୍ରାର୍ଥୀନି ରୁଜୁତା ପଣ୍ଡା ବିଜୟୀ ହୋଇଛନ୍ତି । ୨୫୯୪ ଭୋଟରେ ବିଜୟୀ ଘୋଷୀତ । ଧାମନଗର ବ୍ଲକର ୧୦ ନମ୍ବର ଜୋନର ବିଜେଡି ପ୍ରାର୍ଥୀ ଟୁନିବାଳା ବିଶ୍ବାଳ , ଭଦ୍ରକ ବ୍ଲକର ୨୫ ଲମ୍ବର ଜୋନର ପ୍ରତିମା ଜୋନା , ବାସୁଦେବପୁର ୧୭ ନମ୍ବର ବ୍ଲକରେ ବିଜେଡି ପ୍ରାର୍ଥୀନି ଜୟନ୍ତୀ ବାରିକ ଜିଲ୍ଲା ପରିଷଦ ଆସନରେ ବିଜୟୀ ହୋଇଛନ୍ତି ।

12:52 February 27

ଦିନ 12 ସୁଦ୍ଧା 9ଟି ବ୍ଲକର 10ଟି ଜୋନ ଫଳାଫଳ

କେନ୍ଦ୍ରାପଡା: ଦ୍ବିତୀୟ ପର୍ଯ୍ୟାୟ ମତଦାନରେ ଜିଲ୍ଲାରେ ଦିନ 12 ସୁଦ୍ଧା 9ଟି ବ୍ଲକର 10ଟି ଜୋନ ଫଳାଫଳ ପ୍ରକାଶ ପାଇଛି । ଆଳି , ଗରଦପୁର, କେନ୍ଦ୍ରାପଡା ବ୍ଲକ, ମହାକଳପଡା , ମାର୍ଥାଗାଇ, ରାଜକନିକା, ରାଜନଗର,ପଟ୍ଟାମୁଣ୍ଡେଇରେ ବିଜେପି ଆଗରେ ରହିଛି ।

12:51 February 27

ଧାମନଗର ବ୍ଲକର 10 ନମ୍ବର ଜୋନରେ ବିଜେଡିର ବାଜିମାତ

ଭଦ୍ରକ: ଧାମନଗର ବ୍ଲକର 10 ନମ୍ବର ଜୋନର ବିଜେଡ଼ିର ବାଜିମାତ । ବିଜେଡି ପ୍ରାର୍ଥୀନି ଟୁନିବାଳା ବିଶ୍ୱାଳ ତାଙ୍କ ନିକଟତମ ବିଜେପି ପ୍ରାର୍ଥୀନି ରଞ୍ଜିତା ସ୍ୱାଇଁଙ୍କ ଠାରୁ 4064 ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ।

12:50 February 27

ଝାରସୁଗୁଡା ୩ଟି ଜୋନରେ ବିଜେଡି ଆଗରେ

ଝାରସୁଗୁଡା ୩ଟି ଜୋନରେ ବିଜେଡି ଆଗରେ
ଝାରସୁଗୁଡା ୩ଟି ଜୋନରେ ବିଜେଡି ଆଗରେ

ଝାରସୁଗୁଡା : ଜୋନ ୨ରେ ଦ୍ବିତୀୟ ରାଉଣ୍ଡରେ ବିଜେଡି ଆଗରେ ରହିଛି । ସେହିପରି ଲଖନପୁର ଜୋନ ୨ରେ ବିଜେଡି ଆଗରେ । ଲଇକେରା ଜୋନ ୨ରେ ବିଜେଡି ଆଗରେ ।

12:50 February 27

କଟକ ସଦରରେ ବିଜେଡି ଆଗରେ

କଟକ: ଦ୍ବିତୀୟ ରାଉଣ୍ଡରେ ସଦର 5 ନମ୍ବର ଜୋନରେ ବିଜେଡିର ପ୍ରଦୀପ୍ତ କୁମାର ମାହାଳି 1370 ଭୋଟରେ ଆଗୁଆ ର । ସାଲେପୁର ୪୪ ନମ୍ବର ଜୋନରେ ବିଜେଡିର ରଞ୍ଜିତା 137 ଭୋଟରେ ଆଗୁଆ ରହିଛନ୍ତି ।

12:50 February 27

ଢେଙ୍କାନାଳର ୮ଟି ଜୋନରେ ଆଗରେ ରହିଛି ବିଜେଡି

ଢେଙ୍କାନାଳ: ଆଜି ଜିଲ୍ଲାର ୮ ଜିଲ୍ଲାପରିଷଦ ଜୋନରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗଣତି ଜାରି ରହିଛି । ୭ଟି ଜୋନରେ ବିଜେଡି ଆଗରେ ରହିଥିବା ବେଳେ ବିଜେପି ଗୋଟିଏରେ ଆଗରେ ରହିଛି ।

12:50 February 27

ଅନୁଗୋଳର ୫ଟି ଜୋନରେ ବିଜେଡି ଆଗରେ

ଅନୁଗୋଳ: ଜିଲାରେ ଦ୍ୱିତୀୟ ରାଉଣ୍ଡ ଶେଷ ସୁଦ୍ଧା 5 ଟି ଜୋନ ରେ ବିଜେଡି ଆଗରେ ରହିଛି ।

12:49 February 27

ସମ୍ବଲପୁରରେ ବିଜେଡି ଆଗରେ

ସମ୍ବଲପୁର: ଦିନ 11 ଟା ସୁଦ୍ଧା ବିଭିନ୍ନ ବ୍ଲକ ଜୋନରେ ମତଦାନ ଜାରି ରହିଛି । ଧନକଉଡା , ଯୁଜୁମୁରା, ବାମରା ,ମାନେଶ୍ୱର,ଜମେନକିରା , ନକଟିଦେଉଳ,ରେଙ୍ଗାଲିରେ ବିଜେଡି ଆଗରେ ରହିଛି । ମାତ୍ରେ ରେଢ଼ାଖୋଲ ଜୋନରେ ବିଜେପି ଆଗରେ ରହିଛି ।

12:21 February 27

ମଧ୍ୟାହ୍ନ ୧୨ଟା ସୁଦ୍ଧା ବିଜେଡି ୨୨୮ ସିଟରେ ଆଗୁଆ

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗଣତି । ମଧ୍ୟାହ୍ନ ୧୨ଟା ସୁଦ୍ଧା ୩୦୬ ଜିଲ୍ଲା ପରିଷଦ ଜୋନରୁ ବିଜେଡି ୨୨୮ରେ ଆଗରେ ରହିଛି । ସେହିପରି ବିଜେପି ୩୬ସିଟରେ ଆଗୁଆ ଥିବା ବେଳେ କଂଗ୍ରେସ ୧୬ ସିଟରେ ଆଗରେ ରହିଛି । ମାତ୍ର ଗୋଟିଏ ସିଟରେ ସ୍ବାଧୀନ ପ୍ରାର୍ଥୀ ଆଗରେ ରହିଛି । ଏନେଇ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ହସ୍ତଗତ ହୋଇଛି ।

12:21 February 27

ବାଲିପାଟଣା ବ୍ଲକ ୧୯ ନମ୍ବର ଜୋନର ବିଜେଡିର ବାଜିମାତ

ଖୋର୍ଦ୍ଧା: ବାଲିପାଟଣା ବ୍ଲକ ୧୯ ନମ୍ବର ଜୋନର ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ଗଙ୍ଗାଧର ମଲ୍ଲିକ ବିଜୟୀ ।

12:20 February 27

ରାଜକନିକା ବ୍ଲକ ଜୋନ ନଂ ୨୮ରେ ବିଜେଡି ଆଗରେ

କେନ୍ଦ୍ରାପଡା: ରାଜକନିକା ବ୍ଲକ ଜୋନ ନଂ ୨୮ରେ ଆରମ୍ଭ ହୋଇଯାଇଛି ଭୋଟ ଗଣତି । ବିଜେଡି ୪୦୫ ଖଣ୍ଡ ଭୋଟରେ ଆଗରେ ରହିଛି ।

12:20 February 27

ବେଗୁନିଆ ବ୍ଲକ ଜୋନ ନଂ 23ରେ ବିଜେଡି ଆଗରେ

ଖୋର୍ଦ୍ଧା: ବେଗୁନିଆ ବ୍ଲକ ଜୋନ ନଂ 23ରେ ଆରମ୍ଭ ହୋଇଯାଇଛି ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗଣତି । ପ୍ରଥମ ରାଉଣ୍ଡରେ ବିଜେଡି ଦଳ ଆଗୁଆ ରହିଛି ।

12:20 February 27

ଯାଜପୁରର ୧୦ଟି ବ୍ଳକରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ

ଯାଜପୁର: ଜିଲ୍ଲାର ୧୦ଟି ବ୍ଳକରେ ଦ୍ଵିତୀୟ ଦିନରେ ଭୋଟ ଗଣତି ଜାରି ରହିଛି । ଆଜି ୧୨ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଫଳାଫଳ ସାମ୍ନାକୁ ଆସିବ। ଜିଲ୍ଲାର ବିଂଝାରପୁର, ଦଶରଥପୁର,ବରୀ,ଯାଜପୁର ବଡଚଣା,ଧର୍ମଶାଳା, କୋରେଇ, ସୁକିନ୍ଦା,ଦାନଗଦି ଓ ରସୁଲପୁର ବ୍ଲକର ଜିଲ୍ଲା ପରିଷଦ ଜୋନ ସିଟ ପାଇଁ ଗଣତି ଆରମ୍ଭ ହୋଇଯାଇଛି।

12:20 February 27

କେନ୍ଦ୍ରାପଡାର ୨ଟି ଜୋନରେ ବିଜେଡି ଆଗରେ

କେନ୍ଦ୍ରାପଡା: ଆଳି ୨ନମ୍ବର ଜୋନରେ ପ୍ରଥମ ରାଉଣ୍ଡରେ ବିଜେଡି ଆଗରେ । ଦ୍ବିତୀୟରେ କଂଗ୍ରେସ ଓ ତୃତଚୀୟରେ ବିଜେପି ରହିଛି । ସେହିପରି କେନ୍ଦ୍ରାପଡ଼ା ଜୋନ ୬ରେ ବିଜେଡି 330 ଭୋଟରେ ଆଗରେ ରହିଛି ।

12:06 February 27

ପୁରୀ ସଦର-ପିପିଲିରେ ବିଜେଡି ଆଗରେ

ପୁରୀ: ଭୋଟ ଗଣତିର ଦ୍ବିତୀୟ ଦିନରେ ସଦର ୨୬ନମ୍ବର ଜୋନରେ ବିଜେଡିର ମାମିନା ଦାସ ବିଜେପିର ପିଙ୍କି ପାତ୍ରଙ୍କ ଠାରୁ ଆଗରେ ରହିଛନ୍ତି । ସେହିପରି ପିପିଲି ୨୩ନମ୍ବର ଜୋନ୍ ରେ ବିଜେଡିର ସୁଶାନ୍ତ ମଲ୍ଲିକ ବିଜେପିର ସୁରେନ୍ଦ୍ର ବେହେରାଙ୍କ ଠାରୁ ଅଧିକ ଭୋଟ ପାଇ ଆଗରେ ରହିଛନ୍ତି ।

12:06 February 27

କେନ୍ଦ୍ରାପଡାର ୨ଟି ଜୋନରେ ବିଜେଡି ଆଗରେ

କେନ୍ଦ୍ରାପଡା: ଆଳି ୨ନମ୍ବର ଜୋନରେ ପ୍ରଥମ ରାଉଣ୍ଡରେ ବିଜେଡି ଆଗରେ । ଦ୍ବିତୀୟରେ କଂଗ୍ରେସ ଓ ତୃତୀୟରେ ବିଜେପି ରହିଛି । ସେହିପରି କେନ୍ଦ୍ରାପଡ଼ା ଜୋନ ୬ରେ ବିଜେଡି 330 ଭୋଟରେ ଆଗରେ ରହିଛି ।

12:06 February 27

ଯାଜପୁରର ୧୦ଟି ବ୍ଳକରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ

ଯାଜପୁର: ଜିଲ୍ଲାର ୧୦ଟି ବ୍ଳକରେ ଦ୍ଵିତୀୟ ଦିନରେ ଭୋଟ ଗଣତି ଜାରି ରହିଛି । ଆଜି ୧୨ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଫଳାଫଳ ସାମ୍ନାକୁ ଆସିବ। ଜିଲ୍ଲାର ବିଂଝାରପୁର, ଦଶରଥପୁର,ବରୀ,ଯାଜପୁର ବଡଚଣା,ଧର୍ମଶାଳା, କୋରେଇ, ସୁକିନ୍ଦା,ଦାନଗଦି ଓ ରସୁଲପୁର ବ୍ଲକର ଜିଲ୍ଲା ପରିଷଦ ଜୋନ ସିଟ ପାଇଁ ଗଣତି ଆରମ୍ଭ ହୋଇଯାଇଛି।

12:05 February 27

ବେଗୁନିଆ ବ୍ଲକ ଜୋନ ନଂ 23ରେ ବିଜେଡି ଆଗରେ

ଖୋର୍ଦ୍ଧା: ବେଗୁନିଆ ବ୍ଲକ ଜୋନ ନଂ 23ରେ ଆରମ୍ଭ ହୋଇଯାଇଛି ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗଣତି । ପ୍ରଥମ ରାଉଣ୍ଡରେ ବିଜେଡି ଦଳ ଆଗୁଆ ରହିଛି ।

11:52 February 27

ସୋର ବ୍ଲକ 44ନଂ ଜୋନରେ ବିଜେଡି ଆଗରେ

ବାଲେଶ୍ବର:ସୋର ବ୍ଲକ 44ନଂ ଜୋନର ଆଜି ଦ୍ବିତୀୟ ପର୍ଯ୍ୟାୟ ଗଣତିର ପ୍ରଥମ ରାଉଣ୍ଡରେ ବିଜେଡି ଆଗରେ ରହିଛି ।

11:51 February 27

ରାଇରଙ୍ଗପୁର ବ୍ଲକ ୪୫ ନଂ ଜୋନରେ ବିଜେଡି ବିଜୟୀ

ରାଇରଙ୍ଗପୁର: ମୟୂରଭଞ୍ଜ ରାଇରଙ୍ଗପୁର ବ୍ଲକ ୪୫ ନଂ ଜୋନରେ ବିଜେଡି ପ୍ରାର୍ଥୀ ସଚ୍ଚିଦାନନ୍ଦ ମହାନ୍ତ ୨୮୬୫ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି।

11:51 February 27

ଝାରସୁଗୁଡା ଜୋନ ୨ରେ ବିଜେଡି ଆଗରେ

ଝାରସୁଗୁଡା: ଜିଲ୍ଲାର ଜୋନ ୨ରେ ପ୍ରଥମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ଦିଗାମ୍ବର ଭୋଇ ଆଗରେ ରହିଛନ୍ତି । ସେହିପରି ଲଖନପୁର, ଲଇକୋରା ଜୋନ ୨ରେ ବିଜେଡି ଆଗରେ ରହିଛି ।

11:51 February 27

ମାଲକାନଗିରିରେ ୬ଜୋନରେ ବିଜେଡିର ବିଜୟ

ମାଲକାନଗିରି: ପ୍ରଥମ ଦିନ ଭୋଟ ଗଣତିରେ ୭ଟି ବ୍ଲକର ଜୋନ୍ 1 ଗୁଡିକର ଫଳାଫଳ ପ୍ରକାଶ ପାଇଛି । ମାଥିଲି ବ୍ଲକର ବିଜେଡି ପ୍ରାର୍ଥୀନି ଲକ୍ଷ୍ମୀପ୍ରିୟା ନାଏକ, ଖଇରପୁଟ୍ ବ୍ଲକ ବିଜେଡିର ବଳି ମାଝୀ, କୋରୁକୁଣ୍ଡା ବ୍ଲକ ବିଜେଡିର ବିଜୟଲକ୍ଷ୍ମୀ ପଡିଆମି, ମାଲକାନଗିରି ବ୍ଲକ ବିଜେଡିର କୁନି ଭୁମିଆ, ପଡିଆ ବ୍ଲକ ବିଜେଡିର ସୁରଭି ଭୌମିକ୍, କାଲିମେଳାର ବ୍ଲକ ବିଜେଡିର ଅର୍ଣ୍ଣପୂର୍ଣ୍ଣା ମଣ୍ଡଳ ବିଜୟୀ ହୋଇଛନ୍ତି । ସେହିପରି ଚିତ୍ରକୁଣ୍ଡା ବ୍ଲକରେ କଂଗ୍ରେସ ପ୍ରାର୍ଥୀନି ବାନ୍ତି ଖିଲ ବିଜୟୀ ହୋଇଛନ୍ତି । ଏନେଇ ନିର୍ବାଚନ ଆୟୋଗ ପକ୍ଷରୁ ଘୋଷଣା କରାଯାଇନାହିଁ । ଆଜି ଦ୍ବିତୀୟ ଦିନରେ ଜିଲ୍ଲାର ପାଞ୍ଚଟି ବ୍ଲକର ଜୋନ ଗୁଡିକରେ ଭୋଟ ଗଣତି ଚାଲିଛି । ବର୍ତ୍ତମାନ ସୁଦ୍ଧା ଦ୍ବିତୀୟ ରାଉଣ୍ଡରେ ବିଜେଡି ଆଗୁଆ ଥିବା ଜଣାପଡିଛି ।

11:51 February 27

ବାରଙ୍ଗ ଓ ମାହାଙ୍ଗାରେ ବିଜେଡି ଆଗରେ

କଟକ: ବାଙ୍କୀ ନିର୍ବାଚନ ମଣ୍ଡଳୀ ବାରଙ୍ଗ ବ୍ଲକ ୩୩ ନଂ ଜୋନରେ ବିଜେଡି ବିଜେପି ଠାରୁ ୧୪୦ ଭୋଟରେ ଆଗୁଆ । ମାହାଙ୍ଗା ନିର୍ବାଚନ ମଣ୍ଡଳୀ ମାହାଙ୍ଗା ବ୍ଲକ ୪୦ ନଂ ଜୋନରେ ବିଜେଡି ବିଜେପି ଠାରୁ ୨୧୪ ଭୋଟରେ ଆଗୁଆ ରହିଛି ।

11:50 February 27

ଜାମଦା ବ୍ଲକ ୧୬ ନଂ ଜୋନରେ ବିଜେଡିର ବିଜୟୀ

ରାଇରଙ୍ଗପୁର: ମୟୂରଭଞ୍ଜ ଜାମଦା ବ୍ଲକ ୧୬ ନଂ ଜୋନରେ ବିଜେଡି ପ୍ରାର୍ଥୀ ବାବୁଲୁ ଟୁଡୁ ୩୩୭୦ ଭୋଟରେ ଆଗୁଆ ରହି ବିଜୟୀ ହୋଇଛନ୍ତି।

11:50 February 27

ରାଜକନିକା ବ୍ଲକ ଜୋନ 28 ନମ୍ଵରରେ ବିଜେଡି ଆଗରେ

କେନ୍ଦ୍ରାପଡ଼ା: ରାଜକନିକା ବ୍ଲକ ଜୋନ 28 ନମ୍ଵରରେ ପ୍ରଥମ ରାଉଣ୍ଡରେ ବିଜେଡିର ପ୍ରତାପ ବେହେରା ୨୯୯ ଭୋଟରେ ଆଗରେ ରହିଛନ୍ତି ।

11:50 February 27

କେନ୍ଦୁଝରରେ ୧୩ ଜୋନରେ ୧୨ଟି ବିଜେଡିର ବାଜିମାତ

କେନ୍ଦୁଝର: ପ୍ରଥମ ପର୍ଯ୍ୟାୟ ଗଣତିରେ ଜିଲ୍ଲାର ୧୩ ଟି ଜିଲ୍ଲା ପରିଷଦ ଜୋନ ପାଇଁ ହେଇଥିଲା ଗଣନା। ମୋଟ ଜୋନ୍ ସଂଖ୍ୟା ୧୩ ରୁ ୧୨ ଟି ବିଜେଡ଼ି ବିଜୟ ହୋଇଥିବା ବେଳେ ଗୋଟିଏରେ ବିଜେପିର ବିଜୟ ।

11:49 February 27

କଣ୍ଟାପଡ଼ା ବ୍ଲକ ୮ ନମ୍ବର ଜୋନରେ ବିଜେଡିର ବିଜୟ

କଟକ: କଣ୍ଟାପଡ଼ା ବ୍ଲକ ୮ ନମ୍ବର ଜୋନରେ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ପିୟୁଷ ମିଶ୍ର ବିଜୟୀ।

11:12 February 27

ସୁବର୍ଣ୍ଣପୁରର ୬ଟି ଜୋନରେ ଚାଲିଛି ଗଣତି, ପ୍ରଥମ ପର୍ଯ୍ୟାୟରେ ବାଜି ମାରିଛି ବିଜେଡି

ସୁବର୍ଣ୍ଣପୁର: ଆଜି ଭୋଟ ଗଣତିର ଦ୍ବିତୀୟ ପର୍ଯ୍ୟାୟରେ 6 ଗୋଟି ଜିଲ୍ଲା ପରିଷଦ ଆସନ ପାଇଁ ଗଣତି ଚାଲିଛି । ପ୍ରଥମ ରାଉଣ୍ଡ ଗଣତିରେ ସମସ୍ତ 6 ଗୋଟି ଜିଲ୍ଲା ପରିଷଦ ଆସନରେ ବିଜେଡି ଆଗୁଆ ରହିଛି । ଗତକାଲି 6 ଜିଲ୍ଲା ପରିଷଦ ଆସନର ଫଳାଫଳ ଘୋଷଣା ହୋଇଥିଲା । ବିଜେଡି 4ଟି ଜିଲ୍ଲା ପରିଷଦ ଆସନରେ ବିଜୟୀ ହୋଇଥିବା ବେଳେ ଗୋଟିଏ କଂଗ୍ରେସ ଓ ଗୋଟିଏ ବିଜେପି ହାତକୁ ଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

11:11 February 27

ବାଲେଶ୍ବରରେ ପ୍ରଥମ ପର୍ଯ୍ୟାୟରେ ୧୦ଟିରେ ବିଜେଡି ଓ ୩ଟିରେ ବିଜେପିର ବିଜୟ

ବାଲେଶ୍ବର: ପ୍ରଥମ ପର୍ଯ୍ୟାୟ ଗଣତି ବାଲେଶ୍ୱରର ୧୩ ଜୋନରେ ହୋଇଥିଲା। ଏଥିରେ ବିଜେଡି ୧୦ଟି ଜୋନରେ ଜିତିଥିବା ବେଳେ ବିଜେପି 3ଟି ଜୋନରେ ଜିତିଥିବା ସୂଚନା ମିଳିଛି। ବିଜେଡିର ଔପଦା ଜୋନ ୧ରେ ମୁନି ସିଂ, ଜଳେଶ୍ୱର ଜୋନ ୭ରେ ତୁଳସୀ କିସ୍କୁ, ନୀଳଗିରି ଜୋନ୧୧ରେ ସୁବର୍ଣ୍ଣମଞ୍ଜରୀ ସିଂ, ବସ୍ତା ଜୋନ ୧୪ରେ ବିଷ୍ଣୁପ୍ରିୟା ବୁଗୁଡ଼ି, ବାହାନଗା ଜୋନ ୧୮ରେ ନୀଳାମ୍ବର ମହାଳିକ, ବାଲିଆପାଳ ଜୋନ ୨୧ରେ କାଞ୍ଚନ ଜେନା, ଭୋଗରାଇ ଜୋନ ୩୦ରେ ଗିରୀଶ କୁମାର ଦତ୍ତ,

ଭୋଗରାଇ ଜୋନ ୩୧ରେ ଦମୟନ୍ତୀ ସାହୁ, ରେମୁଣା ୩୯ରେ ଅଭିମନ୍ୟୁ ଧିନ୍ଦା ଓ ସୋର-୪୩ ଜୋନରେ ରେବତୀ ନାୟକ ବିଜୟୀ ହୋଇଛନ୍ତି । ସେହିପରି ବିଜେପି ୩ଟି ସିଟରେ ବିଜୟୀ ହୋଇଛି । ଖଇରା ଜୋନ୩ରେ ଗଜେନ୍ଦ୍ର ପ୍ରସାଦ ଦାସ, ବାଲେଶ୍ୱର ଜୋନ ୨୫ରେ ଗୟାଧର ବେହେରା ଓ ସିମୁଳିଆ ଜୋନ ୪୦ରେ ରମେଶ ସାହୁ ବିଜୟୀ ହୋଇଛନ୍ତି ।

11:10 February 27

ମୟୂରଭଞ୍ଜରେ ପ୍ରଥମ ପର୍ଯ୍ୟାୟ ଭୋଟ ଗଣତିରେ ୨୪ଟି ଆସନରେ ବିଜେଡିର ବିଜୟ

ବାରିପଦା: ପ୍ରଥମ ପର୍ଯ୍ୟାୟ ଭୋଟ ଗଣତିରେ ଜିଲ୍ଳାର ମୋଟ ୨୬ ଟି ରୁ ୨୪ଟି ଆସନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ଉଦଳାରେ ୨୧ଖଣ୍ଡ ଓ ବିଶୋଇରେ ୨୨ଖଣ୍ଡ ଭୋଟରେ ଜେଏମମର ୨ପ୍ରାର୍ଥୀ ବିଜୟୀ

ହୋଇଛନ୍ତି ।

11:10 February 27

କଙ୍କଡାହାଡ-କାମାକ୍ଷାନଗର-ପରଜଙ୍ଗରେ ବିଜେଡିର ବାଜିମାତ

ଢେଙ୍କାନାଳ: କଙ୍କଡାହାଡ ବ୍ଲକରେ ଜିଲ୍ଲାପରିଷଦ ଆସନରେ ବିଜେଡିର ବାଜିମାତ । ପ୍ରାର୍ଥୀ ନବକିଶୋର ସାହୁ ଉଡାଇଲେ ବିଜେଡିର ବିଜୟ ବାନା । କାମାକ୍ଷାନଗରରେ ଦିପ୍ତିମୟି ବିଶ୍ବଳ ବିଜୟୀ । ପରଜଙ୍ଗ ବ୍ଲକରେ ବିଜେଡିର ରୁନୁ ବୁରମା ବିଜୟୀ ।

11:10 February 27

ନବରଙ୍ଗପୁରର ୫ଟି ଜୋନରେ ବିଜେଡିର ବାଜିମାତ

ନବରଙ୍ଗପୁର: ବ୍ଲକର ବିଜେଡ଼ି ପ୍ରାର୍ଥୀ ଜୟମଣୀ ସମରଥ ୬୧୨୮ ଭୋଟ ରେ ବିଜୟୀ ହୋଇଛନ୍ତି । ସେହିପରି ପାପଡ଼ାହାଣ୍ଡି ବ୍ଲକର ବିଜେଡି ପ୍ରାର୍ଥୀ ଜସବନ୍ତ ନାୟକ ୪୫୨୪ ଭୋଟରେ ବିଜୟୀ ହୋଇଛନ୍ତି । ତେନ୍ତୁଳିଖଣ୍ଟି ବ୍ଲକର କ୍ରିଷ୍ଣା ମଞ୍ଜରୀ କ୍ରିଷ୍ଣା ମଞ୍ଜରୀ , ଉମରକୋଟ ବ୍ଲକ ୦୧ ନମ୍ବର ଜୋନର ବିଜେଡି ପାର୍ଥୀ ଚନ୍ଦନ ରାୟ ବିଜୟୀ ହୋଇଛନ୍ତି । ନନ୍ଦାହାଣ୍ଡି ବ୍ଲକ ୦୧ ନମ୍ବର ଜୋନର ବିଜେଡି ପ୍ରାର୍ଥୀ ଦିବ୍ୟଦାନ ସୁନା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଅରୁଣ ଷଡଙ୍ଗୀଙ୍କୁ ୯୦୧ ଭୋଟରେ ହରାଇ ବିଜୟ ହାସଲ କରିଛନ୍ତି ।

11:09 February 27

ଠାକୁରମୁଣ୍ଡା ବ୍ଳକ 18ନଂ ଜୋନରେ ବିଜେଡିର ବାଜିମାତ

ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଳକ 18ନଂ ଜିଲ୍ଲା ପରିଷଦ ଜୋନରେ ବିଜେଡ଼ି ପ୍ରାର୍ଥୀନୀ ପୂର୍ଣ୍ଣିମା ବାଗସିଂ 761 ଖଣ୍ଡ ଭୋଟ ରେ ବିଜୟୀ ହୋଇଛନ୍ତି । ବିଜେଡି ମୋଟ 12599 ଭୋଟ ପାଇଥିବା ବେଳେ ବିଜେପି 11838 ଓ କଂଗ୍ରେସ 2281 ଭୋଟ ପାଇଛି ।

10:48 February 27

ପ୍ରଥମ ପର୍ଯ୍ୟାୟ ଗଣତିରେ ବିଜେଡି ହାତେଇଛି 263 ସିଟ୍

ଭୁବନେଶ୍ବର: ପ୍ରଥମ ପର୍ଯ୍ୟାୟରେ 315 ଜିଲ୍ଲା ପରିଷଦ ଜୋନ ପାଇଁ ଭୋଟ ଗଣତି ହୋଇଥିବା ବେଳେ ଏବେ ମଧ୍ୟ ଜାରି ରହିଛି । ଏପର୍ଯ୍ୟନ୍ତ 300 ଟି ସିଟର ଫଳାଫଳ ଆସିଥିବା ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ବିଜେଡି 268 ଟି ସିଟ ହାସଲ କରିଥିବା ବେଳେ ବିଜେପି 14 ଟି ସିଟ ଓ କଂଗ୍ରେସ 14 ଟି ସିଟ ହାତେଇଛି । ସେହିପରି 2ଟି ହାତେଇଛି ସ୍ୱାଧୀନ ପ୍ରାର୍ଥୀ JMM କୁ ଯାଇଛି ଗୋଟିଏ ସିଟ ଏବଂ ସିପିଆଇଏମ ଖାତାକୁ ଯାଇଛି ଗୋଟିଏ ମାତ୍ର ସିଟ।

ଭୁବନଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

10:47 February 27

ପୁରୀର ୧୧ଟି ଜୋନରେ ବିଜେଡିର ବାଜିମାତ

ପୁରୀ: ସଦର ୨୫ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ମୋନାଲି ମିଶ୍ର ବିଜୟୀ । ଅସ୍ତରଙ୍ଗ ଜୋନ ୧ ସରସ୍ୱତୀ ସ୍ୱାଇଁ, କଣାସ ଜୋନ୍ ୩ର ପ୍ରଣତୀ ଜେନା,କାକଟପୁର ଜୋନ୍ ୬ର ଜ୍ଯୋସ୍ନାରାଣୀ ଦଳାଇ, କୃଷ୍ଣପ୍ରସାଦ ଜୋନ୍ ୯ର ଲକ୍ଷ୍ମୀଧର ସାହୁ, ଗୋପ ୧୧ନମ୍ବର ଜୋନର ଧର୍ମେନ୍ଦ୍ର କୁମାର ସାହୁ , ଡେଲାଙ୍ଗ ୧୫ ନମ୍ବର ଜୋନର ବିଜେଡି ପ୍ରାର୍ଥୀ ପ୍ରଜ୍ଞା ଛୋଟରାୟ ବିଜୟୀ ହୋଇଛନ୍ତି । ସେହିପରି ନିମାପଡା ୧୮ନମ୍ବର ଜୋନର କୁଞ୍ଜଲତା ସାମଲ, ପିପିଲି ୨୨ନମ୍ବର ଜୋନର ସୁଶ୍ରୀ ସଂଗୀତା ବେହେରା , ବ୍ରହ୍ମଗିରି ୨୮ନମ୍ବର ଜୋନର କୈଳାସ ଚନ୍ଦ୍ର ପରିଡା, ସତ୍ଯବାଦୀ ୩୧ନମ୍ବର ଜୋନର ନାରାୟଣ ରାଉତରାୟ ବିଜେଡି ପ୍ରାର୍ଥୀ ଭାବେ ବିଜୟୀ ହୋଇଛନ୍ତି ।

10:01 February 27

ବ୍ରହ୍ମଗିରି ଜୋନ ୨୮ରେ ବିଜେଡିର ବାଜିମାତ

ବ୍ରହ୍ମଗିରି : ଜୋନ ୨୮ରେ ବିଜେଡି ପ୍ରାର୍ଥୀ କୈଳାସ ଚନ୍ଦ୍ର ପରିଡା ବିଜୟୀ ହୋଇଛନ୍ତି । 2135 ଖଣ୍ଡ ଭୋଟ ରେ ବିଜେପିକୁ ପଛରେ ପକାଇ ବାଜିମାତ କରିଛି ବିଜେଡି ।

ବ୍ରହ୍ମଗିରିରୁ ଦେବଶିଷ ଦାସ, ଇଟିଭି ଭାରତ

10:01 February 27

ଅନୁଗୋଳରେ ପ୍ରଥମ ପ୍ରଯ୍ୟାୟ ଭୋଟ ଗଣତିରେ ୫ଟି ଜୋନରେ ବିଜେଡିର ବାଜିମାତ

ଅନୁଗୋଳ: ପ୍ରଥମ ପ୍ରଯ୍ୟାୟ ଭୋଟ ଗଣତିରେ ଜିଲ୍ଲାର ୫ଟି ଜୋନରେ ବିଜେଡିର ବାଜିମାତ । ଅନୁଗୁଳ ବ୍ଲକ ୧ନମ୍ବର ଜୋନରେ କାଜଲ ପଟ୍ଟନାୟକ , କିଶୋରନଗର ବ୍ଲକ ୧୧ନମ୍ବର ଜୋନରେ ବବିତା ପ୍ରଧାନ, ପାଲଲହଡା ବ୍ଲକ ୨୨ନମ୍ବର ଜୋନର ବୁଧୁରାମ ବୈପାଇ, ଆଠମଲ୍ଲିକ ବ୍ଲକ ୫ନମ୍ବର ଜୋନର ରଶ୍ମି ରେଖା ମାହାର, ଛେଣ୍ଡିପଦା ବ୍ଲକ ୧୪ନମ୍ବର ଜୋନର ନଗେନ୍ଦ୍ର ପ୍ରଧାନ ବିଜୟୀ ହୋଇଛନ୍ତି ।

10:01 February 27

ଯାଜପୁର ୪ନଂ ଜୋନର ବିଜେଡିର ବିଜୟ

ଯାଜପୁର ୪ନଂ ଜୋନର ବିଜେଡିର ବିଜୟ
ଯାଜପୁର ୪ନଂ ଜୋନର ବିଜେଡିର ବିଜୟ

ଯାଜପୁର: ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୪ନଂ ଜୋନର ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ପାର୍ଥ ସାରଥୀ ମହାପାତ୍ର ବିଜୟୀ ହୋଇନ୍ତି । ସର୍ବାଧିକ ୧୬୨୩୬ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ।

10:00 February 27

ସମ୍ବଲପୁରର ୯ଟି ଜୋନରେ ବିଜେଡିର ବିଜୟ

ସମ୍ବଲପୁର: ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ୯ଟି ଜୋନରେ ହୋଇଥିଲା । ଏହି ସମସ୍ତ ଜୋନରେ ବିଜେଡି ବାଜିମାତ କରିଛି । ନକଟିଦେଉଳ ଜୋନ1ରୁ ପ୍ରିୟମ୍ବଦା ସାହୁ, ଯୁଜୁମୁରା ଜୋନ 1 ରେ କବିତା ସାହୁ, ମାନେଶ୍ୱର ଜୋନ 1 ରେ ସୁରୁଜା ସେଠ , ଧନକଉଡା ଜୋନ 1 ରେ ସୁନୀଲା ମିଶ୍ର, ରେଙ୍ଗାଲି ଜୋନ 1ରେ ଚୋଲେଶ୍ୱରୀ ମହାନନ୍ଦ, ବାମରା ଜୋନ1 ରେ କୃଷ୍ଣଚନ୍ଦ୍ର ଟପ୍ପୋ , କୁଚିଣ୍ଡା ଜୋନ 1 ରେ ଅଜିତ କୁମାର ମହାପାତ୍ର ଓ ଜମେନକିରା ବ୍ଲକ ଜୋନ1 ରେ ବିଜେଡିର ସୁଜାତା ଖୁଣ୍ଟିଆ ବିଜୟୀ ହୋଇଛନ୍ତି ।

09:32 February 27

ବାଲିଅନ୍ତାରେ ବିଜେଡିର ବାଜିମାତ

ନିଆଳି: ଖୋର୍ଦ୍ଧା ବାଲିଅନ୍ତା ଜୋନ ୧୬ ନମ୍ବର ଜୋନରେ ବିଜେଡି ପ୍ରାର୍ଥୀଙ୍କ ବାଜିମାତ । ଜିଲ୍ଲାପରିଷଦ ପ୍ରାର୍ଥୀ ମହେଶ୍ବର ଦାସ ୮୫୨୩ ଭୋଟ ପାଇ ବିଜୟୀ ହୋଇଛନ୍ତି । ସ୍ବାଧୀନ ପ୍ରାର୍ଥୀ ତୈଲୋକ୍ଯ ମଙ୍ଗରାଜ ୬୯୨୩ ଖଣ୍ତ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ସେହିପରି ବିଜେପି ସିଦ୍ଧେଶ୍ବର ନାଥ ୧୩୮୬ ଏବଂ କଂଗ୍ରେସ ପ୍ରାର୍ଥୀ ମହମ୍ମଦ ସମଦ ୪୧୧ ଖଣ୍ତ ଭୋଟ ପାଇଛନ୍ତି।

ନିଆଳିରୁ ଉମେଶ ମଲ୍ଲିକ, ଇଟିଭି ଭାରତ

09:32 February 27

ସମ୍ବଲପୁରର ୯ଟି ଜୋନରେ ବିଜେଡିର ବିଜୟ

ସମ୍ବଲପୁର: ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ୯ଟି ଜୋନରେ ହୋଇଥିଲା । ଏହି ସମସ୍ତ ଜୋନରେ ବିଜେଡି ବାଜିମାତ କରିଛି । ନକଟିଦେଉଳ ଜୋନ1ରୁ ପ୍ରିୟମ୍ବଦା ସାହୁ, ଯୁଜୁମୁରା ଜୋନ 1 ରେ କବିତା ସାହୁ, ମାନେଶ୍ୱର ଜୋନ 1 ରେ ସୁରୁଜା ସେଠ , ଧନକଉଡା ଜୋନ 1 ରେ ସୁନୀଲା ମିଶ୍ର, ରେଙ୍ଗାଲି ଜୋନ 1ରେ ଚୋଲେଶ୍ୱରୀ ମହାନନ୍ଦ, ବାମରା ଜୋନ1 ରେ କୃଷ୍ଣଚନ୍ଦ୍ର ଟପ୍ପୋ , କୁଚିଣ୍ଡା ଜୋନ 1 ରେ ଅଜିତ କୁମାର ମହାପାତ୍ର ଓ ଜମେନକିରା ବ୍ଲକ ଜୋନ1 ରେ ବିଜେଡିର ସୁଜାତା ଖୁଣ୍ଟିଆ ବିଜୟୀ ହୋଇଛନ୍ତି ।

09:07 February 27

କଟକର ୧୪ ବ୍ଲକରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗଣତି ଆରମ୍ଭ

କଟକ: ଆଜି ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗଣତି। ଜିଲ୍ଲାର ୧୪ ଟି ବ୍ଲକ ପାଇଁ ୧୪ ଟି ସ୍ଥାନରେ ଭୋଟ ଗଣନା ଆରମ୍ଭ ହୋଇଛି। ୧୪ ଟି ବ୍ଳକରେ ଗୋଟିଏ ଲେଖାଏଁ ଜିଲ୍ଲା ପରିଷଦ ଆସନ ଓ ନିଶ୍ଚିନ୍ତକୋଇଲି ବ୍ଲକରେ ଦୁଇଟି ଆସନ ରହିଥିବାରୁ ୧୫ ଟି ଜିଲ୍ଲା ପରିଷଦ ଜୋନର ୧୨୨ ଟି ପଞ୍ଚାୟତର ଫଳାଫଳ ଘୋଷଣା ହେବ। କଟକ ସଦର ଜୋନ ୫ ସହ ୬ ଟି ପଞ୍ଚାୟତ, ବାରଙ୍ଗ ଜୋନ ୩୩ ସହ ୮ ଟି ପଞ୍ଚାୟତ, ଟାଙ୍ଗି ଚୌଦ୍ୱାର ବ୍ଲକର ଜୋନ ୧୧ସହ ୫ ଟି ପଞ୍ଚାୟତ , କଣ୍ଟାପଡା ଜୋନ ୯ ସହ ୮ ଟି ପଞ୍ଚାୟତ, ନିଆଳି ଜୋନ ୨୧ ସହ ୫ ଟି ପଞ୍ଚାୟତ, ବାଙ୍କି ଜୋନ ୩୫ ସହ ୬ ଟି ପଞ୍ଚାୟତ ପାଇଁ ଭୋଟ ଗଣତି କରାଯାଉଛି ।

ସେହିପରି ବାଙ୍କି ଡମପଡା ଜୋନ ୩୮ ସହ ୮ ଟି ପଞ୍ଚାୟତ, ଆଠଗଡ଼ ଜୋନ ୨ ସହ ୧୨ ଟି ପଞ୍ଚାୟତ, ତିଗିରିଆ ଜୋନ ୧୫ ସହ ୭ ଟି ପଞ୍ଚାୟତ, ବଡମ୍ବା ଜୋନ ୩୦ ସହ ୧୧ ଟି ପଞ୍ଚାୟତ, ନରସିଂହପୁର ଜୋନ ୧୭ ସହ ୧୦ ଟି ପଞ୍ଚାୟତ, ସାଲେପୁର ଜୋନ ୪୪ ସହ ୯ ଟି ପଞ୍ଚାୟତ, ମାହାଙ୍ଗା ଜୋନ ୪୦ ସହ ୧୦ ଟି ପଞ୍ଚାୟତ, ନିଶ୍ଚିନ୍ତକୋଇଲି ଜୋନ ୨୫ ଓ ୨୬ ସହ ତାହା ଅଧୀନରେ ଥିବା ୧୭ ଟି ପଞ୍ଚାୟତ ପାଇଁ ଭୋଟ ଗଣତି କରାଯାଉଛି। ତେବେ ଶାନ୍ତିଶୃଙ୍ଖଳା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ମଧ୍ୟ କରାଯାଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

09:07 February 27

ସୁନ୍ଦରଗଡରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗଣତି ଜାରି, ପ୍ରଥମ ପର୍ଯ୍ୟାୟରେ ବିଜେଡିର ବାଜିମାତ

ସୁନ୍ଦରଗଡ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତିର ଆଜି ଦ୍ୱୀତୀୟ ଦିନ । ଜିଲ୍ଲାପରିଷଦ ‘ ଖ’ ଜୋନ ପାଇଁ ହେବ ଗଣତି । ତେବେ ଗତକାଲି 17 ଟି ବ୍ଲକର ‘କ’ ଜୋନରେ ଜିଲ୍ଲାପରିଷଦ ପ୍ରାର୍ଥୀଙ୍କ ଭୋଟ ଗଣତି ହୋଇଥିବା ବେଳେ ଆଜି ଜିଲ୍ଲା ପ୍ରଶାସନ ତରଫରୁ ଫଳ ପ୍ରକାଶ ପାଇଛି । ‘ କ ' ଜୋନର 17 ଟି ଜିଲ୍ଲା ପରିଷଦ ଆସନରେ ବିଜେଡି ବିଜୟୀ ହୋଇଥିବା ସୂଚନା ମିଳିଛି ।

ସୁନ୍ଦରଗଡ଼ରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

08:27 February 27

ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗଣତି, ଆଗରେ ବିଜେଡି

ଭୁବନେଶ୍ବର: ଜାରି ରହିଛି ପଞ୍ଚାୟତ ଭୋଟ ଗଣତି । ଦ୍ବିତୀୟ ପର୍ଯ୍ୟାୟରେ ରାଜ୍ୟରେ ଜିଲ୍ଲାପରିଷଦ ଆସନରେ ବିଜେଡି ୨୮୧ଟି ଜୋନରେ ଆଗରେ ଥିବାବେଳେ ବିଜେପି ୧୫ , କଂଗ୍ରେସ ୧୪, ସ୍ବାଧୀନ ପ୍ରାର୍ଥୀ ୨ଟି ଓ ଅନ୍ୟାନ୍ୟ ୨ରେ ଆଗରେ ରହିଛନ୍ତି ।

08:27 February 27

ଆଜି ୩୧୫ଟି ଜୋନରେ ଭୋଟ ଗଣତି ଆରମ୍ଭ

ଭୁବନେଶ୍ବର: ପ୍ରଥମ ପ୍ରର୍ଯ୍ୟାୟ ଗଣତି ଶେଷ ପରେ , ଆଜି ପଞ୍ଚାୟତ ଭୋଟ ଗଣତିର ଦ୍ବିତୀୟ ଦିନ । ଗତକାଲି ୩୧୫ଟି ଜିଲ୍ଲା ପରିଷଦ ଝୋନରେ ଭୋଟ ଗଣତି ହୋଇଥିବା ବେଳେ ଆଜି ୩୦୫ଟି ଜୋନରେ ଭୋଟ ଗଣତି ଆରମ୍ଭ ହୋଇଛି ।

08:27 February 27

ପ୍ରଥମ ରାଉଣ୍ଡ ଗଣତିରେ ରାୟଗଡାର ୯ଟି ଜୋନରେ ବିଜେଡିର ବାଜିମାତ

ରାୟଗଡା: ପ୍ରଥମ ରାଉଣ୍ଡ ଗଣତିରେ ଜିଲ୍ଲାର ୯ଟି ଜୋନରେ ଜିଲ୍ଲାପରିଷଦ ଆସନରେ ବିଜେଡିର ବାଜିମାତ । ୨ଟିଜୋନରେ କଂଗ୍ରେସ ବିଜୟୀ ।

08:27 February 27

କରଞ୍ଜିଆ ବ୍ଲକର ୬ନମ୍ବର ଜୋନରେ ବିଜେଡିର ବାଜିମାତ

ରାଇରଙ୍ଗପୁର: ମୟୂରଭଞ୍ଜ କରଞ୍ଜିଆ ବ୍ଲକର ୬ନମ୍ବର ଜିଲ୍ଲାପରିଷଦ ଜୋନରେ ବିଜେଡି ପ୍ରାର୍ଥୀ ବୀଣାପାଣି ନାଏକ ବିଜୟୀ । ବିଜେପିକୁ ମାତ ଦେଇ ୫୫୧୧ ଭୋଟ ବ୍ୟବଧାନରେ ବିଜେଡିର ବାଜିମାତ ।

07:58 February 27

ବିପୁଳ ବିଜୟ ସହ ବରଗଡରେ ଆଗକୁ ବଢୁଛି ବିଜେଡି

ବରଗଡ: ସରିଲା ପ୍ରଥମ ପର୍ଯ୍ୟାୟ ଗଣତି । ଜିଲ୍ଲାର ୧୨ ଟି ଜୋନରେ ୧୦ଟିରେ ବିଜେଡିର ବାଜିମାତ । କେବଳ ୨ସିଟ ହାତେଇବାରେ ସଫଳ ହୋଇଛି ବିଜେଡି । ରାଜବୋଡାସମ୍ବର ବ୍ଲକ ଓ ପାଇକମାଳ ବ୍ଲକରେ ବିଜେପି ବିଜୟୀ ହୋଇଛି । ସେହିପରି ଆମ୍ବୋଭୋନା, ଅତାବିରା, ବରଗଡ, ବରପାଲି, ଭଟଲି, ଭୋଟନ, ବିଡେପୁର, ଗାଇସିଲେଟ, ଝାରବନ୍ଧ, ସୋହେଲା ବ୍ଲକରେ ବିଜେଡିର ବାଜିମାତ ।

07:58 February 27

ଆଜି ନୟାଗଡରେ ୭ଟି ଜୋନରେ ଭୋଟ ଗଣତି

ନୟାଗଡ଼ : ଆଜି ଭୋଟ ଗଣତିର ଦ୍ୱିତୀୟ ଦିନ l ଗତକାଲି ନୟାଗଡ଼ ଜିଲ୍ଲାର 8 ଟି ଜୋନ ପାଇଁ ଫଳାଫଳ ବାହାରିଥିବା ବେଳେ ଆଜି 7 ଟି ଜୋନ ପାଇଁ ଗଣତି ଚାଲିବ l ନୟାଗଡ଼ର ପ୍ରମୁଖ ନେତାଙ୍କ ଆଜି ଭାଗ୍ୟ ପରୀକ୍ଷାର ଫଳ ଆସିବ l ଦ୍ୱିତୀୟ ଦିନର ଗଣତି ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି l 7 ଟି ଜୋନର 58 ପଞ୍ଚାୟତର ଗଣତି ହେବ l ଭାଟସାହି ପଞ୍ଚାୟତର ସମିତି ସଭ୍ୟ କିଶୋର ଚନ୍ଦ୍ର ସାହୁ, ଇଟାମାଟି ଜିଲ୍ଲା ପରିଷଦ ଜୋନ ନାସିର ଉଦ୍ଧିନ, 22 ନଂ ରାଜସୁନାଖଳା ଜୋନ ଏବଂ ନୟାଗଡ଼ ଜିଲ୍ଲା ପରିଷଦ ଜୋନର ଲୋକନାଥ ମିଶ୍ରଙ୍କ ଭାଗ୍ୟ ପରୀକ୍ଷା ଫଳ ଆସିବ l

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

07:29 February 27

କଟକରେ ବିଜେଡିର ବିପୁଳ ବିଜୟ

କଟକ: ପ୍ରଥମ ପର୍ଯ୍ୟାୟ ଗଣତିରେ କଟକର ୧୪ଟି ଜୋନରେ ୧୩ ଟିରେ ବିଜୟୀ ବିଜେଡି । ଗୋଟିଏ ଆସନ କବଜା କରିଛି ବିଜେପି ।

07:29 February 27

ବହଳଦା ବ୍ଲକ ଜୋନ ୨୫ରେ ବିଜେଡିର ବାଜିମାତ

ରାଇରଙ୍ଗପୁର: ମୟୂରଭଞ୍ଜ ବହଳଦା ବ୍ଲକ ଜୋନ ୨୫ରେ ୧୨୦୮ ଭୋଟରେ ବିଜେଡିର ବାଜିମାତ । ମୟୂରଭଞ୍ଜ ୩୧ ନଂ ଜୋନରେ ବଜାତଳା ବ୍ଲକରେ ବିଜେଡି ପ୍ରାର୍ଥୀନି ପାର୍ବତୀ ଟୁଡୁ ।

07:27 February 27

ନିମାପଡା ୧୮ନମ୍ବର ଜୋନରେ ବିଜେ୍ଡିର ବାଜିମାତ

ପୁରୀ: ନିମାପଡା ୧୮ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ କୁଞ୍ଜଲତା ସମାଲ ବିଜେପି ପ୍ରାର୍ଥୀଙ୍କୁ ୨୫୧୬ ଭୋଟରେ ପରାସ୍ତ କରି ବିଜୟୀ ହୋଇଛନ୍ତି । ସେହିପରି ଗୋପ ବ୍ଲକର ୧୧ ନମ୍ବ ଜୋନରେ ବିଜେଡି ପ୍ରାର୍ଥୀ ଧର୍ମେନ୍ଦ୍ର ସାହୁ ବିଜୟୀ ।

07:27 February 27

ଗୁମା ବ୍ଲକ ୩ନମ୍ବର ଜୋନରେ କଂଗ୍ରେସର ବାଜିମାତ

ଗଜପତି:ଗୁମା ବ୍ଲକ ୩ନମ୍ବର ଜୋନରେ କଂଗ୍ରେସର ବାଜିମାତ । ଜିଲ୍ଲପରିଷଦ ପରିଷଦ ପ୍ରାର୍ଥୀ ରେଣୁକା ପାତ୍ର ବିଜେଡି ପ୍ରାର୍ଥୀ ଗ୍ଲେଡି ଗମାଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି ।

07:27 February 27

ବ୍ରହ୍ମଗିରି ବ୍ଲକ ଜୋନ ୨୮ରେ ବିଜେଡି ପ୍ରାର୍ଥୀ ଆଗରେ

ପୁରୀ:୧୮ ରାଉଣ୍ଡ ଶେଷ ସୁଦ୍ଧା ବ୍ରହ୍ମଗିରି ବ୍ଲକ ଜୋନ ୨୮ରେ ବିଜେଡି ପ୍ରାର୍ଥୀ ୧୪,୮୯୫ ଭୋଟ ପାଇ ଆଗରେ ରହିଛନ୍ତି । ସେହିପରି ବିଜେପି ପାଇଛି ୧୨, ୭୪୭ ଭୋଟ ।

06:55 February 27

କଳାହାଣ୍ଡିରେ ବିଜୟ ଖାତା ଖୋଲିଲା ବିଜେଡି

ଥୁଆମୂଳ ରାମପୁର ବ୍ଲକର ୧ ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ପ୍ରମିଳା ମାଝୀ ବିଜୟୀ
ଥୁଆମୂଳ ରାମପୁର ବ୍ଲକର ୧ ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ପ୍ରମିଳା ମାଝୀ ବିଜୟୀ

ଭବାନୀପାଟଣା: ଜାରି ରହିଛି ଭୋଟ ଗଣତି ପ୍ରକ୍ରିୟା। ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ପ୍ରକ୍ରିୟାରେ ବିଜେଡି ବିଜୟର ଖାତା ଖୋଲିଛି। ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକର ୧ ନମ୍ବର ଜିଲ୍ଲା ପରିଷଦ ଜୋନର ବିଜେଡି ପ୍ରାର୍ଥୀ ପ୍ରମିଳା ମାଝୀ ବିଜୟୀ ହୋଇଛନ୍ତି । ୧୦୪୧୧ ଭୋଟ ପାଇ ୫୯୩୧ ଭୋଟ ବ୍ୟବଧାନରେ ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ପ୍ରାର୍ଥୀ ଲକ୍ଷ୍ମୀ ଦେଇ ମାଝୀଙ୍କୁ ପଛରେ ପକାଇ ବିଜୟୀ ହୋଇଛନ୍ତି।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

06:20 February 27

ଜନାଦେଶ-୨୦୨୨: କ୍ଲିନସୁଇପ୍ ମୁହାଁ BJD, ଧରାଶାୟୀ BJP

ଭଦ୍ରକ: ଆଜି ପଞ୍ଚାୟତ ଭୋଟ ଗଣତିର ଦ୍ବିତୀୟ ଦିନ । ଜିଲ୍ଲାର 7 ଟି ବ୍ଲକରେ ନବମ ରାଉଣ୍ଡ ସୁଦ୍ଧା ଚାନ୍ଦବାଲି ବ୍ଲକ 1 ନମ୍ବର ଜୋନ୍ ରେ ବିଜେଡି ପ୍ରାର୍ଥୀ ପ୍ରିନ୍ସ ରାକେଶ ନାୟକ ଆଗୁଆ ରହିଛନ୍ତି । ତିହିଡ଼ି ବ୍ଲକ 6 ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ରୁଜାତା ପଣ୍ଡା ଆଗୁଆ । ଧାମନଗର ବ୍ଲକ 10 ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ଟୁନିବାଳା ବିଶ୍ଵାଳ ଆଗୁଆ । ବନ୍ତ ବ୍ଲକ 14 ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ରୁନିତା ଦାସ, ବାସୁଦେବପୁର 17 ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ଜୟନ୍ତୀ ବାରିକ, ଭଣ୍ଡାରୀପୋଖରୀ 22 ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ବଦ୍ରି ନାରାୟଣ ରାଉତ,ଭଦ୍ରକ 25 ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ପ୍ରତିମା ଜେନା ଆଗୁଆ ଆଗରେ ରହିଥିବା ଜଣାପଡିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated :Feb 27, 2022, 10:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.